ପୁଣି ଥରେ ପରଦାରେ କମାଲ ଦେଖାଇବାକୁ ଆସୁଛନ୍ତି ଏହି ସୁପରହିଟ୍ ଯୋଡ଼ି

ମୁମ୍ବାଇ୧୪/୨: ରୋହିତ ସେଟ୍ଟୀ ପ୍ରଡକ୍ସନ୍‌ସ ବ୍ୟାନରରେ ଜଣାଶୁଣା ନିର୍ଦ୍ଦେଶିକା ଫରାହ୍‌ ଖାନ୍‌ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ସେହି ହିନ୍ଦୀ ଫିଲ୍ମରେ ଫରାହ ଖାନ୍‌ ପୁଣି ଥରେ ତାଙ୍କର ପ୍ରିୟ ଯୋଡ଼ିଙ୍କୁ ନେବାକୁ ଚାହୁଁଛନ୍ତି। ଏହି ସୁପରହିଟ ଯୋଡି ହେଲେ ଶାହାରୁଖ୍‌ ଖାନ୍‌ ଓ ଦୀପିକା ପାଦୁକୋନ୍‌। ଶାହାରୁଖ୍‌-ଦୀପିକାଙ୍କ ଯୋଡ଼ିକୁ ପ୍ରଥମେ ପରଦାକୁ ଆଣିଥିଲେ ଫରାହ ଖାନ୍‌ ନିଜ ନିର୍ଦ୍ଦେଶିତ ସିନେମା ‘ଓମ୍‌ ଶାନ୍ତି ଓମ୍‌’ରେ। ତା’ପରେ ଶାହାରୁଖ୍‌ -ଦୀପିକାଙ୍କ ଯୋଡ଼ିକୁ ଦର୍ଶକ ‘ଚେନ୍ନାଇ ଏକ୍ସପ୍ରେସ୍‌’ ଓ ପରେ ‘ହାପି ନ୍ୟୁ ଇୟର’ ଭଳି ଫିଲ୍ମରେ ଦେଖିବାର ସୁଯୋଗ ପାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପୁଣି ଥରେ ପରଦାକୁ ଆସୁଥିବା ଫରାହ ଖାନ୍‌ଙ୍କ ଫିଲ୍ମରେ ଦୀପିକା ପାଦୁକୋନ୍‌ ଓ ଶାହାରୁଖ୍ ନିଜର କମାଲ ଦେଖାଇବେ। ତେବେ ସେ ଏବେ ମେଘନା ଗୁଲଜାରଙ୍କ ‘ଛପାକ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଶାହାରୁଖ୍‌ ଖାନ୍‌ ପ୍ରଖ୍ୟାତ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ଏକ ଫିଲ୍ମରେ କାମ କରିବେ ବୋଲି ଶୁଣିବାକୁ ମିଳୁଛି। ଫରାହ୍‌ ଖାନ୍‌ଙ୍କୁ ଶାହାରୁଖ୍‌ ଖାନ୍‌ ମନା କରିବେ ନାହିଁ ବୋଲି କୁହାଯାଉଛି। ଯଦି ସବୁ ଠିକ୍‌ଠାକ୍‌ ରହେ,ତେବେ ଦର୍ଶକ ଫରାହ୍‌ ଖାନ୍‌ଙ୍କ ନୂଆ ସିନେମାରେ ପୁଣି ଥରେ ଶାହାରୁଖ୍‌-ଦୀପିକାଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ।

   ସମ୍ବନ୍ଧିତ ଖବର


ଡ୍ରଗ୍ସ କେସ୍‌ : ଏନ୍‌ସିବି ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଦେଲେ କ୍ଲିନ୍‌ ଚିଟ୍ ? ଜାଣନ୍ତୁ ସତ କଣ

ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ଉପରେ ତିଆରି ହେବ ଫିଲ୍ମ, ୩ଟି ପାର୍ଟରେ ହୋଇପାରେ ରିଲିଜ୍

ଜୁହିଙ୍କ ଫିଲ୍ମକୁ ନାପସନ୍ଦ କରୁଥିଲେ ତାଙ୍କ ପିଲା

ସୁଶାନ୍ତଙ୍କ ମୃତ୍ୟୁ ସମୟ ନେଇ ପ୍ରଶ୍ନ ଉଠାଇଲା AIIMS, କହିଲା ଏଭଳି କଥା

କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆକୁ ଆସିବେ ଧୋନି, ସାଥ୍ ଦେବେ ପତ୍ନୀ ସାକ୍ଷୀ

ପ୍ରତିଯୋଗୀଙ୍କ ସହ ଅନିଲ କପୁରଙ୍କ ଜବରଦସ୍ତ ଡ୍ୟାନ୍ସ – ଭିଡ଼ିଓ ଭାଇରାଲ