PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

୧୯୪୦ ମସିହା, ଦୁର୍ଘଟଣାରେ ମୃତ ପ୍ରେମିକର ଆତ୍ମା ଏବେ ବି ରାତିର ଅନ୍ଧାରରେ ଆସେ ପ୍ରେମିକାର ସନ୍ଧାନରେ

ଅନକ ହୁଏତ ଏହାକୁ କାହାଣୀ କହି ପାରନ୍ତି , ଅବା କହିପାରନ୍ତି ଦୁର୍ବଳ ମାନସିକାତା । କେତକ ବାସ୍ତୁବାଦୀ ବି ଅବିଶ୍ୱାସ କରିପାରନ୍ତି । ମାତ୍ର ଏବେବି ଆମେରିକାରେ ଏହାକୁ ନେଇ ବିଶ୍ୱାସ କରାଯାଏ । ନିଜ ପ୍ରେମିକାକୁ ଭେଟିବା ପାଇଁ ପ୍ରେମିକ ଆସୁଥିବା କଥା ଅନେକ ବିଶ୍ୱାସ କରିଥାଆନ୍ତି । ଏହାକୁ The Ghost of Oxford Milford Road ବୋଲି କୁହାଯାଇଥାଏ । ଏହା ନିକଟରେ ଥିବା ମିଆମି ୟୁନିଭରସିଟିରେ ଏବେ ବି ଏହି କଥା ପ୍ରଚଳିତ । ଏହାର ଓ୍ୱେବ ସାଇଟ୍‌ରେ ଆପଣ ଏହାର ଉଲ୍ଲେଖ ପାଇ ପାରିବେ । ଏବେ ବି ୧୯୪୦ ମସିହାର ମୃତ ପ୍ରେମିକର ଆତ୍ମା ଏବେବି ରାତିର ଅନ୍ଧାରରେ ପ୍ରେମିକାକୁ ଭେଟିବା ପାଇଁ ଆସ । ସେ କାହାର କିଛି କ୍ଷତି କରେ ନାହିଁ କିମ୍ବା କାହାକୁ ଡରାଏ ନାହିଁ । ତେବେ ତା ପ୍ରଶ୍ନ ଓ ଉତ୍ତର ଖୋଜିବା ପାଇ ଚେଷ୍ଟା କରେ । ଏବେ ବି ଅନେକ ଲୋକ ତାଙ୍କ ଦେଖିଥିବା କଥା ଦାବି କରନ୍ତି ।

ମିଆମି ବିଶ୍ୱବିଦ୍ୟାଳୟର । ଆମେରିକାର ମିଆମି ପ୍ରଦେଶରେ ଅବସ୍ଥିତ । ଏହାର ଉଚ୍ଚକୋଟୀର ଶିକ୍ଷାଦାନ ଏବଂ ଗବେଷଣା ପାଇଁ ବିଶ୍ୱ ବିଖ୍ୟାତ । ଓହିଓରେ ଥିବା ଅକ୍ସଫର୍ଡ ମିଲଫର୍ଡ ରୋଡ୍‌ରେ ଏବେବି ଏକ ଘଟଣା ସେଠାକାରା ଜନମାନସରେ ପ୍ରଚାରିତ । ଏହା କୌଣସି ନୂଆ ଘଟଣା ନୁହେଁ । ୧୯୪୦ ମସିହାରେ ହୋଇଥିବା ଦୁର୍ଘଟଣା । ଏବେ ବି ଲୋକ ସେହି ଲୋକକୁ ରାତିର ଅନ୍ଧାରରେ ଦେଖୁଥିବା କଥା କୁହନ୍ତି । ବାର୍ଡ କଲ୍ପ ନାମକ ବ୍ୟକ୍ତି ମିଆମି ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ବେଳେ ଏହି ଘଟଣା ବିଷୟରେ ଶୁଣିଥିଲେ । ଏବେ ବି ମିଆମିର ଅକ୍ସଫର୍ଡ ମିଲଫର୍ଡ ରୋଡ୍‌ ହଣ୍ଟେଡ୍‌ ରୋଡ୍‌ ବା ଭୌତିକକାଣ୍ଡ ଘଟୁଥିବା ରାସ୍ତା ମଧ୍ୟରେ ଅନ୍ୟତମ ।


