ସବୁଦିନ ପାଇଁ ୱର୍କ ଫ୍ରମ୍‌ ହୋମ୍‌ କାମ କରିବା ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ : ସତ୍ୟା ନଡେଲା

ସାନ୍‌ ଫ୍ରାନ୍ସିକୋ – ବର୍ତ୍ତମାନ ସାରା ବିଶ୍ୱ କରୋନା କବଳରେ । ଆଉ ଏହାର ପ୍ରଭାବକୁ ରୋକିବା ପାଇଁ ସରକାର ଦେଶରେ ଲକ୍‌ ଡାଉନ୍‌ ପକାଇଛନ୍ତି । ଫଳରେ ଅନେକ ପ୍ରାଇଭେଟ୍‌ କମ୍ପାନୀ ଏବେ ସେମାନଙ୍କ କର୍ମଚାରୀଙ୍କୁ ୱର୍କ ଫ୍ରମ୍‌ ହୋମ୍‌ କାମ କରିବାକୁ କହିଛନ୍ତି । ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି  ମାଇକ୍ରୋସଫ୍ଟର ସିଇଓ  ସତ୍ୟା ନଡେଲା

ସେ ଚେତାବନୀ ଦେଇଛନ୍ତି କି ଘରେ ରହି (ୱର୍କ ଫ୍ରମ୍‌ ହୋମ୍‌) କାମକୁ ସ୍ଥାୟୀ ଭାବେ କରିବା ଦ୍ୱାରା କର୍ମଚାରୀଙ୍କ ସାମାଜିକ ସଂପର୍କ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ନଡେଲାଙ୍କ କହିବା ହେଲା ଭର୍ଚୁଆଲ୍‌ ଭିଡ଼ିଓ କଲ୍‌ ଇନ୍‌-ପର୍ସନ  ବୈଠକର ସ୍ଥାନ ନେଇ ପାରିବ ନାହିଁ ।

ବାସ୍ତବିକ୍‌ ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ ଡାଉନ୍ ଚାଲିଥିବାରୁ ଅନେକ ପ୍ରାଇଭେଟ୍‌ କମ୍ପାନୀ ୱର୍କ ଫ୍ରମ୍‌ ହୋମ୍‌ର ଆରମ୍ଭ କରିଛନ୍ତି ।

ଟ୍ୱିଟର ଭଳି କିଛି ଟେକନିକ୍‌ କମ୍ପାନୀ ନିଜର କର୍ମଚାରୀଙ୍କୁ ସବୁବେଳ ପାଇଁ ଘରୁ କାମ କରିବାକୁ ପସନ୍ଦ କରିଛନ୍ତି। ଏହା ଉପରେ ନଡେଲା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି , ଏହା କର୍ମଚାରୀଙ୍କ ଉପରେ ବହୁତ ସମସ୍ୟା ସୃଷ୍ଟି କରିବ।

ନଡେଲା ଦ ନ୍ୟୁୟର୍କ ଟାଇମ୍ସ ସହ କଥାବାର୍ତ୍ତାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।  ନଡେଲାଙ୍କ ଅନୁମାନ ଯେ, ଆଜିର ପରିସ୍ଥିତିରେ ଆମେ ଏକ ସମସ୍ୟାକୁ ଟାଳିବା ପାଇଁ ନୂଆ ନୂଆ ସମସ୍ୟା ମଧ୍ୟ ସୃଷ୍ଟି କରୁଛେ ।

ଟ୍ୱିଟର  ନିଜର ଷ୍ଟାଫ୍‌ଙ୍କୁ ସବୁଦିନ ପାଇଁ ଘରୁ କାମ କରିବାର ବିକଳ୍ପ ଦେଇଛି।  ଟ୍ୱିଟରର କର୍ମଚାରୀ କୋଭିଡ୍-୧୯ ସରିବା ପରେ ମଧ୍ୟ ଘରୁ କାମ କରିପାରିବେ। ନଡେଲାଙ୍କ ଟିପ୍ପଣୀ ଟ୍ୱିଟରର ଏହି ଘୋଷଣା ପରେ ଆସିଛି ।  ଫେସ୍‌ବୁକ୍‌ , ଆଲଫାବେଟ୍‌ (ଗୁଗଲ)  ଓ  କିଛି ଅନ୍ୟ  କମ୍ପାନୀମାନେ ମଧ୍ୟ ନିଜର କର୍ମଚାରୀଙ୍କୁ  ବର୍ଷର ଶେଷ ଯାଏ ଘରୁ କାମ କରିବାକୁ କହିଛନ୍ତି । ମାଇକ୍ରୋସଫ୍ଟ ଘରୁ କାମ କରିବାର ନିଜର ନୀତିକୁ ଅତି କମ୍‌ରେ  ଅକ୍ଟୋବର ଯାଏ ବଢ଼ାଇ ଦେଇଛି । 

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର