PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ, ପାଣିରେ ବୁଡି ଯୁବକ ମୃତ
  • ||
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ଏନଆରସି ତାଲିକା ନେଇ ବୈଦେଶିକ ମନ୍ତ୍ରଣାଳୟର ଘୋଷଣା,ଲିଷ୍ଟରେ ନାମ ନଥିବା ଲୋକଙ୍କୁ…

ନୂଆଦିଲ୍ଲୀ,୧।୯: ଏନଆରସି (ନ୍ୟାସନାଲ ରେସିଡେଣ୍ଟ ସିଜିଜେନ୍)ର ଅନ୍ତିମ ତାଲିକା ଗତ ଶନିବାର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇବା ପରେ ଏବେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏନଆରସି ତାଲିକାରୁ ବାଦ ପଡିଥିବା ଲୋକଙ୍କୁ ଆଶ୍ବସ୍ଥ ଦେବାକୁ ଯାଇ ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି, ଏହି ତାଲିକାରେ ନଥିବା ୧୯ ଲକ୍ଷ ଲୋକଙ୍କୁ ଦେଶରୁ ବାହାର କରିଦିଆଯିବ ବୋଲି ଅନ୍ତଃର୍ଜାତୀୟ ଗଣମାଧ୍ୟମ ଯେଉଁଭଳି ପ୍ରଚାର କରୁଛି ତାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଯେଉଁ ଲୋକଙ୍କ ନାମ ଏନଆରସିରେ ନାହିଁ ତାଙ୍କୁ କଷ୍ଟଡିରେ ନିଆଯିବ ନାହିଁ, ସେମାନେ ଷ୍ଟେଟଲେସ୍ ହେବେନି। ପୂର୍ବଭଳି ନିଜର ସମସ୍ତ ଅଧିକାରେ ସେମାନେ ଭାରତରେ ରହିବେ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଭୀଶ କୁମାର କହିଛନ୍ତି।

ଭାରତ ସରକାର ଆସାମର ନାଗରିକଙ୍କୁ ହିତକୁ ଦୃଷ୍ଟିରେ ରଖି ୧୯୮୫ରେ ଆସାମ ଚୁକ୍ତି ଉପରେ ସ୍ବାକ୍ଷର କରିଥିଲେ।ଏହାର ଲକ୍ଷ୍ୟ ହେଲା ଭାରତ ସରକାର, ଆସାମ ରାଜ୍ୟ ସରକାର, ଅଖିଳ ଭାରତୀୟ ଛାତ୍ରସଂଘ(ଏଏଏସୟୁ) ଓ ଅଖିଳ ଆସାମ ଗଣ ସଂଗ୍ରାମ ପରିଷଦ ଭିତରେ ସ୍ବାକ୍ଷରିତ ଆସାମ ଚୁକ୍ତିକୁ ପ୍ରଭାବୀ କରିବା। ଯେଉଁ ଲୋକମାନେ ତାଲିକାରେ ନାହାନ୍ତି ସେମାନେ ସମ୍ପୂର୍ଣ୍ଣ ଅଧିକାର ସହିତ ଦେଶ ଭିତରେ ରହିବେ, ଯେଉଁପର୍ଯ୍ୟନ୍ତ  ଆଇନଗତ ଭାବରେ ସମସ୍ତ ବିକଳ୍ପ ଶେଷ ହୋଇନି ବୋଲି ରଭୀଶ କୁମାର କହିଛନ୍ତି।

ଏହାସହ ସେ ଆହୁରି କହିଛନ୍ତି ଯେ, ସୁପ୍ରିମକୋର୍ଟ ୨୦୧୩ରେ ସରକାରଙ୍କୁ ପ୍ରତିଶୃତି ଦେବାକୁ ବାଧ୍ୟ କରିଥିଲେ। ଏହି କାରଣରୁ ୨୦୧୫ରେ ଆସାମରେ ଏନଆରସିକୁ ଅପଡେଟ୍ କରିବାର ପକ୍ରିୟା ଆରମ୍ଭ ହୋଇଥିଲା। ଏନଆରସି ଅପଡେଟ୍ କରିବା ସୁପ୍ରିମକୋର୍ଟଙ୍କ ଦ୍ବାରା ଅନିବାର୍ଯ୍ୟ, ପାରଦର୍ଶୀ ଓ ଆଇନଗତ ପକ୍ରିୟା। ଏହା ଉପରେ ସୁପ୍ରିମକୋର୍ଟ ସିଧାସଳଖ ଭାବରେ ଦୃଷ୍ଟି ରଖିଛନ୍ତି। ଉଲ୍ଲେଖନୀୟ ଯେ, ଜାତିସଂଘର ଶୀର୍ଷ ଶରଣାର୍ଥୀ ଅଧିକାରୀ ଭାରତକୁ ଏହା ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ ଯେ, ଏନଆରସି ତାଲିକାରୁ ବାହାର ହେବାପରେ କୌଣସି ବ୍ୟକ୍ତି ଯେପରି ରାଷ୍ଟ୍ରବିହୀନ ନହୁଅନ୍ତୁ।