ଜେଡିଏସ କର୍ମୀଙ୍କୁ ବେଶ୍ୟା କହିଲେ ସିଦ୍ଧରମୈୟା

ବେଙ୍ଗାଲୁରୁ ୧/୯: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ଏବେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କଂଗ୍ରେସର ସହଯୋଗୀ ଦଳ ଜେଡିଏସର କର୍ମୀମାନଙ୍କୁ ବେଶ୍ୟାଙ୍କ ସହିତ ତୁଳନା କରିଛନ୍ତି । ଜେଡିଏସ କର୍ମୀମାନେ ରାଜ୍ୟରେ ଉଭୟ ଦଳର ମେଣ୍ଟ ସରକାର ଭାଙ୍ଗିବା ପାଇଁ ତାଙ୍କୁ ଦାୟୀ କରୁଥିବାରୁ ଏହା ଉପରେ ସାମ୍ବାଦିକମାନେ ତାଙ୍କର ପ୍ରତିକ୍ରିୟା ମାଗିଥିଲେ ।

ଏହାର ଜବାବରେ ସିଦ୍ଧରମୈୟା କର୍ଣ୍ଣାଟକରେ ପ୍ରଚଳିତ ଗୋଟିଏ ଲୋକକଥାର ଦୃଷ୍ଟାନ୍ତ ଦେଇଥିଲେ ଯାହା ହେଉଛି ‘ ଯେଉଁ ବେଶ୍ୟାମାନଙ୍କୁ ନାଚିବା ଜଣା ନାହିଁ, ସେମାନେ ଭୂମିକୁ ଦୋଷ ଦିଅନ୍ତି’ । ଏହି ବୟାନରୁ ସେ ଜେଡିଏସ କର୍ମୀମାନଙ୍କୁ ବେଶ୍ୟା ବୋଲି କହିଥିବାର ସ୍ପଷ୍ଟ ହେଉଛି । କିନ୍ତୁ ପରେ ସେ ସଫେଇ ଦେଇଛନ୍ତି କି ତାଙ୍କର ବୟାନ ବିଜେପି ପାଇଁ ଉଦ୍ଦିଷ୍ଟ ଥିଲା ।

   ସମ୍ବନ୍ଧିତ ଖବର


ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