ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରୁ ଦେଲେ ଇସ୍ତଫା

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ଟେକ୍ନୋଲୋଜି ପରାମର୍ଶଦାତା ବିଲ୍ ଗେଟ୍ସ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଦେବାର କାରଣ ହେଉଛି, ସେ ଏବେ ତାଙ୍କ ସାମାଜିକ କାର୍ଯ୍ୟ ପାଇଁ ଅଧିକ ସମୟ ଦେବା ଚାହାନ୍ତି। ଯଦିଓ ସେ ମାଇକ୍ରୋସଫ୍ଟ ନିର୍ଦ୍ଦେଶକ ପଦ ଛାଡ଼ିଛନ୍ତି କିନ୍ତୁ ପୂର୍ବ ଭଳି ସେ କମ୍ପାନିର ସିଇଓ ସତ୍ୟ ନାଡେଲାଙ୍କ ଟେକ୍ନୋଲୋଜି ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ।

ତାଙ୍କ ଇସ୍ତଫା ଉପରେ କମ୍ପାନୀର ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ, ଗେଟ୍ସଙ୍କ ସହ କାମ କରିବା ବହୁତ ସମ୍ମାନ ଏବଂ ସୌଭାଗ୍ୟର ବିଷୟ। ମୁଁ ତାଙ୍କ ସହିତ ବର୍ଷ ବର୍ଷ ଧରି କାମ କରିଛି ଆଉ ଶିଖିଛି। ସମାଜର ଆହ୍ୱାନର ସମାଧାନ ପାଇଁ ଗେଟ୍ସ ଏହି କମ୍ପାନୀ ପ୍ରତିଷ୍ଠା କରିଥିଲେ । ବିଲ୍ ଗେଟ୍ସ ୧୯୭୫ରେ ପଲ୍ ଆଲେନଙ୍କ ସହ ମିଶି ମାଇକ୍ରୋସଫ୍ଟ କମ୍ପାନୀ ପ୍ରତିଷ୍ଠା କରିଥିଲେ। ୨୦୦୦ ପର୍ଯ୍ୟନ୍ତ ସେ କମ୍ପାନୀର ସିଇଓ ପଦବୀରେ ରହିଥିଲେ। ୨୦୦୮ରେ ସେ କମ୍ପାନିର ଦୈନନ୍ଦିନ କାର୍ଯ୍ୟଠାରୁ ଦୂରେଇ ଥିଲେ। ସମାଜସେବାକୁ ଅଧିକ ଗୁରୁତ୍ବ ଦେଉଥିବା ବିଲ୍ ଗେଟ୍ସଙ୍କ ପ୍ରତିଷ୍ଠିତ ବିଲ୍ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ବିଶ୍ବ ସ୍ବାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ସାମୂହିକବିକାଶ ଲାଗି କାର୍ଯ୍ୟ କରୁଛି। ଏବେ ମାଇକ୍ରୋସଫ୍ଟ ପଦବୀ ଛାଡ଼ି ଏହି ସମାଜସେବା କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଅଛନ୍ତି ବିଶ୍ବର ଦୁଇ ନମ୍ବର ଧନୀ ବିଲ୍ ଗେଟ୍ସ ।

   ସମ୍ବନ୍ଧିତ ଖବର


ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…

ଗୋଟିଏ ଥର ବ୍ଲଡ ଟେଷ୍ଟରୁ ଚିହ୍ନଟ ହୋଇପାରିବ ୫୦ ପ୍ରକାର କ୍ୟାନ୍ସର, ଇଂଲଣ୍ଡ ବୈଜ୍ଞାନିକଙ୍କ ଦାବି

ଅର୍ଣ୍ଣବଙ୍କ ଜାମିନ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ

ଚର୍ଚ୍ଚରେ ରହିଛି ୪୫୦ ବର୍ଷ ପୂର୍ବର ମୃତଦେହ; ପାଦରେ ଛୁଞ୍ଚି ମାରିଲେ ବାହାରୁଚି ରକ୍ତ, ଅନେକ ଦିବ୍ୟଶକ୍ତି ରହିଥିବା ବିଶ୍ବାସ…

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ନିଶା, କେବେ ଦିନେ ରାସ୍ତା କଡରେ ଭିକ ମାଗୁଥିଲେ ଆଜି ବିଶ୍ବ ପାଇଁ ଉଦାହରଣ