ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବିଏସପି ମୁଖ୍ୟ ମାୟାବତୀ

ନୂଆଦିଲ୍ଲୀ ୨୦।୩: ବହୁଜନ ସାମଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ଘୋଷଣା କରିଛନ୍ତି। ବୁଧବାର ଦିନ ଲକ୍ଷ୍ନୋରେ ଅନୁଷ୍ଠିତ ଏକ ପ୍ରେସ ସମ୍ମିଳନୀରେ ମାୟାବତୀ କହିଛନ୍ତି କି, ମୁଁ ଯେବେ ଚାହିଁବି ଲୋକସଭା ନିର୍ବାଚନରେ ଜିତିପାରିବି। ଆମର ମେଣ୍ଟ ଅନ୍ୟମାନଙ୍କ ଠାରୁ ବହୁତ ସ୍ଥିତିରେ ମଜବୁତ ଅଛି। ମାତ୍ର ଏଥର ଲୋକସଭା ନିର୍ବାଚନ ଲଢ଼ିବି ନାହିଁ, ଯଦି ଜରୁରୀ ପଡ଼େ ତେବେ କୈାଣସି ଆସନରୁ ମୁଁ ଲଢ଼ିପାରିବି ବୋଲି ସୁପ୍ରିମୋ ମାୟାବତୀ କହିଛନ୍ତି।
ଏହା ପୂର୍ବରୁ ମାୟାବତୀ ନଗୀନ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଏହି ସମ୍ପର୍କରେ ମାୟାବତୀ କହିଛନ୍ତି, ଦେଖାଯାଉଥିବା ପରିସ୍ଥିତି ବ୍ୟତୀତ ପାର୍ଟି ଏବଂ ସମାଜ ସେବାକୁ ଦୃଷ୍ଟିରେ ରଖି ମାୟାବତୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଯେଉଁଠି ଚାହିଁବି ସେଇଠି ସିଟ୍ ଖାଲି କରି ନିର୍ବାଚନ ଲଢ଼ି ସଂସଦ ଯାଇପାରିବେ। ନିର୍ବାଚନ ଲଢ଼ିବା ଦ୍ବାରା କାର୍ଯ୍ୟକର୍ତ୍ତା ମନା କରିବା ପରେ ବି ଲୋକସଭା ଆସନ ପାଇଁ ପ୍ରଚାର କରିବା ପାଇଁ ଯିବୁ। ଫଳରେ ବାକି ଆସନ ଉପରେ ନିର୍ବାଚନ ପ୍ରଭାବିତ ହେବ। ଏହି କାରଣରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମାୟବତୀ ନିଷ୍ପତ୍ତି ନେଇଛନ୍ତି।