PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଅଲମ୍ପିକ୍ ଟ୍ରାୟଲ୍ସରେ ନିଖତଙ୍କୁ ହରାଇଲେ ମେରୀ କମ୍

ନୁଆଦିଲ୍ଲୀ ୨୮/୧୨: ଭାରତୀୟ ମହିଳା ବକ୍ସର ଏମସି ମେରିକମ୍ ଓ ନିଖତ ଜରିନଙ୍କ ମଧ୍ୟ ବହୁପ୍ରତୀକ୍ଷିତ ମୁକାବିଲା ଶନିବାରର ମେରିକମଙ୍କ ବିଜୟ ସହିତ ସମାପ୍ତ ହୋଇଛି । ୬ ଥର ଚାମ୍ପିଅନ୍ ହୋଇଥିବା ମେରୀ  କମ୍ ଏହି ମ୍ୟାଚରେ ନିଖତଙ୍କୁ ହରାଇ ନିଜ ଅଲମ୍ପିକରେ କ୍ୱାଲିଫାୟାର୍ସ ପାଇଁ ଭାରତର ପ୍ରତିନିଧି କରିବାକ ସୁଯୋଗ ହାସଲ କରିଛନ୍ତି । ମେରୀ ଓ ନିଖତଙ୍କ ମଧ୍ୟରେ ୫୧ କିଲୋ ବର୍ଗର ଫଇସଲା ୯-୧ରେ ମେରୀଙ୍କ ପକ୍ଷରେ ଗଲା । ଏବେ ମେରୀ କମ୍ ଅଲମ୍ପିକ୍ କ୍ୱାଲିଫାୟାର୍ସ ପାଇଁ ଚୀନ୍ ଗସ୍ତ କରିବେ । ଫେବୃୟାରୀରେ ଟୋକ୍ୟ ଅଲମ୍ପିକ୍ ପାଇଁ କୋଟା ହାସଲ କରିବା ନେଇ ତାଙ୍କୁ ମୁକାବିଲା କରିବାକୁ ପଡିବ ।

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚ୍ ପରେ ଫଳାଫଳକୁ ନେଇ ବିବାଦ ହୋଇଥିଲା । ତେଲେଙ୍ଗାନା ବକ୍ସିଂ କାଉନସିଲ୍ ଏହି ଫଳାଫଳକୁ ବିରୋଧ କରିଥିଲା । କାଉନସିଲର ସହ ସଚିବ ଏଏସ ରେଡ୍ଡି କହିଥିଲେ, ‘ନିଖତ ସଫା ସଫା ବିଜେତା ବୋଲି ଜଣାପଡୁଛନ୍ତି । ମେରୀ କମଙ୍କ ବାଉଟରେ ବିଜୟ ତାଙ୍କ ବରିଷ୍ଠତା ଓ ତାଙ୍କ ରାଜ୍ୟସଭାର ସଦସ୍ୟତାକୁ ଦେଇ ଦିଆଯାଇଛି ।‘

ପ୍ରଥମ ରାଉଣ୍ଡର କ୍ୱାଲିଫାୟାର ମୁକାବିଲାରେ ନିଖତ ବର୍ତ୍ତମାନର ଜାତୀୟ ଚାମ୍ପିଅନ୍ ଜ୍ୟୋତି ଗୁଲିଆଙ୍କୁ ୧୦-୦ରେ ହରାଇଥିଲେ । ଏବଂ ମେରୀ କମ୍ ରିତୁ ଗ୍ରେୱାଲଙ୍କୁ ଣଦ୍ୟ ଏହି ଅନ୍ତରରେ ହରାଇଥିଲେ । ଏହା ପରେ ମେରୀ କମ୍ ଓ ନିଖତଙ୍କ ମଧ୍ୟରେ ମୁକାବିଲା ପାଇଁ ସ୍ଥିର ହୋଇଥିଲା ।