ପ୍ରମୁଖ ଖବର
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ମୁସଲିମଙ୍କ ଉପରେ ଅତ୍ୟାଚାର କରୁଛି ଚୀନ, ନିନ୍ଦା କଲେ ଫୁଟବଲର୍ ମେସୁତ୍ ଓଜିଲ୍

ବେଜିଂ, ୧୫|୧୨: ତୁର୍କୀରେ ଜନ୍ମିତ ଜର୍ମାନ୍ ଫୁଟବଲର ଆର୍ସେନାଲ୍ କେ ମେସୁତ ଓଜିଲ୍ ଗତକାଲି ଝିଞ୍ଜିୟାଙ୍ଗରେ ଉଉଘୁରଙ୍କ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି। ମୁସଲିମ ଦେଶମାନେ ଏହି ପ୍ରସଙ୍ଗରେ ନୀରବ ରହୁଥିବାରୁ ସେ ସମାଲୋଚନା କରିଛନ୍ତି।

{"id":69427,"width":747,"height":497,"sizeSlug":"large"}

ଓଜିଲ ଲେଖିଛନ୍ତି ୟେ, ଝିଞ୍ଜିୟାଙ୍ଗରେ କୋରାନକୁ ଜଳାଯାଉଛି, ବିଭିନ୍ନ ମସଜିଦକୁ ବନ୍ଦ କରିଦିଆଯାଉଛି। ଧାର୍ମିକ ବିଦ୍ୱାନମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ହତ୍ୟା କରାଯାଉଛି। ଏହାକୁ ନେଇ ମୁସଲମାନମାନେ ଚୁପ ରହିଛନ୍ତି। ବିଭିନ୍ନ ମୁସଲିମ ଦେଶ ମଧ୍ୟ ଏହି ପ୍ରସଙ୍ଗରେ କିଛି ମନ୍ତବ୍ୟ ଦେଉନାହାଁନ୍ତି।

{"id":69428,"width":746,"height":497,"sizeSlug":"large"}

ବିଶେଷଜ୍ଞଙ୍କ କହିବାନୁସାରେ, ଦଶ ଲକ୍ଷରୁ ଅଧିକ ଉଇଘୁର ଓ ଅନ୍ୟ ସମୁଦାୟଙ୍କୁ ଚୀନ ଜବରଦସ୍ତି ବିଭିନ୍ନ ଶିବିରରେ ରଖିଛି। ଚୀନ ପ୍ରଥମେ ଏହି ଶିବିରକୁ ଖଣ୍ଡନ କରୁଥିଲା। ପରେ ମୁସଲିମ ଚରମପନ୍ଥୀଙ୍କ ପକ୍ଷରୁ ହେଉଥିବା ହିଂସାକୁ ରୋକିବା ପାଇଁ ଏପରି କରିଥିବା କହିଥିଲା।  

ଓଜିଲ ଆହୁରି କହିଛନ୍ତି ଯେ, ପଶ୍ଚିମ ରାଜ୍ୟ ଓ ମିଡିଆ ଏହି ପ୍ରସଙ୍ଗକୁ କିଛି ଦିନ ପାଇଁ ଏଜେଣ୍ଡା କରିଥିଲେ। ତେବେ ଅନ୍ୟ ମୁସଲିମ ଦେଶ ସବୁ ଜାଣି ମଧ୍ୟ ଚୁପ ରହୁଥିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.