ଘଟଣାଟି ଥିଲା ଏହିପରି । ଏହି ଘଟଣାଟି ସତ । ତେବେ ଏହା ସହ ଜଡିତ ଆତ୍ମାର କଥା ସତ ନା ସେଠାକାର ଜନ ମାନସରେ ଏପରି ଏକ ଛାପ ଛାଡି ଯାଇଛି ତାହା ଭାବିବା କଥା । ୧୯୪୦ ମସିହାରେ ମିଲଫର୍ଡ ରୋଡ୍‌ରେ ଅତି ଧନୀକ ବ୍ୟକ୍ତି ବସବାସ କରୁଥିଲେ। ସେହି ସମୟରେ ଆମେରିକାରେ କାର୍‌ ଏବଂ ମଟର ସାଇକେଲ୍‌ ବ୍ୟବହାର କରାଯାଉଥିଲା। ଏହି ଧନୀକ ବ୍ୟକ୍ତିଙ୍କର ଗୋଟିଏ ସୁନ୍ଦର ଝିଅ ଥିଲା। ଝିଅ ସହ ଦଣେ ଯୁବକର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ମାତ୍ର ଯୁବକ ଜଣଙ୍କ ସମ୍ଭ୍ରାନ୍ତ ଶ୍ରେଣୀୟ ନଥିଲା। ଏହି ଧନାଢ୍ୟ ବ୍ୟକ୍ତିଙ୍କର କାର ସହ ବିଳାସମୟ ବଙ୍ଗଳା ଥିଲା। ଯୁବକ ଜଣଙ୍କ ସେହି ସମୟରେ ଏକ ମଟର ସାଇକେଲ୍‌ ଧରି ଯୁବତୀଙ୍କୁ ରାତିରେ ଲୁଚିକରି ଦେଖା କରିବା ପାଇଁ ଆସେ । ଘରେ ବାପା ମାଆ ଶୋଇ ପଡିବା ପରେ ଯୁବତୀ ଜଣଙ୍କ ତାଙ୍କଘରେ ଥିବା କାର୍‌ର ହେଡ୍‌ ଲାଇଟ୍‌କୁ ୩ ଥର ଜଳାଇବା ସହ
ବନ୍ଦ କରୁଥିଲେ । ଏହାଥିଲା ସଙ୍କେତ । ଏହି ସଙ୍କେତ ପାଇଲା ପରେ ଯୁବକ ଜଣଙ୍କ ତାଙ୍କ ମଟର ସାଇକେଲ୍‌ ଧରି ସେହି ସ୍ଥାନରେ ପହଞ୍ଚୁଥିଲେ । ଏହା ପୂର୍ବରୁ ସେ ରାସ୍ତାର ଏକ ବୁଦା ପାର୍ଶ୍ୱରେ ରହୁଥିଲେ । ଯୁବତୀଙ୍କ ଘର ନିକଟ ରାସ୍ତାରେ ଏକ ବୁଲାଣି ଥିଲା । ଏହି ବୁଲାଣି ଇଂରାଜୀ ଅକ୍ଷର ୟୁ ‘U’ ପରି ରହିଥିଲା। ଥରେ ଯୁବକ ଜଣଙ୍କ ଏହି ବୁଲାଣିରେ ଜୋରରେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର ମଟର ସାଇକେଲ୍‌ ଖସି ଯାଇଥିଲା। ମଟର ସାଇକେଲ୍‌ ରାସ୍ତାର ଅନ୍ୟପଟେ ମାଡ ହୋଇଥିଲା ବେଳେ ଯୁବକ ଜଣଙ୍କର କଣ୍ଟା ଘେରାଯାଇଥିବା ବାଡରେ ଲାଖିଯାଇଥିଲେ । ସେ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । । ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ହେଲେ ସେହି ଯୁବକ ଜଣଙ୍କ ପ୍ରତି ରାତିର ଅନ୍ଧାରରେ ନିଜ ପ୍ରମିକାର ଅନ୍ଧାରରେ ଆସିଥାଏ । କାହାର କିଛି କ୍ଷତି କରି ନଥାଏ।

ବର୍ଡ କଲ୍ପଙ୍କର ସେହି ସମୟରେ ଜଣେ ଗର୍ଲ ଫ୍ରେଣ୍ଡ ଥିଲେ । ଏବେ ସେ ତାଙ୍କୁ ବିବାହ କରିଛନ୍ତି । ଏହି ଘଟଣା ବିଷୟରେ ଜାଣିବା ପରେ ସେ ଘଟଣାର ସନ୍ଧାନ କରିବା ପାଇଁ ଚାହିଁଥିଲେ । ସେ ଦିନେ ରାତିରେ ସେହି ବଙ୍ଗଳା ନିକଟରେ ପହଞ୍ଚିଥିଲେ । ନିଜ କାରକୁ ବଙ୍ଗଳା ନିକଟରେ ରଖି କାରର ହେଡ୍‌ଲାଇଟ୍‌କୁ ତିନିଥର ଜଳାଇବା ସହ ବନ୍ଦ କରିଥିଲେ । ଏହାପରେ ତାଙ୍କୁ ଦୂରରୁ ଏକ ମଟର ସାଇକେଲ୍‌ର ଲାଇଟ୍‌ ଦେଖାଯାଇଥିଲା। ପରେ ସେ ନିକଟତର ହୋଇଥିଲା । ମିସେସ୍‌ କଲ୍ପ ଏଥିରେ କିଏ ଜଣେ ବାଇକ୍‌ରେ ଆସୁଥିବା କଥା ଭାବି ଥିଲେ । ଏହାପରେ ସେ ଲୋକ ଜଣଙ୍କୁ ଦେଖିବା ପାଇଁ ନିଜ କାରର ହେଡ୍‌ଲାଇଟ୍‌ ଜଳାଇଥିଲେ । ହେଲେ ସେହି ସମୟରେ ରାସ୍ତାରେ କେହି ନଥିଲେ । ଲାଇଟ୍‌ ବି ନଥିଲା । ମିସେସ୍‌ କଲ୍ପ ଏବଂ ବର୍ଡ କଲ୍ପ କାର୍‌ରୁ ବାହାରି କିଏ ସେଠାକୁ ଆସିଥିଲେ ବୋଲି ସେହି ସ୍ଥାନକୁ ଖୋଜିଥିଲେ । ଦୁଇ ଜଣଙ୍କ ଯାକ ମଟର ସାଇକେଲ୍‌ ଦେଖିଥିଲେ। ଘଟଣାର ୭୦ ବର୍ଷ ପରେ ସେହି ଘଟଣାର ପୁଣି ସେମାନେ ନିଜ ଆଖିରେ ଦେଖିଥିଲେ । ହେଲେ ସେମାନେ କିଏ ମଟର ସାଇକେଲ୍‌ରେ ଥିଲେ ବୋଲି ଜାଣିବା ପାଇଁ ଚାହିଁ ମଧ୍ୟ ଜାଣି ପାରି ନଥିଲେ । ଏହି ଘଟଣା ସତ ବୋଲି ବର୍ଡ କଲ୍ପ ଏବଂ ମିସେସ୍‌ କଲ୍ପ ଶପଥ କରି କୁହନ୍ତି । ସେମାନେ ନିଜ ଆଖିରେ ଏହି ଘଟଣାକୁ ଦେଖିଛନ୍ତି ।

ସମ୍ବନ୍ଧିତ ଖବର