ଲଞ୍ଚ ହେଲା ସାଓମି Mi A3, ରହିଛି ଏହି ସବୁ ଦମଦାର୍ ଫିଚର୍ସ

ନୁଆଦିଲ୍ଲୀ ୨୧/୮: ସାଓମି ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ Mi A3 ଲଞ୍ଚ କରିଦେଇଛି । ଏହି ଫୋନରେ ସବୁଠାରୁ ଖାସ୍ ଫିଚର୍ସ ହେଉଛି ଏହାର ଟ୍ରିପଲ୍ ରିୟର କ୍ୟାମେରା । କମ୍ପାନୀ ଏହି ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ଯ ୧୨,୯୯୯ ଟଙ୍କା ରଖିଛି । ଏଥିରେ ୪ ଜିବି ଏବଂ ୬୪ ଜିବି ମେମୋରୀ ରହିଛି । ଏହାର ୬ଜିବି ଏବଂ ୧୨୮ ଜିବି ଭେରିୟଣ୍ଟର ମୂଲ୍ଯ ୧୫,୯୯୯ ଟଙ୍କା ରହିଛି ।

ବଜେଟ୍ ଫୋନ୍ ହୋଇଥିବା ସତ୍ତ୍ୱେ ଏଥିରେ ଅଣ୍ଡିର ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନରରହିଛି । Mi A3 ରେ ୬.୦୧ ଇଞ୍ଚର ଫୁଲ୍ ଏଚଡି ଡିସପ୍ଲେ ଦିଆଯାଇଛି । ଫୋନରେ AMOLED ପ୍ୟାନେଲ୍ ଦିଆଯାଇଛି ଯାହାର ବଡି ଟୁ ସ୍କ୍ରିନ୍ ରେସିଓ ୮୦.୩ ପ୍ରତିଶତ । ଡିସପ୍ଲେ ପ୍ରୋଟେକ୍ସନ ପାଇଁ ଏଥିରେ Corning Gorilla Glass 5 ଦିଆଯାଇଛି । ଏହି ସ୍ମାର୍ଟଫୋନ୍ Qualcomm Snapdragon 665ରେ କାମ କରେ । ଫୋନଟି ୩ କଲର୍ ଭେରିୟଣ୍ଟରେ ଉପଲବ୍ଧ ହେବ । ଏଥିରେ ବ୍ଲୁ, ହ୍ୱାଇଟ୍ ଓ ଗ୍ରେ କଲର ସାମିଲ ।

ଫଟୋଗ୍ରାଫି ପାଇଁ Xiaomi Mi A3ରେ ଟ୍ରିପଲ୍ କ୍ୟାମେରା ସେଟଅପ ଦିଆଯାଇଛି । ଏହାର ପ୍ରାଇମେରୀ ଲେନ୍ସ ୪୮ ମେଗାପିକ୍ସେଲ ଏବଂ ଅନ୍ଯଟି ୮ ମେଗାପିକ୍ସେଲର । ତୃତୀୟ ଲେନ୍ସ ୨ ମେଗାପିକ୍ସେଲର । ଏହାର କ୍ୟାମେରାରେ ଏଲଇଡି ଫ୍ଲାଶ୍, ଏଚିଡିଆର୍ ଓ ଫେସ୍ ଡିଟେକ୍ସନ ଅଟୋଫୋକସ୍ ଭଳି ଫିଚର୍ସ ଦିଆଯାଇଛି । ସେଲ୍ଫି ପାଇଁ ଫୋନରେ ୩୨ ମେଗାପିକ୍ସେଲ୍ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ପାୱର ପାଇଁ ଫୋନରେ ୪୦୩୦ ଏମଏଚ୍ ବ୍ୟାଟେରୀ ଦିଆଯାଇଛି । ଏହା ଫାଷ୍ଟ ଚାର୍ଜିଂ ସପୋର୍ଟ କରେ ।

ଫୋନ କିଣିଲେ ମିଳିବ ଏହି ଅଫର୍ସ
Mi A3ର ବିକ୍ରି ୨୩ ଅଗଷ୍ଟରୁ ଆରମ୍ଭ ହେବ । ଗ୍ରାହକଙ୍କୁ HDFC  ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ୭୫୦ ଟଙ୍କାର କ୍ୟାଶବ୍ୟାକ୍ ମିଳିବ ।

   ସମ୍ବନ୍ଧିତ ଖବର


କୋଭିଡ୍-୧୯ ନା ଫ୍ଲୁ ହୋଇଛି ଶୀତଦିନେ ଏଭଳି ଜାଣନ୍ତୁ, ଏହି ଦୁଇଟି ବଡ଼ ଲକ୍ଷଣରୁ ଜାଣିପାରିବେ ପାର୍ଥକ୍ୟ

କରୋନାର କରାଳ ରୂପ : ନେଗେଟିଭ ପରେ ପଜିଟିଭ, ୬ ମାସରେ ୩ ଥର ସଂକ୍ରମିତ ହେଲେ ଯୁବକ

ବିଧାନସଭା ନିର୍ବାଚନ ବିଗୁଲ୍‌ – ତିନି ପର୍ଯ୍ୟାୟରେ ବିହାର ଭୋଟ୍‌

ଧମକ ଦେଉଛନ୍ତି ବେସରକାରୀ ସ୍କୁଲ : ଫି’ ଦେବା ପାଇଁ ଅଳଙ୍କାର ବିକିବାକୁ ବାଧ୍ୟ ହେଲେ ଅଭିଭାବକ

ସାବଧାନ ! ଚୀନ୍‌କୁ ଚେତାବନୀ ଦେଲା ଭାରତ – ନିଜର ଆତ୍ମରକ୍ଷା କରିବାକୁ ପଛଘୁଞ୍ଚା ଦେବନି ଭାରତୀୟ ସୈନିକ

ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