PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ସରକାରୀ ଉଦାସୀନତା ପ୍ରତିବାଦରେ ଓଡିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘର ସଦସ୍ୟ ଅଗଷ୍ଟ ଏକ ତାରିଖରୁ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରିବେ

ଭୁବନେଶ୍ୱର – ସରକାରୀ ଉଦାସୀନତା ପ୍ରତିବାଦରେ ଓଡିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘର ସଦସ୍ୟ ଅଗଷ୍ଟ ଏକ ତାରିଖରୁ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି । ସେମାନଙ୍କର ବିଭିନ୍ନ ଦାବି ପୂରଣ ହେଉ ନଥିବାରୁ ଏପରି ପ୍ରତିବାଦ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୧୬ରୁ ୩୧ ପର୍ଯ୍ୟନ୍ତ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିଯିବ ବୋଲି କୁହାଯାଇଛି । ଥିରେ ରୋଗୀ ସେବା କ୍ଷେତ୍ରରେ କୌଣସି ବାଧା ଉପୁଜିବା ନାହିଁ ବୋଲି ସଂଘ କହିଛି ।

ସେମାନଙ୍କର ପଦ ଟେକିନିସିଆନ୍‌ରୁ ଟେକ୍ନୋଲଜିଷ୍ଟକୁ ପରିବର୍ତ୍ତନ କରିବା ପାଇଁ ଦାବି କରାଯାଇଛି । କ୍ୟାପିଟାଲ ହସ୍‌ପିଟାଲ୍‌ରେ ବିଭିନ୍ନ କ୍ୟାଡର ରୁଲ୍‌ରେ ପରିବର୍ତ୍ତନ ହେବାରୁ ପଦୋନ୍ନତି ହୋଇପାରୁ ନାହିଁ । ଏହା ସାମୟିକ ଭାବେ ଠିକ୍‌ ଭାବେ ତାଲିମ୍‌ ପାଇ ନଥିବା ଲାବୋରେଟେରୀ ଟେକ୍ନିସିଆନ୍‌ମାନଙ୍କୁ ନେଇ କାର୍ଯ୍ୟ କରାଯାଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସବୁର ସମାଧାନ ନହେଲେ କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେବେ ବୋଲି ସଂଘ କହିଛି ।

ସମ୍ବନ୍ଧିତ ଖବର