ପୁଣି ସଂସଦରେ ମିଛ କହିଲେ ଇମରାନ୍‌ ଖାନ୍‌ – କହିଲେ ଭାରତଠାରୁ ବଞ୍ଚିଗଲୁ

ଇସଲାମାବାଦ- ପାକିସ୍ତାନ ଯେତେ ବି ବାହସ୍ପୋଟ ମାରୁ । ବଡେଇ ଦେଖେଇ ହେଉ ହେଲେ ଭାରତର ଭୟ ତାକୁ ସଦା ସର୍ବଦା ଘାରିଛି । ଏଥିପାଇଁ ଚୀନ୍‌ ସହ ହାତ ମିଳଇଛି । ନିଜ ଦେଶ ମଝିରେ ଦୁଇ ଭାଗ କଲାପରି ରାସ୍ତା ନିର୍ମାଣ କରିବାକୁ ଚୀନ୍‌କୁ ଅନୁମତି ଦେଇଛି । କେବଳ ସେତିକି ନୁହେଁ ଜାଗା ପାକିସ୍ତାନର ହେଲେ ବନ୍ଦର ଚୀନ୍‌ର । ଏଠାରେ ଚୀନ୍‌ ବେପାର କରିବ । ତାକୁ ନେଇ ପାକିସ୍ତାନର ଲୋକ ବି ଖୁସୀ ଚୀନ୍‌କୁ ଭାଇ ଭାଇ କହୁଛନ୍ତି। ହେଲେ ଚୀନ୍‌ର ଅସଲ ରୂପ ଜାଣି ନାହାନ୍ତି । ଋଣ ଭାରରେ ପାକିସ୍ତାନକୁ ବୁଡାଇବା ପରେ ଚୀନ୍‌ ତାକୁ ମାଡିବସିବ ବୋଲି ଅନେକ ଅର୍ଥନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। ପାକିସ୍ତାନରେ ତାହାରି ଦେଶର ଆତଙ୍କବାଦୀ ଆକ୍ରମଣ କଲେ ଭାରତକୁ ଦୋଷ ଦେଉଛି ।

ଏବେ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତର ହାତ ଥିବା କଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ କହିଛନ୍ତି। ମଙ୍ଗଳବାରରେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜରେ ହୋଇଥିବା ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି ।
୨୦୦୮ ରେ ମୁମ୍ବଇର ତାଜ ହୋଟେଲ୍‌ରେ ହୋଇଥିବା ଆକ୍ରମଣ କଥା ଇମରାନ୍‌ ଦୋହରାଇଛନ୍ତି । ଯାହା ମୁମ୍ବଇରେ ହୋଇଥିଲା ତାହା କରାଚୀ କରିବା ପାଇଁ ଉଦ୍ୟମ ହୋଇଥିଲା ବୋଲି କହିଛନ୍ତି ।

ଭାରତ ବିରୋଧରେ ବିନା କୌଣସି କାରଣରେ ମିଛ କହିଛନ୍ତି ଇମରାନ୍‌ ଖାନ୍‌ । ଏ ଆକ୍ରମଣ ବିଷୟରେ ଜଣା ଥିଲା ସମସ୍ତେ ହାଇ ଆଲର୍ଟରେ ଥିଲେ ବୋଲି ସେ କହିଛନ୍ତି । ନିଜେ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ବେଳେ ପାକିସ୍ତାନ ନିଜ ଦୋଷ ଲୁଚାଇବା ପାଇଁ ଭାରତ ଉପରେ ଦୋଷ ଲଦୁଛି । ଆକ୍ରମଣ ଇସଲାମାବାଦରେ କରାଯାଇ ଥାଆନ୍ତା ମାତ୍ର କରାଚୀରେ କରାଗଲା ବୋଲି ସେ କହିଛନ୍ତି ।

