PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ, ପାଣିରେ ବୁଡି ଯୁବକ ମୃତ
  • ||
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ମେଘନାଦ ପାଚେରି ଉପରେ ବିମ୍‌: ଭାଙ୍ଗିଲେ ବିପଦ ଆଶଙ୍କା

ପୁରୀ ୨୨/୮ : ପୂରା ଦମ୍‌ରେ ଚାଲିଛି ମେଘନାଦ ପାଚେରି ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ଏଏସ୍‌ଆଇର ବିନା ଅନୁମତିରେ ହୋଇଥିବା ସମସ୍ତ ସରକାରୀ ଓ ବେସରକାରୀ କୋଠାକୁ ଉଚ୍ଛେଦକୁ ପ୍ରମୁଖତା ଦେଇଛି ପ୍ରଶାସନ । ମେଘନାଦ ପାଚେରିର ପୂର୍ବଭଳି ସୁନ୍ଦର ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ତେବେ ଉଚ୍ଛେଦ ବେଳେ ଅନେକ ମଠ, ମନ୍ଦିର କୋଠା ମେଘନାଦ ପାଚେରିକୁ ମଧ୍ୟ ମାଡି ବସିଥିବା ନଜରକୁ ଆସିଛି ।

ସିଂହଦ୍ୱାରକୁ ଲାଗି ରହିଥିବା ଡାହାଣ ପାଶ୍ୱର୍ ପୁଲିସ ଫାଣ୍ଡି ଓ ଏହା ସଂଲଗ୍ନ ଗୋଟିଏ ମନ୍ଦିର ପଛ ପାଖ ଉଚ୍ଛେଦ ବେଳେ ମେଘନାଦ ପାଚେରି ଉପରେ ଏହି କୋଠା ଗୁଡ଼ିକର ବିମ୍‌ ହୋଇଥିବା ନଜର ଆସିଥିଲା । କୋଠା ଭଙ୍ଗା ଯାଉଥିବା ବେଳେ ମେଘନାଦ ପଚେରି ଉପରକୁ ମାଡି ବସିଥିବା ଏହି କଂକ୍ରିଟ ବିମ୍‌ ଭାଙ୍ଗିବା ଏବେ ସବୁଠୁ ବଡ ବିପଦ ସୃଷ୍ଟି କରିଛି ।

ଡ୍ରୋଜ୍‌ର ଲଗାଇ ନିର୍ମାଣ ଉଚ୍ଛେଦ କରାଯାଉଥିବାରୁ ମେଘନାଦ ପାଚେରି ଉପରେ ହାନି ଉପୁଜିବା ଆଶଙ୍କା କରି ଏହି ବିମ୍‌ ଖୋଳିବାକୁ ପ୍ରଶାସନ ବିପଦ ଆଶଙ୍କା କରୁଛି । ଖୁବ୍‌ ମଜଭୁତ ରଡ୍‌ ଓ କଂକ୍ରିଟ ଢଳେଇ ଦିଆଯାଇ ଏହି ବିମ୍‌ ନିର୍ମାଣ ହୋଇଛି । ମେଘନାଦ ପାଚେରି ମୂଳକୁ ଲାଗି ଖୋଳା ଯାଇ ପିଲର ସହ ବିମ୍‌ ପଡ଼ିଛି । ଯାହାକୁ ଭାଙ୍ଗିବା ଏବେ ପ୍ରଶାସନର ଚିନ୍ତାର କାରଣ ହୋଇଛି ।