PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ମିରଟ ଏସ୍‌ପିଙ୍କ ‘ପାକିସ୍ତାନ ପଳାଅ’ ଭିଡିଓ ଭାଇରାଲ

ନୂଆଦିଲ୍ଲୀ ୨୯/୧୨: ମିରଟରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ହିଂସାକାଣ୍ଡ ସମୟରେ ସ୍ଥାନୀୟ ଏସ୍‌ପି ଅଖିଳେଶ ନାରାୟଣ ସିଂହ ବିକ୍ଷୋଭକାରୀଙ୍କୁ ‘ପାକିସ୍ତାନ ପଳାଅ’ ବୋଲି କହୁଥିବାର ଭିଡିଓ ଏବେ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ୧ ମିନିଟ୍‌ ୪୩ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଏସ୍‌ପି ସିଂହ ଏକ ଗଳି ନିକଟରେ ଠିଆ ହୋଇଥିବା ୩ ଜଣ ବ୍ୟକ୍ତିଙ୍କ ସହ କଥା ହେଉଥିଲେ । ସେଠାରେ ଅନ୍ୟ କିଛି ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଏସ୍‌ପି କହୁଥିଲେ ଯେ ହାତରେ କଳା ଓ ହଳଦିଆ ବ୍ୟାଣ୍ଡ ବାନ୍ଧିଥିବା ବିକ୍ଷୋଭକାରୀଙ୍କୁ କୁହ ସେମାନେ ପାକିସ୍ତାନ ପଳାନ୍ତୁ। ଏଠାରେ ଖାଇବେ, ଅନ୍ୟ କାହାର ଗୁଣ ଗାଇବେ। ମନେରଖ, ଏହି ଗଳି ମୋତେ ଜଣାଅଛି । ଯଦି ମୋର ମନେପଡିବ ତେବେ ମୁଁ ନାନୀ (ବୁଢ଼ୀମା’) ପର୍ଯ୍ୟନ୍ତ ପହଞ୍ଚି ପାରିବି । ଏପରିକି ଏସ୍‌ପି ପ୍ରତ୍ୟେକ ଘରୁ ଲୋକଙ୍କୁ ଗିରଫ କରିବେ ବୋଲି ଚେତାବନୀ ଦେଇଥିଲେ ।

ଅନ୍ୟପକ୍ଷରେ ତାଙ୍କର ଏଭଳି ବୟାନକୁ ଏସ୍‌ପି ସିଂହ ଠିକ୍‌ ବୋଲି ଦର୍ଶାଇଛନ୍ତି । କହିଛନ୍ତି ଗତ ଡିସେମ୍ବର ୨୦ ତାରିଖରେ ସିଏଏ ବିରୋଧରେ ମିରଟର ଲିସାରି ଗେଟ୍‌ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଖବର ପାଇ ସେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଘଉଡାଇ ଦେଇଥିଲେ । ତେବେ ଏହି ସମୟରେ କିଛି ବିକ୍ଷୋଭକାରୀ ପାକିସ୍ତାନ ଜିନ୍ଦାବାଦ ବୋଲି ନାରା ଦେଇଥିଲେ । ପିଏଫଆଇ (ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ଏବଂ ଏସ୍‌ଡିପିଆଇ (ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍‌ ଇଣ୍ଡିଆ)କୁ ସମର୍ଥନ କରି ସେମାନେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ପୁଲିସକୁ ଦେଖି ସେମାନେ ଦୌଡି ପଳାଇଥିଲେ । ତେଣୁ ସେ ସେମାନଙ୍କୁ କହିଥିଲେ କି ଯଦି ପାକିସ୍ତାନ ସପକ୍ଷରେ ଓ ଭାରତ ବିପକ୍ଷରେ ସ୍ଳୋଗାନ ଦେବେ ଏବଂ ପୁଲିସ ଉପରକୁ ଢ଼େଲାଫିଙ୍ଗିବ ତେବେ ପାକିସ୍ତାନ ଚାଲିଯାଅ । ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଚିହ୍ନଟ କରି ଧରିବା ଲାଗି ପ୍ରୟାସ କରାଯାଉଥିବା ଏସ୍‌ପି କହିଛନ୍ତି । ତେବେ ଏସ୍‌ପିଙ୍କ ଏଭଳି ବୟାନର କଡା ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି (ସପା) ବିଧାୟକ ରଫିକ ଅନସାରୀ । ମିରଟରେ ଘଟିଥିବା ହିଂସାରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।