ନଭେମ୍ବର ପହିଲାରୁ ପୁଣି ମିଳିବ ଦେଶୀ ସ୍ମାର୍ଟଫୋନ୍ସ, ଦାମ୍ ରହିବ ଏତିକି…

ନୂଆଦିଲ୍ଲୀ ୧୬/୧୦: ଭାରତରେ ସ୍ମାର୍ଟଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ମାଇକ୍ରୋମାକ୍ସ ଖୁବ ଶୀଘ୍ର ଦେଶରେ ନିଜ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଖୁବ ଶୀଘ୍ର ଦେଶରେ ନୂଆ ସ୍ମାର୍ଟଫୋନ୍ ସିରିଜ ଲଞ୍ଚ୍ କରିବା ପାଇଁ ଯୋଜନା କରୁଛି କମ୍ପାନୀ । ମୋବାଇଲ କମ୍ପାନୀ ମାଇକ୍ରୋମାକ୍ସର କୋ-ଫାଉଣ୍ଟର ରାହୁଲ ଶର୍ମା ନିଜ ଟ୍ୱିଟର ଆକାଉଣ୍ଟରେ ଏନେଇ ଭିଡିଓ ସେୟାର କରିଛନ୍ତି । ଟ୍ୱିଟରରେ ଜାରି କରାଯାଇଥିବା ଏହି ଭିଡିଓରୁ ଏହା ଅନୁମାନ ଲଗାଯାଉଛି ଯେ ଖୁବ ଶୀଘ୍ର ମାଇକ୍ରୋମାକ୍ସ ନୂଆ ସ୍ମାର୍ଟଫୋନ୍ ମାର୍କେଟକୁ ଆଣିପାରେ ।

କମ୍ପାନୀ ଆଗାମୀ ସ୍ମାର୍ଟଫୋନ୍ ସିରିଜ ସମ୍ପର୍କରେ କୌଣସି ସୂଚନା ସେୟାର କରିନି । କୋ-ଫାଉଣ୍ଡର ରାହୁଲ ଶର୍ମା ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରାୟ ୨ ମିନିଟ୍ ଲମ୍ବା ଭିଡିଓ ସେୟାର କରିଛି । ଭିଡିଓରେ ରାହୁଲ ଶର୍ମା କମ୍ପାନୀର ଏପର୍ଯ୍ୟନ୍ତର ଯାତ୍ରା ସମ୍ପର୍କରେ କହିଛନ୍ତି । ଭିଡିଓରେ ରାହୁଲ ସେହି ସମୟ ସମ୍ପର୍କରେ ମଧ୍ୟ କହିଛନ୍ତି ଯେତେବେଳେ ଚାଇନି୍ଜ୍ ସ୍ମାର୍ଟଫୋନ୍ କମ୍ପାନୀ ବଜାରରେ କବଜା କରିଦେଲେ ଏବଂ କମ୍ପାନୀର ସ୍ମାର୍ଟଫୋନ୍ ବିକ୍ରି ହ୍ରାସ ପାଇଲା ।


ଭିଡିଓରେ କମ୍ପାନୀ ମାଲିକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ନେଇ ଘୋଷଣା କରିବା ପରେ ଆମେ ଏହା ଉପରେ କାମ କରିବା ପାଇଁ ନିଷ୍ପତ୍ତି କଲୁ । ଏବେ ଆମେ ମାଇକ୍ରୋମାକ୍ସ ଏବେ ‘In’ ନାଁରେ ଫେରୁଛି । ଭିଡିଓରେ ରାହୁଲ ଶର୍ମା ଆଗାମୀ ସ୍ମାର୍ଟଫୋନର ବକ୍ସ ମଧ୍ୟ ଦେଖାଇଛନ୍ତି । ବକ୍ସ ଉପରେ  In ଲେଖାହୋଇଛି । ମାଇକ୍ରୋମାକ୍ସର In-ସିରିଜ ସ୍ମାର୍ଟଫୋନ୍ସ ଦାମ୍ ୭୦୦୦ ଟଙ୍କାରୁ ୧୫୦୦୦ ଟଙ୍କା ଭିତରେ ରହିବ । ଏହି ସ୍ମାର୍ଟଫୋନ୍ସ ଆଣ୍ଡ୍ରଏଡ୍ ସହିତ ଆସିବ ଏବଂ ୧ ନଭେମ୍ବରରେ ଦେଶରେ ଲଞ୍ଚ୍ କରାଯିବ ।

   ସମ୍ବନ୍ଧିତ ଖବର


ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି

ପୁଣି ଖସିଲା ସୁନା-ରୂପା ଦାମ୍

5G ରଣକ୍ଷେତ୍ରରେ ଏୟାର୍‌ଟେଲ୍‌- ଜିଓ ମଧ୍ୟରେ ହେବ ଟକ୍କର; ଆମେରିକାରେ ଜିଓର ୫ଜି ପରୀକ୍ଷଣ ସଫଳ

ଗବେଷକ ତିଆରି କଲେ ମାଂସ ସ୍ୱାଦଯୁକ୍ତ ଆଇସ୍‌କ୍ରିମ୍‌ ‘ଆଇସ୍‌ ମିଟ୍‌’, ଦେଖନ୍ତୁ ଭିଡିଓ…

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଓଡ଼ିଶାରେ ବେକାରି ହାର ୨.୧%-ସିଏମ୍‌ଆଇଇ