PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ମିଛ ଅଡିଓ ଭାଇରାଲ୍‌ କରିଥିବା୨ ଜଣଙ୍କ ମଧ୍ୟରେ ଜଣେ ଅରଟେଲ୍‌ର କର୍ମଚାରୀ, ସୋସିଆଲ୍‌ ମିଡିଆରେ କୋଭିଡ୍‌ ଚିକିତ୍ସା ପ୍ରସଙ୍ଗରେ କରିଥିଲେ ମିଛ ଅଡିଓ ଭାଇରାଲ୍‌

ଭୁବନେଶ୍ୱର –  କୋଭିଡ୍‌ ଚିକିତ୍ସା ପ୍ରସଙ୍ଗରେ ମିଛ ଅଡିଓ ଭାଇାଲ୍‌ କରିଥିବା ପ୍ରସଙ୍ଗରେ କମିଶନରେଟ୍‌ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଅଡିଓ ଭାଇରାଲ୍‌ କରି ଗିରଫ ହୋଇଥିବା ଦୁଇ ଜଣ ବନ୍ଧୁ ।ସୋସିଆଲ ମିଡିଆରେ କୋଭିଡ୍‌ ଚିକିତ୍ସା ଭାଇରାଲ୍‌ ପ୍ରସଙ୍ଗରେ ଏହି ଦୁଇ ଜଣଙ୍କୁ  କମିଶନରେଟ୍‌ ପୋଲିସ ଗିରଫ କରିଛି ।

ଏମାନେ ଅଡିଓ ଭାଇରାଲ୍‌ କରିଥିବା କଥା ମାନିଥିବା ପୁଲିସ ସୂଚନା ଦେଇଛି ।  ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ୨ ବନ୍ଧୁଙ୍କୁ  ହସ୍‌ପିଟାଲ ପଠାଯାଇଥିଲା । ଗିରଫଙ୍କ ମଧ୍ୟରୁ ଜଣେ   ଅରଟେଲ୍‌ କର୍ମଚାରୀ ବୋଲି ମାନିଛନ୍ତି ।

ସୂଚନାଯୋଗ୍ୟ କୋଭିଡ୍‌ ହସ୍ପିଟାଲ୍‌ ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ ମାମଲାରେ ଗତକାଲି ମଧ୍ୟ ଥାନାରେ ହାଜର ହେଲେନି ଓଟିଭି ସମ୍ପାଦକ କି ଅନ୍ୟ ବରିଷ୍ଠ କର୍ମଚାରୀ । ପୁଣି ୬ ଦିନ ସମୟ ମାଗିଲେ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ପରିଡ଼ା । କେହି ନ ଆସିବାରୁ ବାଧ୍ୟ ହୋଇ କ୍ୟାପିଟାଲ୍‌ ଥାନା ଆଇଆଇସି ରବିବାର ଓଟିଭି କାର୍ଯ୍ୟାଳୟକୁ ଯାଇ ପଚରାଉଚରା କରିଥିବା ଜଣାପଡ଼ିଛି ।

