ଖେଳୁ ଖେଳୁ କରି ଦେଲେ ଗିନିଜ ବୁକରେ ରେକର୍ଡ, ୟୁଟ୍ୟୁବରେ ଲକ୍ଷାଧିକ ସବସ୍କ୍ରାଇବର

ଟୋକିଓ,୨୧।୫: ବୟସ ​ଯେପରି ବଢିଯାଏ ମଣିଷର କାମ କରିବାର ଇଛା କମୁଥାଏ। ଏଭଳି କିଛି ମଣିଷ ଅଛନ୍ତି, ଯେଉଁମାନେ କି ପରିଣତ ବୟସରେ କିଛି ନିଆରା କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଥାନ୍ତି। କାମ କରିବାକୁ ତାଙ୍କୁ ଖୁବ୍ ମଜା ଲାଗେ ଓ ସେମାନେ ଏଥିରେ ନିଜର ଶାନ୍ତିର ବାଟ ମଧ୍ୟ ଖୋଜିଥାନ୍ତି। ଏଭଳି ସବୁଠାରୁ ନିଆରା ମଣିଷ ଜଣେ ହେଉଛନ୍ତି ୯୦ ବର୍ଷର ‘ଗେମର ଦାଦି’। ସେ ହେଉଛନ୍ତି ବିଶ୍ବର ସବୁଠାରୁ ପୁରୁଣା ଭିଡିଓଗେମ୍ ୟୁଟ୍ୟୁବର। ତାଙ୍କୁ ଭିଡିଓ ଗେମ୍ ଖେଳିବାକୁ ଖୁବ୍ ଭଲ ଲାଗେ, ଆଉ ଏହି କାରଣରୁ ତାଙ୍କର ନାମ ଗିନିଜ ବୁକରେ ରେକର୍ଡ କରାଯାଇଛି।

ହଁ ଆମେ କଥା ହେଉଛୁ ଗେମର ଦାଦି ବା ହାମାକୋ ମୋରି(Hamako Mori)ଙ୍କ ବିଷୟରେ। ୟୁଟ୍ୟୁବରେ ‘ଗେମର ଦାଦି’ଙ୍କର ଏକ ଚ୍ୟାନେଲ ରହିଛି। ଜାପାନରେ ରହୁଥିବା ‘ଗେମର ଦାଦି’ଙ୍କର ୟୁଟ୍ୟୁବରେ ୨,୫୦,୦୦୦ରୁ ଅଧିକ ସବସ୍କ୍ରାଇବର ରହିଛନ୍ତି। ଏହି ଚ୍ୟାନେଲ ସେ ୨୦୧୫ରେ ଆରମ୍ଭ କରିଥିଲେ। ସେ ୧ ମାସରେ ୪ଟି ଭିଡିଓ ପୋଷ୍ଟ କରିଥାନ୍ତି। ଏହାଭିତରେ ନୂଆ କନସୋଲ ଅନବକ୍ସ କରିଥାନ୍ତି।

ତାଙ୍କୁ ଯେତେବେଳେ ୩୯ ବର୍ଷ ହୋଇଥିଲା, ସେତେବେଳେ ସେ ପ୍ରଥମ ଥର ଖେଳିଥିଲେ। ଏବେ ବିଶ୍ବର ସବୁଠାରୁ ବୟସ୍କ ଗେମର ହେବା ନେଇ ଗିନିଜ  ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ତାଙ୍କର ନାଁ ରହିଛି। ତାଙ୍କର କହିବା ଅନୁସାରେ, ଏତେ ବୟସ ହେବାପରେ ମୋତେ ଲାଗିଥିଲା ଗେମ୍ ଖେଳିବା ମୋ ପାଇଁ ଠିକ୍ ନିଷ୍ପତ୍ତି ଥିଲା। ମୁଁ ସତରେ ଏହାକୁ ଏନଜୟ କରୁଛି।’ ତାଙ୍କ କହିବା ଅନୁସାରେ ସେ ବହୁବାର ରାତି ୨ ଟା ପର୍ଯ୍ୟନ୍ତ ମଧ୍ୟ ଖେଳିଥାନ୍ତି। ତାଙ୍କ ପାଖରେ ଅନେକ ଗୁଡିଏ ପୁରୁଣା କନସୋଲ ରହିଛି। ଏବେ ସେ ପ୍ଲେଷ୍ଟେସନ୍ ୪ ଉପରେ ଗେମ୍ ଖେଳୁଛନ୍ତି। ତାଙ୍କର ପସନ୍ଦଯୋଗ୍ୟ ଖେଳ ହେଲା Grand Theft Auto।



   ସମ୍ବନ୍ଧିତ ଖବର


କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଆଫ୍ରିକାରେ ଅଲ୍‌ କାଏଦା କମାଣ୍ଡର ‘ଅବଦେଲମାଲେକ ଡ୍ରକ୍‌ଡେଲ’ ନିହତ

ଜନଧନ ଖାତାରେ ଏହି ଦିନ ସୁଦ୍ଧା ଆସିବ ଶେଷ କିସ୍ତି, ତାରିଖ ଅନୁସାରେ ମିଳିବ ଟଙ୍କା

ଏମିତି ହେଉଥିଲା ମାଛମଞ୍ଜି ତସ୍କରୀ, ହେଲା ପର୍ଦ୍ଦାଫାଶ