PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ନିର୍ବନ୍ଧ ସରିବା ପରେ ଆତ୍ମହତ୍ୟା କଲେ ଏମବିବିଏସ୍ ଛାତ୍ରୀ: ସୁସାଇଡ୍ ନୋଟରେ ପିତାଙ୍କ ପାଇଁ ଲେଖିଲେ ଏମିତି…

ଲକ୍ଷ୍ନୌ ୨୩/୧୨: ପାରାର ପିଙ୍କ ସିଟି ନିବାସୀ ଏମବିବିଏସ୍ ଅନ୍ତିମ ବର୍ଷ ଛାତ୍ରୀ ଅମୃତ ମିଶ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି  । ଇନ୍ସପେକ୍ଟର ତ୍ରିଲୋକୀ ସିଂହ ଏନେଇ ତଦନ୍ତ କରି କହିଛନ୍ତି ଯେ ଅମୃତାଙ୍କ ଘର ସୀତାପୁରର ମହୋଲିରେ  ଏବଂ ଏଠାରେ ସେ ଭଡାଘରେ ରହି ପାଠ ପଢୁଥିଲେ । ତାଙ୍କ ରୁମରୁ ଏକ ସୁସାଇଡ୍ ନୋଟ୍ ଜବତ କରିଛି ପୋଲିସ ଏବଂ ଏଥିରେ ତାଙ୍କ ଆତ୍ମହତ୍ୟାର କାରଣ ଉଲ୍ଲେଖ ରହିଛି ବୋଲି ପୋଲିସ ସୂଚନା ଦେଇଛି ।

ପୋଲିସ କହିଛି ଯେ ଛାତ୍ରୀଙ୍କ ପିତା ଅବନିଶ ମିଶ୍ର ଚାଷ କରନ୍ତି । ଅମୃତା ପିଙ୍କ ସିଟିରେ ରହି ପାଠ ପଢୁଥିଲେ । ତାଙ୍କ ସହ ପ୍ରୀତି ନାମକ ଆଉ ଜଣେ ଛାତ୍ରୀ ମଧ୍ୟ ଭଡା ରହୁଥିଲେ । ପ୍ରୀତି ୨ ଦିନ ହେବ ଗାଁକୁ ଯାଇଥିଲା । ରବିବାର ସନ୍ଧ୍ୟାରେ ସେ ରୁମକୁ ଫେରି ଅମୃତାଙ୍କୁ ଫୋନ୍ କରିଥିଲେ କିନ୍ତୁ ଫୋନ୍ ରିସିଭ୍ କଲେନି ଅମୃତା । ଭିତରପଟୁ କବାଟ ବନ୍ଦ ଥିଲା । ତେଣୁ ପ୍ରୀତି ପାଖ ରୁମର୍ ଆଉ ୨ ଜଣ ଝିଅଙ୍କୁ ଡାକି କବାଟକୁ ଧକ୍କା ଦେଇଥିଲେ କିନ୍ତୁ ଭିତରେ ଦେଖିବା ପରେ ତାଙ୍କ ହୋସ୍ ଉଡିଗଲା ।

ଘର ଭିତରେ ଅମୃତାଙ୍କ ମୃତଦେହ ଝୁଲିଥିଲା । ଏହା ପରେ ତୁରନ୍ତ ପୋଲିସ ଓ ଅମୃତାଙ୍କ ଘର ଲୋକଙ୍କୁ ଖବର ଦିଆଗଲା । ପୋଲିସ ମୃତଦେହ ଜବତ କରି ହସ୍ପିଟାଲ୍ ପଠାଇଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ତେବେ ପୋଲିସ ସୂଚନା ଅନୁସାରେ ଅମୃତାଙ୍କ ଜଣେ ବଡ ଭଉଣୀ ଏବଂ ଜଣେ ଛୋଟ ଭାଇ ମଧ୍ୟ ଅଛି । ତେବେ ଝିଅର ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମୁଣ୍ଡରେ ଚଡକ ପଡିଗଲା ।

ହୋଇଯାଇଥିଲା ନିର୍ବନ୍ଧ
ଅମୃତା ସୁସାଇଡ୍ ନୋଟରେ ଲେଖିଥିଲେ, ‘ମୁଁ ଜୀବନରେ ଏକା ରହିବାକୁ ଚାହୁଁଛି । ବିବାହ କରିବାକୁ ଚାହୁଁନି । ଯଦି ବିବାହ କରିବିନି ତେବେ ସମାଜ ତାତ୍ସଲ୍ୟ କରିବ ଏଥିପାଇଁ ମୁଁ ଆତ୍ମହତ୍ୟା କରୁଛି ।‘ ସେ ସୁସାଇଡ୍ ନୋଟରେ ନିଜ ପିତାଙ୍କ ମୋବାଇଲ୍ ନମ୍ବର ଲେଖି ତାଙ୍କୁ ଜଣାଇଦେବା ପାଇଁ ଲେଖିଥିଲେ ।

ଅମୃତାଙ୍କ ପିତାଙ୍କ କହିବାନୁସାରେ ୨ ବର୍ଷ ପୂର୍ବେ ହରଦୋଇର ଜଣେ ଯୁବକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା । ତାଙ୍କ ଏମବିବିଏସ କୋର୍ସ ପୂରା ହେବା ପରେ ବିବାହ ହେବ ବୋଲି ସମସ୍ତେ ଅପେକ୍ଷା କରିଥିଲେ । ପୋଲିସ  ସନ୍ଦେହ କରିଛି ଯେ ଅମୃତା ବିବାହ କରିବାକୁ ଚାହୁଁନଥିଲେ କିମ୍ବା ନିଜ ପସନ୍ଦର କାହାକୁ ବିବାହ କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ଆତ୍ମହତ୍ୟା କରିଦେଲେ ।

ଅମୃତାଙ୍କ ପିତା କହିଛନ୍ତି  କି ତାଙ୍କ ଝିଅ କିଛି ପିଲାଙ୍କୁ ଟ୍ୟୁସନ୍ ପଢାଉଥିଲେ । ସକାଳେ ତାଙ୍କ ବଡ ଭଉଣୀ ରେନୁଙ୍କ ୩ ବର୍ଷର ପୁଅ ସହ ଭିଡିଓ କଲ୍ କରିଥିଲେ । ଅମୃତା କିଛି ସମୟ କଥା ହେବା ପରେ ଟ୍ୟୁସନ୍ ଟାଇମ୍ ହେଲାଣି କହି ଫୋନ୍ କାଟିଥିଲେ ଏବଂ କହିଥିଲେ ଯେ ଟ୍ୟୁସନ୍ ପଢାଇ ଆସିବା ପରେ ଫୋନ୍ କରିବେ । ଅନ୍ୟପଟେ ପୋଲିସ କହିବାନୁସାରେ କେଉଁ ସମୟରେ ସେ ଆତ୍ମହତ୍ୟା କଲେ, କାହା ସାଙ୍ଗେ ଫୋନରେ ଯୁକ୍ତି ତର୍କ ବେବା ପରେ ସେ ଫାଶୀ ଲଗାଇଲେ କିମ୍ବା ଘଟଣା ଅନ୍ୟ କଣ ସେନେଇ ତଦନ୍ତ ଚାଲିଛି ।