ଜଗତସିଂହପୁର: ଚଳିତ ବର୍ଷ ଦୁର୍ଗାପୂଜା ବନ୍ଦ ନେଇ ବୈଠକରେ ନିଷ୍ପତ୍ତି

ଜଗତସିଂହପୁର ୨୪/୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତି । ଚଳିତ ବର୍ଷ ସାରା ଜିଲ୍ଲାରେ ସାର୍ବଜନୀନ ଦୁର୍ଗା ପୂଜା ବନ୍ଦ ରହିବା ପାଇଁ ଜିଲା ପ୍ରଶାସନ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ବସିଥିବା ବୈଠକରେ  ଏହି ନିଷ୍ପତି ନିଆଯାଇଛି । ଏଥି ସହିତ ମୂର୍ତ୍ତି ନିର୍ମାଣକୁ ନିଷେଧ  କରାଯାଇଥିବାବେଳେ କେବଳ ବିଧି ରକ୍ଷା ନିମନ୍ତେ ମାଟି ଉଠା ଯାଇ ଘଟ ପୂଜା କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହାସହିତ ମାଟି ଉଠା ସମୟରେ ବିନା ବାଜା ବାଣ ସହ ସାମାଜିକ ଦୁରତ୍ବ ରଖି  ୪ ଜଣରୁ ଅଧିକ ବ୍ୟକ୍ତି ସାମିଲ ନହେବାକୁ  ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶ  ଦିଆଯାଇଛି । ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ଦୁର୍ଗା ପୂଜା ପାଳନ ହେଉଥିବାବେଳେ ଜଗତସିଂହପୁର ସହରରେ ୨୧ଟି ମଣ୍ଡପରେ ପୂଜା ବେଶ ଯାକ ଯମକରେ ପାଳିତ ହୋଇଥାଏ । ତେବେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ଗ୍ରହଣ କରାଯିବା ପରେ ଚଳିତ ବର୍ଷ ପୂଜାର ମାହୋଲ ସମ୍ପୂର୍ଣ୍ଣ ଫିକା ପଡିବା ନିଶ୍ଚିତ ହୋଇ ପଡିଛି ।

   ସମ୍ବନ୍ଧିତ ଖବର


ପୁଅ-ବୋହୂ ମାରିବାକୁ ଗୋଡ଼େଇଲେ.. ଛାତରୁ ଡେଇଁ ପ୍ରାଣ ହାରିଲେ ବୃଦ୍ଧ

ବାପା-ମା’ ଓ ଟ୍ୟୁସନ୍‌ ସାର୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଯୁବକ, ୧୪ ବର୍ଷ ପରେ ଦେଲେ ଏତଲା

ପରିତ୍ୟକ୍ତ ଘରୁ ମିଳିଲା ନରକଙ୍କାଳ: କଙ୍କାଳ ନିକଟରେ ଗଞ୍ଜେଇ ଚିଲମ ସହ ସାଲ୍‌ ଓ ଗାମୁଛା ପଡିଛି, ହତ୍ୟା ନା ସ୍ୱାଭାବିକ ମୃତ୍ୟୁ…

ଚାକିରି ଦେଲେନି- ଟଙ୍କା ଫେରାଇଲେ ନାହିଁ, ଓଲଟା ଯୁବକଙ୍କୁ ମାଡ଼ ମାରି ସମୁଦ୍ରକୁ ଫିଙ୍ଗିଦେଲେ ୩ ଠକ

ଏ ବର୍ଷ ପାରାଦୀପ ବାଲିଯାତ୍ରା ବନ୍ଦ

ଫୁଲୁଛି ପାରାଦୀପ ବନ୍ଦର ଜଳଭଣ୍ଡାର, ୧୫ ଫୁଟ୍‌ ଭୁଶୁଡ଼ିଲା ତାରିଣୀଗଡ଼ା ବନ୍ଧ