PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ପତ୍ନୀକୁ ଧୋକା ଦିଅନ୍ତି ନାହିଁ ଏହି ରାଶିର ପୁରୁଷ, ଦେଖନ୍ତୁ ଆପଣ ସେଥିରେ ଅଛନ୍ତି କି…

ଝଗଡ଼ା ତ ସମସ୍ତଙ୍କ ମଧ୍ୟରେ ହୋଇଥାଏ । ଭାଇ-ଭଉଣୀ ମଧ୍ୟରେ, ବନ୍ଧୁ ବନ୍ଧୁଙ୍କ ମଧ୍ୟରେ ଏବଂ ପରିବାର ମଧ୍ୟରେ । କିନ୍ତୁ ପ୍ରେମିକ ଓ ପ୍ରେମିକା ଏବଂ ପତି ଓ ପତ୍ନୀ ମଧ୍ୟରେ ହେଉଥିବା ଝଗଡ଼ା ସବୁଠାରୁ ନିଆରା। କୁହାଯାଏ କି ଏମାନଙ୍କ ମଧ୍ୟରେ ଝଗଡ଼ା ହେଲେ ତାହା ଖରାପ ଆଡ଼କୁ ନୁହେଁ ବରଂ ସମ୍ପର୍କକୁ ଆହୁରି ନିବିଡ଼ କରିଦେଇଥାଏ। ତେବେ ଏଭଳି କିଛି ରାଶି ରହିଛି ଯେଉଁ ରାଶିର ପୁରୁଷମାନେ ତାଙ୍କ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି। ଏମାନେ କେବେ କି ତାଙ୍କ ପତ୍ନୀକୁ ଧୋକା ଦେଇପାରିବେ ନାହିଁ। ତେବେ ଆଜି ଆସନ୍ତୁ ଜାଣିବା ସେହିଭଳି କିଛି ରାଶି ସମ୍ପର୍କରେ ।

ତୁଳାରାଶି : ତୁଳା ରାଶିର ପୁଅମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି। ତାଙ୍କୁ ଖୁସି କରିବା ଲାଗି ନାନା ଉପାୟ କରନ୍ତି। ଭିନ୍ନ ଭିନ୍ନ ଉପହାର ଦେବାକୁ ବି ଏମାନେ ପସନ୍ଦ କରିଥାନ୍ତି। ଜୀବନର ଯେ କୌଣସି ପରିସ୍ଥିତିରେ ବି ଏମାନେ ଜୀବନସାଥୀର ସାଥ ଦେବାକୁ ପଛାନ୍ତି ନାହିଁ । ସବୁବେଳେ ଜୀବନସାଥୀ ସାଙ୍ଗରେ ରହିବାକୁ ପସନ୍ଦ କରନ୍ତି।

ଵୃଷରାଶି : ଏହି ରାଶିର ପୁଅମାନେ ଟିକେ ରାଗି ସ୍ବଭାବର। କିନ୍ତୁ ଏମାନେ ନିଜ ସ୍ତ୍ରୀକୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି। ରାଗିଥିବା ସମୟରେ ପତ୍ନୀଙ୍କୁ ଉପହାର ଦେଇ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରନ୍ତି । ଉଭୟଙ୍କର ଭଲ ପାଇବା ଏତେ ମଜବୁତ ଯେ ପରସ୍ପରକୁ ଧୋକା ଦେବା କଥା ସ୍ବପ୍ନରେ ବି କେବେ ଭାବି ପାରିବେ ନାହିଁ।

କର୍କଟ ରାଶି :  ଏହି ରାଶିର ପୁଅମାନେ ସ୍ଵଭାଵରେ ଟିକେ ଅଧିକ ରାଗି କିନ୍ତୁ ନିଜ ଜୀବନସାଥୀର ଅନେକ ଯତ୍ନ ନେଇଥାନ୍ତି। ଏହି ରାଶିର ପୁରୁଷ କେବେ ହେଲେ ନିଜ ଜୀବନସାଥୀକୁ ଧୋକା ଦିଅନ୍ତି ନାହିଁ।

ସିଂହ ରାଶି : ଏହି ରାଶିର ପୁଅମାନଙ୍କ ବ୍ୟକ୍ତିତ୍ୱ ଟିକେ ଭିନ୍ନ। ଝିଅମାନେ ଏମାନଙ୍କ ସ୍ୱଭାବ ପ୍ରତି ଆକର୍ଷିତ ହୋଇଥାନ୍ତି । ଏମାନେ ପ୍ରକୃତ ଜୀବନସାଥୀ ହୋଇଥାନ୍ତି । ଏହି ରାଶିର ପୁରୁଷ ଅନ୍ୟ ମହିଳାଙ୍କୁ ଆଡ଼ ଆଖିରେ ବି ଚାହାଁନ୍ତି ନାହିଁ।

କୁମ୍ଭ ରାଶି:  ଏହି ରାଶିର ପୁଅମାନେ ନିଜ ଜୀବନସାଥୀ ପ୍ରତି ଅଧିକ ବିଶ୍ୱାସି ହୋଇଥାନ୍ତି। ଦୁନିଆର ସବୁ ନିଜ ସ୍ତ୍ରୀକୁ ସମସ୍ତ ଖୁସି ଦେବା ପାଇଁ ବହୁତ ଚେଷ୍ଟା କରନ୍ତି । ଏମାନେ ନିଜ ସ୍ତ୍ରୀର ସମସ୍ତ ସ୍ୱପ୍ନ ପୂରା କରିବାରେ ବିଶ୍ୱାସ ରଖନ୍ତି।

ସମ୍ବନ୍ଧିତ ଖବର