ପାଚେରି ଡେଇଁ ଚିଦାମ୍ବରମଙ୍କୁ ଗିରଫ କରିବାକୁ ଯାଇଥିଲେ ଏହି ସିବିଆଇ ଅଧିକାରୀ,ଜାଣନ୍ତୁ ତାଙ୍କ ସମ୍ପର୍କରେ

ନୂଆଦିଲ୍ଲୀ,୨୨।୮: ବୁଧବାର ରାତିରେ ପୂର୍ବତନ  ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ଆଇଏନଏକ୍ସ ଦୁର୍ନୀତି ମାମଲାରେ ଜୋର ବାଗ୍ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ଗେଟ୍ ବାହାରେ ଦିଲ୍ଲୀ ପୋଲିସର ଅଧିକାରୀ ସବୁଦିନ ଭଳି ଗାର୍ଡ ଭାବରେ ଠିଆ ହୋଇଥିଲେ। ଚିଦାମ୍ବରମଙ୍କ ଘରର ସୁରକ୍ଷା ବ୍ୟବସ୍ଥା ଖୁବ୍ କଡା ରହିଥିଲା। ତେବେ ତାଙ୍କୁ ଗିରଫ କରିବାକୁ ଯାଇଥିବା ଦୁଇ ସିବିଆଇ ଅଧିକାରୀ ପାଚେରି ଡେଇଁ ଭିତରକୁ ଯାଇଥିଲେ। ଆଇଏନଏକ୍ସ ମିଡିଆ ମାମଲାର ତଦନ୍ତ କରୁଥିବା ସିବିଆଇ ଅଫିସର ଆର.ପାର୍ଥସାରଥୀ ଏହି ସମୟରେ ଚିଦାମ୍ବରମଙ୍କୁ ଅତି ଶାନ୍ତିପୂର୍ଣ୍ଣ ଭାବରେ ଘରୁ ସାଙ୍ଗରେ ନେଇ ପହଁଞ୍ଚିଥିଲେ ସିବିଆଇ ମୁଖ୍ୟାଳୟରେ।

ପ୍ରାୟ ୨ ବର୍ଷ ପୂର୍ବେ ସିବିଆଇ ଏହି ମାମଲାରେ ଏଫଆଇଆର ରୁଜୁ କରିଥିଲା, ଯେଉଁଥିରେ ୟୁପିଏ ସରକାରର ପୂର୍ବତନ ମନ୍ତ୍ରୀ ପି.ଚିଦାମ୍ବରମ କାର୍ତ୍ତି ଚିଦାମ୍ବରମଙ୍କ ସମ୍ପୃକ୍ତି ନେଇ କଥା ଜଣାପଡିଥିଲା। ପାର୍ଥସାରଥୀ ଏହି ଯାଞ୍ଚକୁ ଆଗକୁ ବଢାଇଛନ୍ତି। ସିବିଆଇର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ପାର୍ଥସାରଥୀ ବାପା-ପୁଅଙ୍କ ବିରୋଧରେ ଲଗାତାର ଭାବରେ ନିଜର ତଦନ୍ତ ଜାରି ରଖିଛନ୍ତି। ସିବିଆଇ ଏହି ଅଭିଯୋଗ ଆଣିଛି ଯେ, ଆଇଏନଏକ୍ସ ମିଡିଆକୁ ଗତ ୨୦୦୭ରେ ୩୦୫ କୋଟି ଟଙ୍କାର ବିଦେଶର ଫଣ୍ଡ ପାଇବା ପାଇଁ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋଶନ୍ ବୋର୍ଡ(ଏଫଆଇପିବି)ରେ ଅନିୟମିତତା ହୋଇଥିଲା। ସେ ସମୟରେ ପି.ଚିଦାମ୍ବରମ ୟୁପିଏ-୧ ସରକାରରେ ଅର୍ଥମନ୍ତ୍ରୀ ଥିଲେ।

   ସମ୍ବନ୍ଧିତ ଖବର


ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