PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ୟୁପି ପୋଲିସ ବିରୋଧରେ ପ୍ରିୟଙ୍କା ଗାନ୍ଧିଙ୍କ ଗୁରୁତର ଅଭିଯୋଗ, କହିଲେ-ମୋତେ ଧକ୍କା ମାରି ତଣ୍ଟି ଚିପି…

ଲକ୍ଷ୍ନୌ,୨୯।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ପୋଲିସ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ । ସେ କହିଛନ୍ତି, ୟୁପିର ଲକ୍ଷ୍ନୌ ପୋଲିସ ତାଙ୍କର ତଣ୍ଟି ଚିପିବା ସହିତ ଧକ୍କା ମାରି ଅଟକାଇଥିଲା।  ସେ ଯେତେବେଳେ ଅବସରପ୍ରାପ୍ତ ଆଇପିଏସ୍ ଏସଆର ଦାରାପୁରୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ ସେତେବେଳେ ଏଭଳି ହୋଇଥିଲ ବୋଲି କହିଛନ୍ତି।

ଉଲ୍ଲେଖନୀୟ ଯେ, ନାଗରିକତା ସଂଶୋଧନ ଆଇନ(ସିଏଏ) କୁ ବିରୋଧ କରିବା ନେଇ ଗତ କିଛି ଦିନ ତଳେ  ଗିରଫ ହୋଇଥିବା ଅବସରପ୍ରାପ୍ତ ଆଇପିଏସ୍ ଏସଆର ଦାରାପୁରୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିବା ବେଳେ ପୋଲିସ ତାଙ୍କର ଗାଡିକୁ ବଳପୂର୍ବକ ଲୋହିଆ ପାର୍କ ସାମନାରେ ରୋକି ଦେଇଥିଲା। ଏହି ସମୟରେ ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କ  ସହ ଏହି କରିଥିବାର ଅଭିଯୋଗ କରିଛନ୍ତି ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହିଳା ପୋଲିସ୍ ଅଧିକାରୀ ଅର୍ଚ୍ଚନା ସିଂହ।  

ଅର୍ଚ୍ଚନା କହିଛନ୍ତି, ପ୍ରିୟଙ୍କା ତାଙ୍କ ରୁଟ୍ ବଦଳାଇ ଯାତ୍ରା କରୁଥିବାରୁ ତେଣୁ ତାଙ୍କୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲା। ତେବେ ତାଙ୍କ ସହ କୌଣସି ର୍ଦୁବ୍ୟବହାର କରାଯାଇ ନାହିଁ। ପ୍ରିୟଙ୍କା ମିଛ କହୁଛନ୍ତି ବୋଲି ମହିଳା ଅଧିକାରୀ ଜଣକ କହିଛନ୍ତି।  ଅନ୍ୟପକ୍ଷେ ପ୍ରିୟଙ୍କା ଗାନ୍ଧିଙ୍କର ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ଉତ୍ତର ପ୍ରଦେଶର ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂ ଟ୍ବିଟ୍ କରିଛନ୍ତି। ପ୍ରିୟଙ୍କାଙ୍କ ପରିବାର କେବଳ ମିଛ କୁହେ। ପ୍ରିୟଙ୍କା ଏଭଳି ନାଟକବାଜୀ କରୁଛନ୍ତି, ଏହାକୁ ନିନ୍ଦା କରିବା ଦରକାର।