୧୦ ହଜାର ଟଙ୍କା ଶସ୍ତାରେ କିଣନ୍ତୁ Miର ୫୫ ଇଞ୍ଚିଆ ସ୍ମାର୍ଟଟିଭି, ଆଜି ଶେଷ ଦିନ

ନୁଆଦିଲ୍ଲୀ ୩/୧୧: Flipkart Flipstart Days ସେଲର ଆଜି(୩ ଅକ୍ଟୋବର) ଶେଷ ଦିନ । ସେଲରେ ଗ୍ରାହକଙ୍କୁ ଇଲେକଟ୍ରୋନିକ୍ ଗ୍ୟାଜେଟ୍, ଫ୍ୟାଶନ୍ ଓ ହୋମ୍ ଆପ୍ଲାଏନ୍ସ ଭଳି ପ୍ରଡକ୍ଟ୍ସକୁ ଭାରୀ ରିହାତିରେ ଦିଆଯାଉଛି । ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁସାରେ ସେଲରେ ଇଲେକ୍ଟ୍ରୋନିକ୍ ଆଇଟମ୍ସ ଉପରେ ୮୦ ପ୍ରତିଶତ ଏବଂ ଟିଭି ଉପରେ ୭୫ ପ୍ରତିଶତ ପର୍ଯ୍ଯନ୍ତ ରିହାତି ଦିଆଯାଉଛି ।

ଟିଭି କଥା କହିବାତ ଏଠାରେ ସାଓମିର ଏମଆଇ ଟିଭିର ମଡେଲକୁ ଶସ୍ତାରେ କ୍ରୟ କରାଯାଇପାରିବ । ସେଲରେ Mi LED TV 4X Pro କୁ ୧୦ ହଜାର ଟଙ୍କାରେ ଶସ୍ତାରେ ଆପଣ ଘରକୁ ନେଇପାରିବେ । ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁସାରେ Mi LED 4X Pro(୫୫ ଇଞ୍ଚ) ଆଣ୍ଡ୍ରଏଡ୍ ସ୍ମାର୍ଟଟିଭିକୁ ୪୯୯୯୯ ଟଙ୍କା ବଦଳରେ କେବଳ ୩୯ ୯୯୯ ଟଙ୍କାରେ ଘରକୁ ନେଇପାରିବେ । ଏହା ବ୍ୟତୀତ ଏହି ଟିଭିକୁ କିଣିବା ପାଇଁ ମଧ୍ୟ ଅଫର୍ସ ଦିଆଯାଉଛି ।

ଟିଭି କିଣିବା ପାଇଁ ଆପଣ ଯଦି Axis Bank Buzz Credit Card ର ବ୍ୟବହାର କରିବେ ତେବେ ୧୦ ପ୍ରତିଶତ ରିହାତି ପାଇପାରିବେ । ICICI ବ୍ୟାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ୫ ପ୍ରତିଶତର ଇଣ୍ଟ୍ରେଷ୍ଟ ଡିସକାଉଣ୍ଟ ଦିଆଯାଉଛି ।

Mi LED TV 4X Proରେ Xiaomiର କଷ୍ଟମ ଅପରେଟିଂ ସିଷ୍ଟମ PatchWall OS । ଏହା ବ୍ୟତୀତ ଏଥିରେ 4K HDR LED ଡିସପ୍ଲେ ରହିଛି । ଏହି ଟିଭି ୬୪ ବାଇଟ୍ କ୍ୱାର୍ଡକୋର ପ୍ରୋସେର ବିଶିଷ୍ଟ । ଏଥିରେ ୨ ଜିବି ରାମ୍ ଓ ୮ ଜିବି ଇଣ୍ଟରନାଲ୍ ଷ୍ଟୋରେଜ ରହିଛି ।

ଏହି ଟିଭିର ଖାସ୍ କଥା ହେଉଛି ଯେ ଏହାକୁ ବ୍ଲୁଟ୍ଥ୍ ରିମୋର୍ଟ ଭଏସ୍ କଣ୍ଟ୍ରୋଲ୍ ସହିତ ଅଣାଯାଇଛି । ଏହା ବ୍ୟତୀତ ଏଥିରେ 20Wର ବଡ ସ୍ପିକର ଲାଗିଛି । କନେକ୍ଟିଭିଟି ପାଇଁ ଏଥିରେ ୨ ୟୁଏସବି ପୋର୍ଟ, ୩ ଏଚଡିଏମାଇ ପୋର୍ଟ, ବ୍ଲୁଟୁଥ୍ ଓ ୱାଇଫାଇ ଭଳି ଫିଚର୍ସ ସାମିଲ ଅଛି ।

   ସମ୍ବନ୍ଧିତ ଖବର


ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

୩୧ ଜାନୁୟାରୀ ପରେ ବେକାର ହୋଇଯିବ ଡାକଘର ସଞ୍ଚୟ ଖାତାର ଏଟିଏମ୍ କାର୍ଡ

ପୁଣି ଖସିଲା ସୁନା ଓ ରୂପା ଦାମ୍, ଜାଣନ୍ତୁ ନୂଆ ରେଟ୍

ଯୁବକ ପଚାରିଲେ ‘ମହିଳାଙ୍କୁ ସେକ୍ସି କରିବା ପାଇଁ ମେଡିସିନ୍ କଣ ?’ ମିଳିଲା ଏମିତି ଜବାବ…