ସେପଟେ ରେକର୍ଡିଂ କରି ଅଡିଓ ଭାଇରାଲ କରିଥିବା ଦୁଇ ଜଣ ଯୁବକଙ୍କୁ ଠାବ କରାଯିବା ପରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା । ରବିବାର ଦିନ ୧୧ଟା, ଅପରାହ୍ନ ୪ଟା ଓ ରାତି ୭ଟା ବେଳେ “ଓଟିଭି’ ସମ୍ପାଦକ, ଇନ୍‌ପୁଟ ହେଡ୍‌ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଥାନାରେ ହାଜର ହେବାକୁ ଶନିବାର ପୁଲିସ୍‌ ନୋଟିସ୍‌ ଦେଇଥିଲା । ମାତ୍ର ସେମାନେ କେହି ଆଜି ଆସିନଥିଲେ । ସଂସ୍ଥାର ଲୋକ ସମ୍ପର୍କ ଅଧିକାରୀ ଦୁଇ ଥର ଥାନାକୁ ଆସି ସମୟ ମାଗିଛନ୍ତି । ତେବେ ତାଙ୍କୁ ସମୟ ଦିଆଯାଇଛି କି ନାହିଁ ସେ ବିଷୟରେ ପୁଲିସ କୌଣସି ସୂଚନା ଦେଇନାହିଁ । ଏନେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ତେଣୁ ସବୁ ତଥ୍ୟ ପ୍ରକାଶ କରାଯାଇ ପାରିବନି । ଜୋନ୍‌ ଏସିପି ମାନସ ଗଡ଼ନାୟକ ଓ ଆଇଆଇସି ଗିରିଜା ଚକ୍ରବର୍ତ୍ତୀ ମଧ୍ୟ ଏ ବିଷୟରେ କୌଣସି ମତାମତ ଦେଉ ନାହାନ୍ତି ।

ଅନ୍ୟପଟେ ଭାଇରାଲ ଅଡିଓରେ କଥା ହେଉଥିବା ଦୁଇ ବ୍ୟକ୍ତିଙ୍କୁ ଠାବ କରାଯିବା ପରେ ପୁଲିସ୍‌ ଉଠାଇ ଆଣିଥିଲା ଏମାନଙ୍କ ମଧ୍ୟରେ ଜଣେ ଅରଟେଲ୍‌ର କର୍ମଚାରୀ ଥିବା ସୂଚନା ମିଳଛି । ସେମାନଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା ।

ଏହି ଘଟଣାରେ ସେମାନଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜଣାପଡ଼ିଛି । ବିଏମ୍‌ସି କହିଛି, ଅଗଷ୍ଟ ୬ ତାରିଖରେ ଓଟିଭି ଚ୍ୟାନେଲ୍‌ରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଟେଲିଫୋନ୍‌ ବାର୍ତ୍ତାଳାପର ରେକର୍ଡିଂକୁ ପ୍ରସାରଣ କରାଯାଇଥିଲା । ଚ୍ୟାନେଲ୍‌ ଦ୍ୱାରା ପ୍ରସାରିତ ଅଡିଓ ରେକର୍ଡିଂରେ କରୋନା ବାହାନାରେ ବିଏମ୍‌ସି କିପରି ଲୋକଙ୍କୁ ବିଭିନ୍ନ ଘରୋଇ କୋଭିଡ୍‌ ହସ୍ପିଟାଲକୁ ପଠାଉଛି ସେ ବିଷୟରେ କଥା ହେଉଥିଲେ । କେବଳ ସେତିକି ନୁହେଁ, ଦିନକୁ ଶହେ ରୋଗୀଙ୍କୁ ଏସବୁ ହସ୍ପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍‌ ରହିଛି ବୋଲି ମଧ୍ୟ କଥା ହେଉଥିଲେ । ଏପରିକି ରୋଗୀଙ୍କ ପିଛା ଚିକିତ୍ସା ବାବଦକୁ କେନ୍ଦ୍ର ସରକାରଙ୍କ ଠାରୁ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଆସୁଥିବା କଥା ମଧ୍ୟ ଅଡିଓରେ ପ୍ରସାରଣ କରାଯାଇଥିଲା । ଯାହାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଓଟିଭି ଖବର ପ୍ରସାରଣ କରିଥିବା ବିଏମ୍‌ସି ଅଭିଯାଗ କରିଥିଲା । ଏଭଳି ଖବରକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ବିଏମ୍‌ସି କ୍ୟାପିଟାଲ୍‌ ଥାନାରେ ଏତଲା ଦେଇଥିଲା । ଏଭଳି ଖବର ପ୍ରସାରଣ କୋଭିଡ ଯୋଦ୍ଧାଙ୍କୁ ହତୋତ୍ସାହିତ କରୁଛି ବୋଲି ଅନେକ ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି ।