PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠାରୁ ଡବ୍ଲ୍ୟୁଇଏଫ୍‌ ବାର୍ଷିକ ବୈଠକ, ଜଳବାୟୁ ପରିବର୍ତ୍ତନ ଉପରେ ହେବ ଆଲୋଚନା: ଏଜେଣ୍ଡାରେ ବିଶ୍ୱ ଆର୍ଥିକ ସୁଧାର
  • ||
  • ଭୁବନେଶ୍ଵର: ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫ ଜଣ କରୋନା ପଜିଟିଭ
  • ||
  • ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌, କଟକ କ୍ରାଇମବ୍ରାଞ୍ଚ୍‌ରେ ଦେଲେ ଏତଲା
  • ||
  • ବ୍ରହ୍ମଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଡ୍ରାଇଭର୍ ସମେତ ୨ ମୃତ
  • ||
  • ସରିଲା ଆବେଦନ, ଜୁଲାଇ ୧୭ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ୧୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ପୁଣି ବିବାଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରାତି ଅଧିଆ ହେଲା ଜିପିଆର୍‌ଏସ୍ ସର୍ଭେ
  • ||
  • ଦେଶବ୍ୟାପୀ ଖାଉଟିଙ୍କୁ ବଡ ଆଶ୍ବସ୍ତି: ପେଟ୍ରୋଲ ୯.୫୦ ଏବଂ ଡିଜେଲ ଲିଟର ପ୍ରତି କମିଲା ୭ଟଙ୍କା
  • ||
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ଚିତ୍ତଜ୍ଞାନୀ ଚାରିଟେବଲ୍‌ ଟ୍ରଷ୍ଟର ମେଗା ସ୍ୱାସ୍ଥ୍ୟ ମେଳା

ରାୟଗଡ଼ା,୧୭ ।୩(ଆପ୍ର): କଟକ ଚିତ୍ତଜ୍ଞାନୀ ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ଆଜି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ହନୁମନ୍ତପୁରଠାରେ ଆୟୋଜିତ ହୋଇଥିଲା ମେଗା ସ୍ୱାସ୍ଥ୍ୟ ଶିବିର । ରାଜ୍ୟରେ ଏହା ଥିଲା ଟ୍ରଷ୍ଟର ୩୧ତମ ସ୍ୱାସ୍ଥ୍ୟ ଶିବିର । ଏହି ଅବସରରେ ୨୧୫୦ ଜଣ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସହ ଔଷଧ ବଣ୍ଟନ କରାଯାଇଥିଲା । ୧୮୬ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣା ଚଷମା ବିତରଣ କରାଯାଇଥିଲା । ୩୬ ଜଣଙ୍କ ଦାନ୍ତ ପରୀକ୍ଷା କରାଯିବା ସହ ଖରାପ ଦାନ୍ତ ବାହାର କରାଯାଇଥିଲା । ଜିଲ୍ଲା ଓ ଦୌରାଜଜ୍‌ ସୋମ ରଞ୍ଜନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ ।

ଏଥିରେ ଭୁବନେଶ୍ୱରର ସମ୍‌ ହସ୍ପିଟାଲ, କଟକ ଏସ୍‌ସିବି ମେଡିକାଲ କଲେଜ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜ ଏବଂ ବୁର୍ଲାର ଭିଏସ୍‌ଏସ୍‌ ମେଡିକାଲ୍‌ କଲେଜର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ରୋଗୀଙ୍କ ଚିକିତ୍ସା କରିଥିଲେ । ଏହି ମେଗା ସ୍ୱାସ୍ଥ୍ୟମେଳାରେ ସମ୍ମାନିତ ଅତିଥି ଭାବେ ଡିଏଫ୍‌ଓ ଦେବାର୍ଚ୍ଚନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବ ପ୍ରସାଦ ପାଢି ଓ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଟ୍ରଷ୍ଟ ପକ୍ଷରୁ ଦୁର୍ଗମ ହନୁମନ୍ତପୁରରେ ଏଭଳି ମେଗା ସ୍ୱାସ୍ଥ୍ୟ ଶିବିର ଦେଖି ଖୁସି ପ୍ରକଟ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ । ଶିବିରରେ ଚକ୍ଷୁ, ଦନ୍ତ, ଶିଶୁ, ଚର୍ମ, ହୃଦରୋଗ, ଯକ୍ଷ୍ମା, ପାଥୋଲୋଜି, ଅସ୍ଥିଶଲ୍ୟ, ଇଏନ୍‌ଟି, ଭେଷଜ, ନେଫ୍ରୋଲୋଜି, ସ୍ତ୍ରୀ ଓ ପ୍ରସୂତି ରୋଗ ଭଳି ୧୮ଟି ବିଭାଗର ୩୭ ଜଣ ବିଶେଷଜ୍ଞ ଡାକ୍ତର ଏବଂ ୨୮ ଜଣ ପାରାମେଡ଼ିକାଲ କର୍ମଚାରୀ ଯୋଗ ଦେଇଥିଲେ । ମାଗଣାରେ ରୋଗୀମାନଙ୍କର ଛାତି, ରକ୍ତ, ମଳ, ମୂତ୍ର , କଫ ସାଙ୍ଗକୁ ଇସିଜି ଏବଂ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା ।

