ଗ୍ରାହକଙ୍କ ଉତ୍ସାହ ଆଗରେ ହାର୍ ମାନିଲା ମାନ୍ଦାବସ୍ଥା, ଦଶହରାରେ ବିକ୍ରି ହେଲା ୨୦୦ରୁ ଅଧିକ ମର୍ସିଡିଜ୍…

ମୁମ୍ବାଇ ୯/୧୦: ଜର୍ମାନୀର ବିଳାସପୂର୍ଣ୍ଣ କାର୍ ନିର୍ମାତା କମ୍ପାନୀ ମର୍ସିଡିଜ୍ ବେଞ୍ଜ ଏହି ଫେଷ୍ଟିଭ୍ ସିଜନରେ ଗୋଟିଏ ଦିନରେ ୨୦୦ କାର ଡେଲିଭରୀ କରି ରେକର୍ଡ ସୃଷ୍ଚି କରିଛି । ମଙ୍ଗଳବାର କମ୍ପାନୀ କହିଛି ଦଶହରା ଦିନ ମୁମ୍ବାଇରେ ୧୨୫ ଓ ଗୁଜରାତରେ ୭୪ କାର୍ ଡେଲିଭରୀ ହୋଇଛି ।

ମର୍ସିଡିଜ୍ ବେଞ୍ଜ ଇଣ୍ଡିଆର ଏମଡି-ସିଇଓ ମାର୍ଟିନ୍ ଶ୍ୱେଙ୍କ କହିଛନ୍ତି ଯେ ଦଶହରା ଦିନ ମୁମ୍ବାଇ, ଗୁଜରାତ ଓ ଅନ୍ୟ କିଛି ସ୍ଥାନମାନଙ୍କରେ ଗ୍ରାହକଙ୍କ ମଧ୍ୟରେ ଭଲ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଉତ୍ସାହ ଗତବର୍ଷ ମଧ୍ୟ ଥିଲା ଯାହାକି ଆମ ପାଇଁ ବହୁତ ସକାରାତ୍ମକ ଥିଲା ।

କମ୍ପାନୀର ସୂଚନା ଅନୁସାରେ ଯେଉଁ କାରର ଡେଲିଭରୀ ହୋଇଥିଲା ସେଥିରେ ସି-କ୍ଲାସ୍, ଇ-କ୍ଲାସ୍ ସେଡାନ ଓ GLC ଏବଂ GLE ଭଳି ଗାଡି ସାମିଲ ଥିଲେ । ଏବେ କମ୍ପାନୀ ନୂଆ ମଡେଲ୍ ଲଞ୍ଚ କରିବା ପାଇଁ ଯୋଜନା କରୁଛି ।

ମର୍ସିଡିଜ୍ ବେଞ୍ଜ ବ୍ୟତୀତ ଅନ୍ୟ କାର୍ କମ୍ପାନୀ ମଧ୍ୟ ଏହା ଆଶା ରଖିଥିଲେ ଯେ ଏହି ଫେଷ୍ଟିଭ୍ ସିଜନରେ ଅଟୋ ସେକ୍ଟର ମାନ୍ଦାବସ୍ଥାରୁ ମକୁଳିଯିବ । ନୂଆ ନୂଆ ଅଫର୍ସ ଓ ଡିସ୍କାଉଣ୍ଟ ଗ୍ରାହକଙ୍କୁ ଶୋ ରୁମ ଟାଣିଆଣିବାକୁ କାମରେ ଆସିବ । ମାସର ଶେଷକୁ ଦିପାବଳୀ ମଧ୍ୟ ପଡୁଛି । ଧନତେରସରେ ମଧ୍ୟ ବିକ୍ରି ଅଧିକ ହେବା ନେଇ ଆଶା କରାଯାଉଛି ।

   ସମ୍ବନ୍ଧିତ ଖବର


ଜିୟା ଭରାଲି ନଦୀରେ ବୁଡିଲା ଡଙ୍ଗା, ଥିଲେ ୭୦ରୁ ୮୦ ଯାତ୍ରୀ

ଭାରତରେ ବ୍ୟାପିବାରେ ଲାଗିଛି ୯୯୬ ୱର୍କ କଲ୍ଚର, ପ୍ରଭାବିତ ହେଉଛି ବ୍ୟକ୍ତିଗତ ଜୀବନ

ରାମ ମନ୍ଦିର ମାମଲା : ମଧ୍ୟସ୍ଥତା ପ୍ୟାନେଲର ସମାଧାନ ରାସ୍ତାରେ ହିନ୍ଦୁ ଓ ମୁସଲମାନ ଉଭୟଙ୍କର ହେବ ବିଜୟ

ପୁଣି ପାକିସ୍ତାନର ନୀଚ କାର୍ଯ୍ୟ : ମଝି ଆକାଶରେ ଭାରତୀୟ ଯାତ୍ରୀବାହୀ ବିମାନକୁ ଏଫ୍-୧୬ ଦ୍ବାରା ଘଣ୍ଟେ ପର୍ଯ୍ୟନ୍ତ ଘେରିକି ରଖିଥିଲା