ବିଶ୍ୱର କ୍ଷୁଦ୍ରତମ ଘୋଡ଼ା ‘ବମ୍ବେଲ’ ୨୦୨୦ ଗିନିଜ୍‌ ବିଶ୍ୱ ରେକର୍ଡସରେ ସାମିଲ

ନୂଆଦିଲ୍ଲୀ ୮/୯: ବିଶ୍ବର କ୍ଷୁଦ୍ରତମ ଘୋଡ଼ା ଭାବେ ୨୦୨୦ ଗିନିଜ୍‌ ବିଶ୍ୱ ରେକର୍ଡସରେ ସାମିଲ ହୋଇଛି ବମ୍ବେଲ । ଗୋଡ଼ର ଖୁରାଠାରୁ କାନ୍ଧ ଧାର ପର୍ଯ୍ୟନ୍ତ ଏହି ଅଣ୍ଡିରା ଘୋଡ଼ାର ଉଚ୍ଚତା ୫୬.୭ ସେମି ବା ୧ଫୁଟ ୧୦ଇଞ୍ଚ । ଏହା ଆମେରିକୀୟ ଘୋଡ଼ା ଆପ୍ପାଲୁସା ପ୍ରଜାତିର । ଏକାଧିକ ସାଧାରଣ ଉଚ୍ଚତାବିଶିଷ୍ଟ ଘୋଡ଼ାଙ୍କ ଗହଣରେ ରହୁଥିବା ବମ୍ବେଲ ବିଭିନ୍ନ କାରଣ ପାଇଁ ସବୁବେଳେ ନିଜର ସ୍ୱାତନ୍ତ୍ର‌୍ୟ ବଜାୟ ରଖିଛି । ପୋଲାଣ୍ଡର ପାଟ୍ରିକ ଓ କାତାରଜିନା ଜିଲିନସ୍କାସ୍‌ଙ୍କ ଘରେ ସେ ରହୁଛି ।

୨୦୧୪ରେ ଜିଲିନସ୍କାସ୍‌ ପ୍ରଥମେ ବମ୍ବେଲକୁ ଭେଟିଥିଲେ । ସେତେବେଳେ ତା’ର ବୟସ ଥିଲା ମାତ୍ର ୨ ବର୍ଷ । ତା’ର ମା’ବାପା ସାଧାରଣ ଉଚ୍ଚତାବିଶିଷ୍ଟ ଥିଲେ ମଧ୍ୟ ଅତିରିକ୍ତ କ୍ଷୁଦ୍ର ଯୋଗୁ ବମ୍ବେଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା ।

ଏହାର ଆକାର ବୃଦ୍ଧି ହେଉନାହିଁ ବୋଲି ଜାଣିବା ପରେ ଗିନିଜ୍‌ ବିଶ୍ୱ ରେକର୍ଡ ସହ ସମ୍ପର୍କ କରିବାକୁ କାତାରଜିନା ସ୍ଥିର କଲେ । ମାସକୁ ଥରେ ବମ୍ବେଲ ସ୍ଥାନୀୟ ପିଲାଙ୍କ ଡାକ୍ତରଖାନା ଭ୍ରମଣ କରି କୁନି କୁନି ରୋଗୀଙ୍କ ଓଠରେ ହସ ଫୁଟାଉଛି । ଲୋକଙ୍କୁ ସାହାଯ୍ୟ କରିବା ଓ ପିଲାଙ୍କୁ ଖୁସି ଦେବା ମାମଲାରେ ବମ୍ବେଲ ତା’ର ମାଲିକଙ୍କ ପାଇଁ ପ୍ରେରଣା ପାଲଟିଛି । ଛୋଟ ଘୋଡ଼ାକୁ ଦେଖି ବଡ଼ଠୁ ସାନ ସମସ୍ତେ ଖୁସି ହେଉଛନ୍ତି । ବିଶ୍ୱର କ୍ଷୁଦ୍ରତମ ଘୋଡ଼ା ଭାବେ ଗିନିଜ୍‌ ତାଲିକାରେ ଥିବା ଥମ୍ବେଲିନାର ମୃତ୍ୟୁ ଗତ ବର୍ଷ ହୋଇଥିଲା ।

   ସମ୍ବନ୍ଧିତ ଖବର


ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇଲେ ୩ ମାସ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଏହି ରାଜ୍ୟରେ ନିୟମ ଲାଗୁ

ଟ୍ରକ ଚୋରି କରି ଜେଲ୍ ‌ଯାଇଥିଲା , ଜାମିନ୍‌ରେ ଆସି ପୁଣି ଥାନା ପରିସରରୁ ସେହି ଟ୍ରକକୁ ଚୋରି କଲା ଚୋର

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