ପ୍ରମୁଖ ଖବର
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

କରୋନା ମହାମାରୀ ବେଳେ ଏବେ ଅଷ୍ଟ୍ରେଲିଆରେ ମୂଷା ଆତଙ୍କ, ବାଣିଜ୍ୟ ବ୍ୟାପାର ବେଳେ ଚୀନରୁ ଆସୁଛନ୍ତି ମୂଷା

ନୂଆଦିଲ୍ଲୀ, ୩୦/୦୫ : ଅଷ୍ଟ୍ରେଲିଆରେ ଏବେ ମୂଷା ଆତଙ୍କ। ସୋସିଆଲ ମିଡିଆରୁ ନେଇ ମୁଖ୍ୟଧାରା ମିଡିଆ ଯାଏଁ ସବୁଠି ମୂଷାଙ୍କ ଉପଦ୍ରବ ଭିଡିଓ ଭାଇରାଲ୍ ହେଉଛି। ଏପରିକି ହସ୍ପିଟାଲକୁ ବହୁ ସଂଖ୍ୟାରେ ମୂଷା କାମୁଡାର ଶୀକାର ହେଉଥିବା ଲୋକ ଆସୁଛନ୍ତି। ଦେଶରେ ମୂଷାଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସେପଟେ ସରକାର ଚିନ୍ତାରେ। ତେବେ ଏହି ଦେଶରେ ମୂଷାଙ୍କ ଉପଦ୍ରବ କିଛି ନୂଆ କଥା ନୁହେଁ।

ତେବେ ଅଷ୍ଟ୍ରେଲିଆରେ କାହିଁକି ମୂଷାମାନଙ୍କର ଏତେ ଉପଦ୍ରବ ତାହା ଜାଣିବା ପାଇଁ ଇତିହାସକୁ ଫେରିବା ପଡ଼ିବ। ଅଷ୍ଟ୍ରେଲିଆରେ ପୂର୍ବରୁ ଆଦୌ ମୂଷା ନଥିଲା। ୧୭୮୭ରେ ପ୍ରଥମ ଥର ପାଇଁ ଏଠାରେ ମୂଷା ଦେଖାଯାଇଥିଲେ। ଯାଞ୍ଚ୍ ରୁ ଜଣା ପଡ଼ିଥିଲା ଯେ, ଏହି ମୂଷା ଗୁଡିକ ଜାପାନ ସହ ନୌବାଣିଜ୍ୟ ସମୟରେ ଜାହାଜ ଦ୍ଵାରା ଅଷ୍ଟ୍ରେଲିଆ ଆସିଥିଲେ।

{"id":263828,"sizeSlug":"large","linkDestination":"none"}

ଅଷ୍ଟ୍ରେଲିଆରେ ପ୍ରତି ୪ ବର୍ଷରେ ମୂଷା ଆତଙ୍କ ଦେଖିବାକୁ ମିଳେ। ବିଶେଷ କରି ଫସଲ ପାଚିବା ଏବଂ ଏହାର ମହଜୁଦ ରଖିବା ସମୟରେ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ୧୯୯୩ରେ ମୂଷାଙ୍କ ପାଇଁ ଅଷ୍ଟ୍ରେଲିଆରେ ସବୁଠୁ ଅଧିକ କ୍ଷତି ହୋଇଥିଲା। ସେହି ସମୟରେ ୯୬ ମିଲିୟନ ଅଷ୍ଟ୍ରେଲିଆନ ଡଲାରର ଫସଲ ମୂଷା ନଷ୍ଟ କରିଦେଇଥିଲେ। ଏଠାରେ ମୂଷାମାନେ ଗାଇ, କୁକୁଡା ଏବଂ ଅନ୍ୟ ଜୀବ ଉପରେ ଆକ୍ରମଣ କରନ୍ତି।

ବର୍ତ୍ତମାନ ସାରା ବିଶ୍ଵ କରୋନା ମହାମାରି ସଂକ୍ରମଣର ଶିକାର ହୋଇଥିବା ବେଳେ ମୂଷାମାନଙ୍କ ଟାରୁ କୌଣସି ରୋଗ ବ୍ୟାପିପାରେ ବୋଲି ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅଷ୍ଟ୍ରେଲିଆରେ ମୂଷା ମରାକୁ ନେଇ ହୋଇଥିବା ସମସ୍ତ ଯୋଜନା ଫେଲ୍ ମାରିଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହିକି ଯେ, ବିଶ୍ଵର ପ୍ରାୟ ସବୁ ଦେଶକୁ ଚୀନ ଠାରୁ ମୂଷା ବ୍ୟାପିଛି। ବିଶେଷ କରି ୟୁରୋପିଆନ ଦେଶ ଗୁଡ଼ିକରେ ଚୀନ ଠାରୁ ମୂଷା ବ୍ୟାପିଛି। ଇତିହାସକାରଙ୍କ ଅନୁଯାୟୀ, ପ୍ରାୟ ୨ ହଜାର ବର୍ଷ ପୂର୍ବେ ଚୀନ କାରଣରୁ ଅନ୍ୟ ଦେଶ ଗୁଡ଼ିକୁ ପ୍ଲେଗ ରୋଗ ବ୍ୟାପିଥିଲା। ପ୍ରାୟତଃ ଜାହାଜରେ ବ୍ୟାପାର ସମୟରେ ଯିବା ଆସିବା ବେଳେ ମୂଷା ଚାଲିଆସୁଥିଲେ। ୧୩୪୭ରେ ଏହାର ପ୍ରମାଣ ମିଳିଛି। ସେହି ସମୟରେ ଇଟାଲୀର ୧୨ଟି ଜାହାଜରେ ଚୀନରୁ ମୂଷା ଆସିଥିଲେ ଏବଂ ସାରା ଦେସରେ ପ୍ଲେଗ ରୋଗ ବ୍ୟାପିଯାଇଥିଲା। ଏହାପରେ ପରବର୍ତ୍ତୀ ୫ ବର୍ଷ ପରେ ଜାହାଜ ଦ୍ଵାରା ଆସିଥିବା ରୋଗୀଣା ମୂଷା କାରଣରୁ ୨୦ ମିଲିୟନରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ପରେ ଏହି ଜାହାଜର ନାମକରଣ ଡେଥ୍ ସିପ୍ କରାଯାଇଥିଲା। ହେଲେ ଏତଦ୍ ସତ୍ତ୍ଵେ ମଧ୍ୟ ଚୀନ ସହ ବାଣିଜ୍ୟିକ କାରବାର ଅଟକି ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.