ଓଡ଼ିଶାର ମହିଳା ପୋଲିସ୍ ଅଧିକାରୀଙ୍କୁ ମେଗାଷ୍ଟାର ଚିରଞ୍ଜୀବଙ୍କ ମଦର୍ସ ଡେରେ ସଲାମ୍‌

ମାଲକାନଗିରି- ମଦର୍ସ ଡେ ରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ନିଜର କର୍ତ୍ତବ୍ୟ ପାଇଁ ଟ୍ବିଟ୍ କରି ହୃଦୟରୁ ଧନ୍ୟବାଦ ଦେଇଛନ୍ତି ମେଗା ଷ୍ଟାର ଚିରଞ୍ଜିବି । ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ମହିଳା ସବ ଇନ୍ସପେକ୍ଟର ଶୁଭଶ୍ରୀ ଭବାନୀ ନାୟକ କରୋନା ମୁକାବିଲା ସମୟରେ ଗରିବ ଓ ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଛନ୍ତି । ସୋସିଆଲ୍ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ୍ ହେବାରେ ଲାଗିଛି ।

ମାଲକାନଗିରି ଜିଲ୍ଲା ପୋଲିସର ମହିଳା ସବ୍ଇନସପେକ୍ଟର ଶୁଭଶ୍ରୀ ଭବାନୀ ନାୟକ କରୋନା ବେଳେ ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ କରି ସେ ଚର୍ଚ୍ଚାକୁ ଆସିଛନ୍ତି । କରୋନା ମୁକାବିଲା ବଳେ ଜଣେ ଅସହାୟ ବୃଦ୍ଧା ରାସ୍ତାକଡରେ ଭୋକ ଉପାସରେ ପଡିଥିଲେ । ଶୁଭଶ୍ରୀଙ୍କ ଶୁଭ ଦୃଷ୍ଟି ସେହି ବୃଦ୍ଧାଙ୍କ ଉପରେ ପଡିଥିଲା । ତାଙ୍କୁ ନିଜ ହାତରେ ଖୁଆଇ ଦେଇଥିଲେ ଶୁଭଶ୍ରୀ । କେବଳ ସେହି ଅସହାୟ ବୃଦ୍ଧା ନୁହନ୍ତି ଡ୍ୟୁଟିରେ ଥିବା ବେଳେ ଏଭଳି ଅନେକ ଗରିବ ଆଦିବାସୀ ଓ ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇ ଦେବା ସହ ସେବା କରି ବେଶ ଚର୍ଚ୍ଚାରେ ଆସିଛନ୍ତି ସବ୍ଇନସ୍ପେକ୍ଟର ଶୁଭଶ୍ରୀ । ତାଙ୍କର ଏଭଳି କିଛି ଭିଡିଓ ଭାଇରାଲ୍ ହେବା ପରେ ତେଲୁଗୁ ସିନେମା ମେଗାଷ୍ଟାର ଚିରଞ୍ଚିବି ମାତୃ ଦିବସରେ ଟ୍ବିଟ୍ କରି ଶୁଭଶ୍ରୀଙ୍କୁ ବେଶ ପ୍ରଶଂସା କରିଛନ୍ତି । ଶୁଭଶ୍ରୀଙ୍କ ମହାନତା ଆଗରେ ସବୁକିଛି ହାର ମାନିଛି ବୋଲି କହିଛନ୍ତି ଚିରଞ୍ଜିବି ।

ଶୁଭଶ୍ରୀ ଆଦିବାସୀ ସମ୍ପ୍ରଦାୟର ଝି୍ଅ । ଘର ମାଓ ପ୍ରବଣ ଜିଲ୍ଲା ମାଲକାନଗିରିର ମାଥିଲିରେ । ଗାଁ ସରକାରୀ ବିଦ୍ୟାଳୟରେ ପାଠ ପଢିବା ବେଳଠାରୁ ହିଁ ସମାଜ ସେବା ପ୍ରତି ଆଗ୍ରହ ଦେଖାଇ ଆସିଛନ୍ତି ଶୁଭଶ୍ରୀ । କହିଛନ୍ତି ପୋଲିସ ବିଭାଗରେ ଯୋଗଦେବା ପରେ ଲୋକଙ୍କ ସେବା ପ୍ରତି ତାଙ୍କର ଆଗ୍ରହ ଓ ଦାୟିତ୍ବ ଆହୁରି ବଢିଯାଇଛି ।ତାଙ୍କର ଆଗକୁ ଏହି କର୍ତ୍ତବ୍ୟ ଜାରି ରହିବ । ସେପଟେ ଡ୍ୟୁଟିରେ ଥାଇ ଶୁଭଶ୍ରୀଙ୍କ ସମାଜ ପ୍ରତି ଏଭଳି ଅବଦାନକୁ ନେଇ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

କିଛି ଦିନ ତଳେ କଟକର ଜଣେ ମହିଳା ସବ୍ ଇନପେକ୍ଟର ମଧ୍ୟ ସମାନ ଢଙ୍ଗରେ ଜଣେ ଅସହାୟ ବୃଦ୍ଧାଙ୍କୁ ହାତରେ ଖୁଆଇ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ଶୁଭଶ୍ରୀଙ୍କ ଅସହାୟ ମହିଳାଙ୍କ ପ୍ରତି ଏଭଳି ସେବା ପୋଲିସ ବିଭାଗ ଓ ସମାଜ ପାଇଁ ଉଦାହରଣ ସାଜିବ ନିଶ୍ଚୟ ।

   ସମ୍ବନ୍ଧିତ ଖବର


ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ବିହାର ବ୍ୟାଟେଲ୍ – ପ୍ରଚାର ହାୱାରେ କମ୍ପୁଛି ରଣଭୂମି, ୧୦ ତାରିଖରେ ଆସିବ ବିହାର ଜନତାଙ୍କ ରାୟ

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ

ସମ୍‌ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି