ମାନସିକ ବିକୃତ କନେଷ୍ଟବଳ ଝାଡ଼ଖଣ୍ଡରୁ ପଳେଇ ଆସିଥିଲେ ପୁରୀ, ବେଳାଭୂମିରୁ ଉଦ୍ଧାର କଲା ସ୍ୱେଚ୍ଛାସେବୀ ସଂଗଠନ

ପୁରୀ, ୩/୫: ପୁରୀରୁ ପୁଣି ଜଣେ ଭଲ ପରିବାରରୁ ଆସିଥିବା ମାନସିକ ବିକୃତ ଭିକାରୀଙ୍କୁ ପ୍ରଶାସନ ଜରିଆରେ ଉଦ୍ଧାର କରାଯାଇଛି । ମାନସିକ ଭାରସାମ୍ୟ ହରାଇଥିବା ଏହି ବ୍ୟକ୍ତି ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ କନେଷ୍ଟବଳ ଭାବେ କାମ କରୁଥିଲେ । ସମ୍ପୃକ୍ତ କନେଷ୍ଟବଳଙ୍କ ନାମ ବିକାଶ ସିଂ ବୋଲି ସୂଚନା ମିଳିଛି । ପୁରୀ ହଲିଡେ ରିସର୍ଟ ପଛପାଶ୍ୱର୍ ବେଳାଭୂମିରୁ ସ୍ୱେଚ୍ଛାସେବୀ ଓ ପ୍ରଶାସନ ସହଯୋଗରେ ତାଙ୍କୁ ଉଦ୍ଧାର କରାଯାଇଛି । ଏବେ ସେ ଚନ୍ଦନପୁରର ଏକ ଆଶ୍ରୟସ୍ଥଳରେ ଥିବା ସୂଚନା ମିଳିଛି ।

ଦୀର୍ଘଦିନ ଧରି ଅଖିଆ ଅପିଆ ପଡ଼ିଥିବା ଏହି ମାନସିକ ବିକୃତ ହଠାତ୍‌ ସ୍ଥାନୀୟ ହୋଟେଲ କର୍ମଚାରୀଙ୍କ ପାଖରେ ଖାଇବା ନିମନ୍ତେ ହାତ ପତାଇଥିଲେ । ଏଥିସହ ପରିବାର ଲୋକଙ୍କୁ ଯୋଗାଯୋଗ କରିବାକୁ କହିଥିଲେ । ପହୁ ପଚରାଉଚରା ପରେ ବିକାଶ ତାଙ୍କ ନାମ, ଠିକଣା ଓ ପରିବାର ଲୋକଙ୍କ ନାମ କହିଥିଲେ । ଏନେଇ ସୁରକ୍ଷା କର୍ମୀଙ୍କ ଜରିଆରେ ପୁରୀର କିଛି ସ୍ୱେଚ୍ଛାସେବୀ ଖବର ପାଇଥିଲେ । ତୁରନ୍ତ ଘଟଣାସ୍ଥଳରେ ପହଂଚି ପ୍ରଥମେ ଖାଇବା, ପିଇବା ବନ୍ଦୋବସ୍ତ କରିଥିଲେ । ପରେ ପୁଲିସ କଂଟ୍ରୋଲ ରୁମ୍‌କୁ ଫୋନ୍‌ କରି ସହଯୋଗ ମାଗିଥିଲେ । ତେବେ ସକାଳ ପ୍ରାୟ ୯ଟା ବେଳେ ଯୋଗାଯୋଗ କରାଯାଇଥିବା ବେଳେ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି କଂଟ୍ରୋଲ ରୁମ୍‌ରୁ ମିଳିଥିଲା । ଶେଷରେ ଅପରାହ୍ନ ପ୍ରାୟ ୨ଟା ବେଳକୁ ପୋଲିସ ପହଞ୍ଚି ସମ୍ପୃକ୍ତ ମାନସିକ ବିକୃତଙ୍କୁ ଥଇଥାନ ନିମନ୍ତେ ପଦକ୍ଷେପ ନେଇଥିଲେ ।

ସ୍ୱେଚ୍ଛାସେବୀଙ୍କ ସୂଚନା ମୁତାବକ ପ୍ରଥମିକ ସୂଚନାରୁ ପାରିବାରିକ କାରଣରୁ ଦୀର୍ଘ ବର୍ଷ ହେବ ହଜି ଯାଇଥିବା ମାନସିକ ବିକୃତ ବିହାର ମୂଳ ବାସିନ୍ଦା । ସେ ହଜି ଯିବା ନେଇ ତାଙ୍କ ମା ପୁଲିସରେ ଏତଲା ଦେଇଥିଲେ । ପୁରୀରେ ସେ ଦୀର୍ଘଦିନ ହେବ ଭିକ ମାଗି ଖାଇ ଏଣେତଣେ ଘୁରୁ ବୁଲୁଥିଲେ । ଏବେ ତାଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ଫୋନ୍‌ କରି ଖବର ଦିଆଯାଇଛି । ପ୍ରଶାସନ ଏହି ମାନସିକ ବିକୃତଙ୍କୁ ତାଙ୍କ ଘରକୁ ପଠାଇବାର ବନ୍ଦୋବସ୍ତ କରିବାକୁ ନିବେଦନ କରାଯାଇଛି ।

   ସମ୍ବନ୍ଧିତ ଖବର


ପୁଣି ଏକ ଲଘୁଚାପ ସମ୍ଭାବନା: ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ସମ୍ଭାବନା କମ୍‌,୨ ସପ୍ତାହ ଯାଏ ଶୁଖିଲା ରହିବ ପାଗ

ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…