ଏହି ଆକ୍ରମଣରେ ମୋଟ୍‌ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ବେଲୁଚିସ୍ତାନ ଲିବରେସନ୍‌ ଆର୍ମି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ମାତ୍ର ପାକିସ୍ତାନ ବାରମ୍ବାର ଭାରତକୁ ଦୋଷ ଦେଉଛି । ଏହା ପୂର୍ବରୁ ପାକିସ୍ତାନର ବିଦେଶମନ୍ତ୍ରୀ ଶାହ ମହମୁଦ କୁରେଶୀ ବି ସମାନ ଭାବେ ଭାରତକୁ ଦୋଷ ଦେଇଥିଲେ ।
ସୂଚନାଯୋଗ୍ୟ କରାଚି ସ୍ଥିତ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ହୋଇଥିବା ଆକ୍ରମଣ ପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମି ନିଜକୁ ଦାୟୀ କରିଛି। ବେଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ମାଜିଦ୍ ବିଗ୍ରେଡ୍ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ସମସ୍ତ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣକାରୀ ଥିଲେ। କରାଚି ପୋଲିସ ଏବଂ ରେଞ୍ଜର୍ସ ଚାରିଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

ସୋମବାର ଦିନ କରାଚିର ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଚାରିଜଣ ଆତଙ୍କବାଦୀ ପାର୍କିଂ ଅଞ୍ଚଳରେ ଗୁଳି ଚଳାଇ ମୁଖ୍ୟ ଫାଟକରେ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। କିଛି ସମୟ ପରେ ଅବଶିଷ୍ଟ ଦୁଇ ଆତଙ୍କବାଦୀଙ୍କୁ କରାଚି ପୋଲିସ ଏବଂ ପାକିସ୍ତାନୀ ରେଞ୍ଜର୍ସ ମଧ୍ୟ ଗୁଳି କରି ହତ୍ୟା କରିଥିଲେ।

ତେବେ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଚାରି ଜଣ ଗାର୍ଡ ଏବଂ ଜଣେ ପୋଲିସ କର୍ମଚାରୀ ରହିଛନ୍ତି। କରାଚି ପୋଲିସ ସମଗ୍ର କୋଠାକୁ ସ୍ଥାନାନ୍ତର କରିଛି ଏବଂ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି। ନିକଟସ୍ଥ ରେଳ କଲୋନୀରେ ପାକିସ୍ତାନୀ ପୋଲିସ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି।

ସିନ୍ଧ ପ୍ରଦେଶର ରାଜଧାନୀ କରାଚିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏକ ବଡ଼ ଖବର, କାରଣ ଏହାକୁ ପାକିସ୍ତାନର ଅର୍ଥନୈତିକ ରାଜଧାନୀ ମଧ୍ୟ କୁହାଯାଏ। ସିସିଟିଭି ଫୁଟେଜକୁ କରାଚି ପୋଲିସ ଯାଞ୍ଚ କରୁଛି ଏବଂ କାର ମାଲିକଙ୍କୁ ଖୋଜା ଚାଲିଛି। ଏହି ସମୟରେ ବାଲୁଚିସ୍ତାନ ମୁକ୍ତି ସେନା ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ସାମ୍ପ୍ରତିକ ସମୟରେ, ବାଲୁଚିସ୍ତାନ ମୁକ୍ତି ସେନା ପାକିସ୍ତାନରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଛି। ଏହି ଆତଙ୍କବାଦୀ ସଂଗଠନ ପାକିସ୍ତାନରୁ ବାଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢୁଛନ୍ତି। ୨୦୦୦ ମସିହାରେ ଏହି ଆତଙ୍କବାଦୀ ସଂଗଠନ ଯେତେବେଳେ ପାକିସ୍ତାନରେ ସିରିଏଲ ବିସ୍ଫୋରଣ କରିଥିଲା ​​ସେତେବେଳେ ଏହା ସାମ୍ନାକୁ ଆସିଥିଲା।

   ସମ୍ବନ୍ଧିତ ଖବର


ଭଦ୍ରକ : ବାହାଘରରେ ଭୋଜି ଆୟୋଜନ – ବନ୍ଧା ହେଲେ କନ୍ୟାର ବାପା ଓ ଭିଣୋଇ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ଏହି ଖେଳାଳୀଙ୍କର ପ୍ରଶଂସାରେ ଶତମୁଖ ସଚିନ ‘ରିଭର୍ସ ସୁଇଂକୁ ରିଭର୍ସ କରାନ୍ତି ଆଣ୍ଡରସନ’