ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ମାନସିକ ଚାପ ୫୦ ପ୍ରତିଶତ କମିଯିବ ଦେଖନ୍ତୁ ଏହି ସୁଖୀ ପଶୁର ଭିଡିଓ

ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ହଜାର ହଜାର କଣ୍ଟେଣ୍ଟ କ୍ରିଏଟର (ବିଷୟବସ୍ତୁ ସୃଷ୍ଟିକର୍ତ୍ତା) ପ୍ରତିଦିନ କିଛି ନା କିଛି ନୂଆ କଥା ଉପସ୍ଥାପନ କରୁଛନ୍ତି । ପଶୁପକ୍ଷୀଙ୍କ ଭିଡିଓ ତନ୍ମଧ୍ୟରେ ଅନ୍ୟତମ । ବିଶ୍ୱର ପ୍ରତ୍ୟେକ କୋଣର ସୋସିଆଲ ମିଡିଆ ୟୁଜର ପଶୁପକ୍ଷୀଙ୍କ ଭିଡିଓ ଦେଖି ବେଶ ଉପଭୋଗ କରୁଛନ୍ତି । ଇଣ୍ଟର୍‌ନେଟରେ ସର୍ବାଧିକ ଦେଖାଯାଉଥିବା ବିଷୟ ମଧ୍ୟରେ ଏହା ଅନ୍ୟତମ । ପଶୁପକ୍ଷୀଙ୍କର ସୁନ୍ଦର ସୁନ୍ଦର ଭିଡିଓ ଯେତେ ଦେଖିଲେ ବି ଆହୁରି ଅଧିକ ଓ ନୂଆ ଭିଡିଓ ଦେଖିବାକୁ ଇଚ୍ଛା ହୁଏ । ତେବେ ପ୍ରଶ୍ନ ହେଉଛି, ଏହା ଏକ ସୁସ୍ଥ ଅଭ୍ୟାସ କି? ହଁ, ଏକ ସଦ୍ୟ ଅଧ୍ୟୟନ ଏହା ସ୍ପଷ୍ଟ କରିଛି । ଅଧ୍ୟୟନର ତଥ୍ୟ ଅନୁସାରେ, ପଶୁପକ୍ଷୀଙ୍କ ଭାବଭଙ୍ଗୀ, କାର୍ଯ୍ୟକଳାପ ଆଦିର ସୁନ୍ଦର ସୁନ୍ଦର ଭିଡିଓ ଦେଖିବା ଦ୍ୱାରା ଆପଣଙ୍କ ମାନସିକ ଚାପ ସ୍ତର ୫୦ ପ୍ରତିଶତ ହ୍ରାସ ପାଇପାରେ । ୟୁନିଭର୍ସିଟି ଅଫ୍‌ ଲିଡ୍‌ସ ଓ ଟୁରିଜମ୍‌ ୱେଷ୍ଟର୍ନ ଅଷ୍ଟ୍ରେଲିଆ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି ।

ଅଧ୍ୟୟନରେ ସାମିଲ ୧୯ ପ୍ରତିଯୋଗୀଙ୍କୁ ୧୫ ମିନିଟ୍‌ ପାଇଁ ପଶ୍ଚିମ ଅଷ୍ଟ୍ରେଲିଆରେ ଦେଖାଯାଉଥିବା ଛୋଟ ଲାଞ୍ଜଯୁକ୍ତ ଗଛ ଚଢ଼ିପାରୁଥିବା ବିଲେଇ ଭଳି ‘କୋକା’ ନାମକ ପଶୁଙ୍କ ଭିଡିଓ ଦେଖିବାକୁ ଦିଆଯାଇଥିଲା । ବିଶ୍ୱର ସବୁଠୁ ସୁଖୀ ପଶୁ ଭାବେ ଏହା ପରିଚିତ । କୋକାଙ୍କର କିଛି ଭିଡିଓ ଦେଖିବା ପରେ କିଛି ପ୍ରତିଯୋଗୀଙ୍କ ମାନସିକ ଚାପ ସ୍ତର ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଏପରିକି ଉଚ୍ଚ ରକ୍ତଚାପ ମଧ୍ୟ ହ୍ରାସ ପାଇ ସୁସ୍ଥ ବ୍ୟକ୍ତିର ରକ୍ତଚାପ ସହ ସମାନ ହୋଇଥିଲା । କୋକାଙ୍କ ଭିଡିଓ ଦେଖିବାର ମାନସିକ ପ୍ରଭାବ ବିଷୟରେ ଜାଣିବା ପାଇଁ ଅଧ୍ୟୟନ ସମୟରେ ପ୍ରତିଯୋଗୀଙ୍କ ହୃତ୍‌ସ୍ପନ୍ଦନ ହାର ଓ ରକ୍ତଚାପ ଯାଞ୍ଚ କରାଯାଇଥିଲା । ଭିଡିଓ ଶେଷ ହେବା ପରେ ସମସ୍ତ ପ୍ରତିଯୋଗୀଙ୍କ ରକ୍ତଚାପ ମପାଗଲା । ଅଧାରୁ ଅଧିକ ପ୍ରତିଯୋଗୀଙ୍କ ରକ୍ତଚାପ ୧୩୬/୮୮ରୁ ୧୧୫/୭୧କୁ ହ୍ରାସ ପାଇଥିବା ଜଣାପଡ଼ିଲା ।

ଜଣେ ପ୍ରତିଯୋଗୀଙ୍କ ହୃତ୍‌ସ୍ପନ୍ଦନ ହାର ୯୦ବିପିଏମ୍‌ରୁ ୬୮ ବିପିଏମ୍‌କୁ ହ୍ରାସ ପାଇଥିଲା । ସେତିକି ନୁହେଁ, ଭିଡିଓ ଦେଖିବା ପରେ ପ୍ରତିଯୋଗୀଙ୍କ ଉଦ୍‌ବେଗ ସ୍ତର ହାରାହାରି ୩୫ ପ୍ରତିଶତ ହ୍ରାସ ପାଇଥିଲା । କିଛି ପ୍ରତିଯୋଗୀଙ୍କ ଉଦ୍‌ବେଗ ସ୍ତର ୫୦ ପ୍ରତିଶତ ହ୍ରାସ ପାଇଥିବା ଦେଖାଗଲା । ଅଧ୍ୟୟନରେ ସାମିଲ ଡ. ଆଣ୍ଡ୍ରିଆ ଅଟ୍‌ଲି କହିଛନ୍ତି, ଛାତ୍ର ପ୍ରତିଯୋଗୀମାନେ ସେମାନଙ୍କ ପରୀକ୍ଷାକୁ ନେଇ ବ୍ୟାକୁଳ ଥିଲେ । କିଛି ପ୍ରତିଯୋଗୀଙ୍କ ହୃତ୍‌ସ୍ପନ୍ଦନ ହାର ଓ ରକ୍ତଚାପ ମଧ୍ୟ ଉଚ୍ଚତର ଥିଲା । ସେମାନଙ୍କ ମାନସିକ ଚାପ ସ୍ତର ଉଚ୍ଚତର ଥିବା ସଙ୍କେତ ଦେଇଥିଲା । ତେବେ ଏହି ଅଧ୍ୟୟନ ଅବଧିରେ ସମସ୍ତଙ୍କ ହୃତ୍‌ସ୍ପନ୍ଦନ ହାର ଓ ରକ୍ତଚାପ ହ୍ରାସ ପାଇ ସୁସ୍ଥ ବ୍ୟକ୍ତିଙ୍କ ଭଳି ହୋଇଥିଲା । ଚାପ ଓ ଉଦ୍‌ବେଗ ସ୍ତର ମଧ୍ୟ ଖୁବ୍‌ କମିଥିଲା ବୋଲି ଆଣ୍ଡ୍ରିଆ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.