ଏପରିକି ସେମାନଙ୍କୁ ମାଗଣାରେ ଔଷଧ ସହ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା । ଏମିତିକି ଚନ୍ଦ୍ରପୁର ବ୍ଲକର ରାଇବିଜିରେ ଥିବା ସିଆର୍‌ପିଏଫ୍‌ କ୍ୟାମ୍ପର ଯବାନମାନଙ୍କୁ ମଧ୍ୟ ମାଗଣାରେ ଚିକିତ୍ସା କରାଯାଇଥିଲା । ଚନ୍ଦ୍ରପୁର ବ୍ଲକର ବୁଡ଼ୁବାଲି, ହନୁମନ୍ତପୁର, ବିଜାପୁର, ସାରିଗିମା, ଚନ୍ଦ୍ରପୁର, ପିସ୍କାପଙ୍ଗା ଓ ଡାଙ୍ଗସୋରଡ଼ା ସମେତ କନ୍ଧମାଳ ଜିଲ୍ଲାର କୋଟଗଡ଼, ଦୁର୍ଗାପଙ୍ଗା ଓ ବଣ୍ଡପିପିଲି ପଂଚାୟତରୁ ରୋଗୀମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ରୋଗୀମାନଙ୍କୁ ଦୂରଦୂରାନ୍ତରୁ ନେବାଆଣିବା ଲାଗି ସ୍ୱତନ୍ତ୍ର ଭାବେ ଟ୍ରଷ୍ଟ ପକ୍ଷରୁ ୧୨ଟି ଗାଡ଼ିର
ବ୍ୟବସ୍ଥା କରାଯାଇଥିଲା ।

ଦୁର୍ଗମ ଚନ୍ଦ୍ରପୁର ବ୍ଲକରେ ଉନ୍ନତମାନର ଚିକିତ୍ସା ଲୋକଙ୍କୁ ଉପଲବ୍ଧ ହେଉନଥିବା ବେଳେ ଚିତ୍ତଜ୍ଞ୍ୟନୀ ଟ୍ରଷ୍ଟର ଏଭଳି ମହତ ପଦକ୍ଷେପକୁ ଲୋକେ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଏହାଦ୍ୱାରା ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଅନେକ ଗରିବ ରୋଗୀ ଉପକୃତ ହୋଇଥିବା ସେମାନେ କହିଥିଲେ । ଚିତ୍ତଜ୍ଞାନୀ ଟ୍ରଷ୍ଟର ଉପଦେଷ୍ଟା ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ଏହି ଶିବିର । ସମ୍ପାଦକ ରାଜେଶ୍ୱର ହୋତା ଓ ଅନ୍ୟ କର୍ମଚାରୀମାନେ ଏହାକୁ ପରିଚାଳନା କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ହନୁମନ୍ତପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିବିରର ଆୟୋଜନ ହୋଇଥିଲା । ଟ୍ରଷ୍ଟର ୩୨ତମ ସ୍ୱାସ୍ଥ୍ୟ ଶିବିର ନବରଙ୍ଗପୁର ଜିଲ୍ଲା ଝରିଗାଁଠାରେ ଅନୁଷ୍ଠିତ ହେବ ବୋଲି ଏହାର ଉପଦେଷ୍ଟା ଡାକ୍ତର ହୋତା ସୂଚନା ଦେଇଛନ୍ତି ।