PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ଦେଶର ସବୁଠାରୁ ଅସଫଳ ନେତା: ଯିଏ ଏପର୍ଯ୍ୟନ୍ତ ହାରିଛନ୍ତି ଛୋଟ-ବଡ ୧୭୦ଟି ନିର୍ବାଚନ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ନୂଆଦିଲ୍ଲୀ,୨୩।୩: ସାରା ଦେଶରେ ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ଖୁବ୍ ସରଗରମ ହୋଇ ଉଠିଛି। ପ୍ରତ୍ୟେକ ଦଳ ଓ ପ୍ରାର୍ଥୀ ନିର୍ବାଚନ ପାଇଁ ଆରମ୍ଭ କରିସାରିଛନ୍ତି ଯୋରଦାର ପ୍ରସ୍ତୁତି। ପ୍ରଚାର ସହିତ  ଭୋଟରଙ୍କୁ ଆକର୍ଷିତ କଲା ଭଳି ନିର୍ବାଚନୀ ପ୍ରତିଶୃତି। କିନ୍ତୁ ଏବେ ଆମେ କଥା ହେବା ଦେଶର ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଯିଏକି ତାଙ୍କ ଜୀବନକାଳରେ ୧୭୦ରୁ ଅଧିକ ଥର ଛୋଟ-ବଡ ନିର୍ବାଚନ ଲଢିଛନ୍ତି, କିନ୍ତୁ ମାତ୍ର ଗୋଟେ ଥର ମଧ୍ୟ ସେ ଜିତି ପାରିନାହାଁନ୍ତି। ଏହା ଶୁଣିବା ପରେ ଯଦିଓ ଆଶ୍ଚର୍ଯ୍ୟ ଲାଗିଥାଇ ପାରେ କିନ୍ତୁ କଥାଟି ସମୂର୍ଣ୍ଣ ସତ୍ୟ। ସେ ହେଉଛନ୍ତି ଇଲେକସନ୍ କିଙ୍ଗ ଡା. ପଦ୍ମରାଜନ। ଯିଏକି ବିଶ୍ବ ଇତିହାସରେ ସର୍ବାଧିକ ଥର ନିର୍ବାଚନ ଲଢି ନିଜ ନାମକୁ ଲିମକା ବୁକ୍ ଅଫ ରେକର୍ଡରେ ସ୍ଥାନିତ କରିପାରିଛନ୍ତି। ଏବେ ଗିନିଜ ବୁକ୍ ଅଫ୍ ରେକର୍ଡ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

 ତାମିଲନାଡୁର ସଲେମରେ ରହୁଥିବା  କେ. ପଦ୍ମରାଜନ ଜଣେ ହୋମିଓପାଥିକ ଡାକ୍ତର ହୋଇଥିଲେ ମଧ୍ୟ ପେଶାରେ ଏକ ଟାୟାର ଟ୍ରେଡିଙ୍ଗ କମ୍ପାନୀର ମାଲିକ। କିନ୍ତୁ  ତାଙ୍କର ନିଶା ହେଉଛି ବାରମ୍ବାର ନିର୍ବାଚନ ଲଢିବା। ୧୯୮୮ରେ ସେ ପ୍ରଥମ ଥର ପାଇଁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ  ନିର୍ବାଚନ ଲଢିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଗୋଟିଏ ଥର ମଧ୍ୟ ନିର୍ବାଚନ ଜିତିନାହାଁନ୍ତି। ଏ ସମ୍ପର୍କରେ ସେ କୁହନ୍ତି ମୋତେ ନିର୍ବାଚନ ପ୍ରଚାରରେ ଟଙ୍କା ଖର୍ଚ୍ଚ କରିବାରେ କୌଣସି ଇଛା ନାହିଁ କିମ୍ବା ରାଜନୀତି କରିବାରେ। ମୁଁ କେବଳ ରେକର୍ଡ କରିବାକୁ ଚାହେଁ। ଯେଉଁ ପର୍ଯ୍ୟନ୍ତ ମୋର ଉଦ୍ଦେଶ୍ୟ ପୂରଣ ହୋଇନାହିଁ ମୁଁ ନିର୍ବାଚନ ଲଢିବି ବୋଲି କହିଛନ୍ତି ପଦ୍ମରାଜନ। ସେ କେବଳ ପ୍ରସିଦ୍ଧ ଓ ବଡ ନେତାଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ପସନ୍ଦ କରିଥାନ୍ତି।

 ଉଲ୍ଳେଖନୀୟ ଯେ, ପଦ୍ମରାଜନ କେବଳ ଲୋକସଭା ଓ ବିଧାନସଭା ନୁହେଁ ବରଂ ରାଜ୍ୟସଭା,ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ମଧ୍ୟ ନିର୍ବାଚନ ଲଢିସାରିଛନ୍ତି। ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଗୁଜରାଟର ବଡୋଦରା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ। କେବଳ ସେତିକି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଏପିଜେ ଅବଦୁଲ କାଲାମ, ପ୍ରତିଭା ପାଟିଲ ଏବଂ ମନମୋହନ ସିଂହ, ଜୟଲଳିତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ. କରୁଣାନିଧି, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ପୂର୍ବତନ ରାଷ୍ଟ୍ରପତି କେ.ଆର.ନାରାୟଣ, ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସଏମ କୃଷ୍ଣା ପ୍ରମୁଖଙ୍କ ବିପକ୍ଷରେ ମଧ୍ୟ ନିର୍ବାଚନ ଲଢିସାରିଛନ୍ତି।

source: http://www.newindianexpress.com/

୧୯୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ବିପକ୍ଷରେ ଆନ୍ଧ୍ର ପ୍ରଦେଶର ନାଡୟାଲାରୁ ନାମାଙ୍କନ ପତ୍ର ଦାଖଲ କରିବା ପରେ ତାଙ୍କୁ ଅପହରଣ କରି ନିଆଯାଇଥିଲା। ଏହି ଘଟଣା ପରେ ସେ ସାଧାରଣ ଲୋକଙ୍କ ମଧ୍ୟରେ ସେ ଲୋକପ୍ରିୟ ହୋଇଯାଇଥିଲେ। ଏହାପରେ ସେ ଗଣମାଧ୍ୟରେ ବେଶ୍ ଚର୍ଚ୍ଚାରେ ରହିଥିଲେ ଓ ନିର୍ବାଚନ ଲଢିବାର ନିଶା ତାଙ୍କୁ ଲିମକା ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ। ଆନ୍ଧ୍ର ପ୍ରଦେଶ, କେରଳ, କର୍ଣ୍ଣାଟକ, ଦିଲ୍ଲୀ ଏବଂ ମଧ୍ୟ ପ୍ରଦେଶରେ ନିର୍ବାଚନ ଲଢି ସାରିଛନ୍ତି। ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ୨୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି।

ସମ୍ବନ୍ଧିତ ଖବର