ମାଂସ ଖାଇବା ଶରୀର ପାଇଁ ଭଲ ନା ଖରାପ ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଅନେକ ଲୋକ ଆମିଷ ଖାଇବାକୁ ପସନ୍ଦ କରନ୍ତି । ଭୋଜିଭାତରେ ତ ଏହାର ଚାହିଦା ବହୁତ ବେଶୀ । କିଛି ଲୋକ ଅଛନ୍ତି ମାଂସରେ ତିଆରି ଖାଦ୍ୟକୁ ବହୁତ ପସନ୍ଦ କରନ୍ତି । ଓଡିଶାରେ ଏଥିପାଇଁ ଅନେକ ସ୍ଥାନରେ ମାଟି ହାଣ୍ଡି ମଟନ, ଦେଶୀ କୁକୁଡା ତରକାରୀ ଏପରି ଅନେକ  ତାଲିକା ହୋଟେଲ ମେନୁରେ ଦେଖିବାକୁ ମିଳେ । ହେଲେ ରେଡ୍‌ ମିଟ ବା ପଶୁଙ୍କ ମାଂସ ଖାଇବା ପାଇଁ ଅନେକ ସମୟରେ ଡାକ୍ତର ବାରଣ କରନ୍ତି  । ସେପଟେ ମାଂସକୁ ପୃଷ୍ଟିକର ଖାଦ୍ୟ ଭାବେ ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ମାଂସ ଖାଇଲେ ଅଣ ଭଲ ନା ଖରାପ ।

 ମଣିଷ ପ୍ରଥମେ ଜଙ୍ଗଲରେ ବୁଲୁଥିଲା । ନିଆଁର ବ୍ୟବହାର ସହ ଚାଷ କାମ କରିଥିଲା । ଜଙ୍ଗଲରେ ରହୁଥିବା ଲୋକ ଧୀରେଧୀରେ ରୋଷାଇ କରି ଖାଦ୍ୟ ଗ୍ରହଣ କରିଥିଲେ । ହେଲେ ପୂର୍ବରୁ ଲୋକ କଞ୍ଚା ମାଂସ ଖାଉଥିବା ବେଳେ ପରବର୍ତ୍ତୀ ସମୟରେ ରନ୍ଧା ଖାଦ୍ୟ ଗ୍ରହଣ କରିଥିଲେ  ।  ଧୀରେ ଧୀରେ ମଣିଷର ଆପେଟାଇଟ୍‌ ବା ହଜମ କରିବା ଶକ୍ତି ସେହି ଅନୁସାରେ ଉପଯୋଜିତ ହେଲା । ମାତ୍ର ସେହି ସମୟରେ ଜୀବ ଜନ୍ତୁ ଜଙ୍ଗଲରେ ବୁଲିବା ସହ ପ୍ରାକୃତିକ ଖାଦ୍ୟ ଖାଉଥିଲେ । ଏବେ ଜୀବ ଜନ୍ତୁଙ୍କୁ ବିଭିନ୍ନ ପ୍ରକାର ଭେଜାଲ ଖାଦ୍ୟ ଶୀଘ୍ର ମୋଟା ହେବା ପାଇଁ ଅନ୍ୟ ଖାଦ୍ୟ ଓ ଔଷଦ ଦିଆଯାଉଛି ।

ବଏଲର ବା ଫାର୍ମ କୁକୁଡାମାନଙ୍କୁ ଆଣ୍ଟିବାଓଟିକ୍‌ ସହ ଅନ୍ୟ ଖାଦ୍ୟ ଦିଆଯାଉଛି । ଅଳ୍ପ  ଦିନ ମଧ୍ୟରେ ଏମାନେ ବଢିଯାଉଛନ୍ତି । ଏମାନଙ୍କ ମାଂସ ଖାଇଲେ ମଣିଷ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ହ୍ରାସ ପାଇଥାଏ ।

ଏବେ କେତକ ରେଷ୍ଟୁରାଣ୍ଟ ଚେନ୍‌ରେ ମିଳୁଥିବା ମାଂସରୁ ଅଧିକ ପ୍ରୋସେସ  କରାଯାଇଥାଏ   । ଏହାକୁ ଅଧିକଦିନ ରଖିବା ପାଇଁ ରାସାୟନିକ ଦ୍ରବ୍ୟ ବା ପ୍ରିଜରଭେଟିବ ବି ବ୍ୟବହାର କରାଯାଇଥାଏ । ଏପରି ମାଂସ ଖାଇଲେ ଶରୀର ପ୍ରତି ଖରାପ ପ୍ରଭାବ ପଡେ ।

ପ୍ରାକୃତିକ ଉପାୟରେ ବଢା ଯାଉଥିବା ଛେଳି ,ମେଣ୍ଢା ଓ କୁକୁଡାଙ୍କୁ ଖାଇଲେ ବେଶୀ କୁ ପ୍ରଭାବ ପଡି ନଥାଏ । ଏମାନଙ୍କୁ ଅର୍ଗାନିକ ମିଟ୍‌ ବୋଲି ବି କୁହାଯାଏ ।

ମାଂସକୁ ଏକ ପୃଷ୍ଟି କର ଖାଦ୍ୟ ବୋଲି ବିବେଚନା କରାଯାଏ ।

ଏଥିରେ ପୃଷ୍ଟିସାର(ପ୍ରୋଟିନ), ଖଣିଜପଦାର୍ଥ(ମିନେରାଲସ୍‌), ଆଣ୍ଟି ଅକ୍ସିଡାଣ୍ଟ ସହ ବିଭିନ୍ନ ପ୍ରକାର ପୃଷ୍ଟିକର  ଉପାଦାନ ରହିଛି ।

ମାଂସରେ ଭିଟାମିନ ବି ଥ୍ରୀ, ବି ଟୁଏଲଭ୍‌, ବି ସିକ୍ସ , ଲୌହ ବି ରହିଛି ।

   ସମ୍ବନ୍ଧିତ ଖବର


ବେଶୀ ସମୟ କମ୍ପ୍ୟୁଟର ସାମ୍ନାରେ ବସିରହୁଛନ୍ତି କି ? ହୋଇପାରେ ଏଭଳି ଅସୁବିଧା

ଏହି ଦିଗରେ ଅଛି କି କିଚେନ୍, ଗେଷ୍ଟ୍ ରୁମ୍ ଏବଂ ପୂଜାସ୍ଥଳ..ହୋଇଯାଆନ୍ତୁ ସାବଧାନ…

ସେପ୍ଟେମ୍ବରେ ଏହି ତାରିଖରୁ ନିଜ ଗତି ବଦଳାଉଛନ୍ତି ଶନି ଦେବତା, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଆଶ୍ବସ୍ତି

ଇମ୍ୟୁନିଟି ବୁଷ୍ଟର ରସୁଣ ଟମାଟୋ ସୁପ୍‌

ଏପରି ଶରୀରରୁ ହଟାନ୍ତୁ ଡେଡ୍‌ ସ୍କିନ୍‌ -କରନ୍ତୁ ତ୍ୱଚା ଉଜ୍ୱଳ

କାଶ ଥଣ୍ଡା ଚୁଟ୍‌କିରେ ଗାଏବ ହୋଇଯିବ