ମାଇକ୍ରୋସଫ୍ଟ ତିଆରି କଲା ବିଶ୍ବର ସବୁଠାରୁ ଶାନ୍ତ କୋଠରୀ, ୪୫ ମିନିଟରୁ ଅଧିକ ସମୟ ରହିପାରିବେନି

ଓ୍ବାଶିଂଟନ୍,୨।୩: ଆମେରିକାର ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟ ବିଶ୍ବର ସବୁଠାରୁ ଶାନ୍ତ କୋଠରୀ ତିଆରି କରିଛି। ୧୦.୫ କୋଟି ଟଙ୍କାରେ ତିଆରି ହୋଇଥିବା ଏହି ରୁମରେ ଆପଣ ନିଜର ହୃଦସ୍ପନ୍ଦନ ମଧ୍ୟ ସ୍ପଷ୍ଟ ଭାବରେ ଶୁଣିପାରିବେ। ଓ୍ବାଶିଂଟନ୍ ରେଡମଣ୍ଡ ପରିସରରେ ଥିବା ଏହି କମ୍ପାନୀର ମୁଖ୍ୟାଳୟରେ ତିଆରି ହୋଇଥିବା ଏହି ରୁମ ଏତେ ଶାନ୍ତ ଯେ କୌଣସି ବ୍ୟକ୍ତି ୪୫ ମିନିଟରୁ ଅଧିକ ସମୟ ରହିପାରିବେ ନାହିଁ।

ଏହାକୁ ବିଶ୍ବର ସବୁଠାରୁ ଶାନ୍ତ କୋଠରୀ ବୋଲି କୁହାଯାଏ। ଏହାର ଶବ୍ଦ ବିଯୁକ୍ତ ୨୦.୩ ଡେସିବିଲରେ ମପା ଯାଇଛି। ସବୁଠାରୁ ଅଧିକ ଶାନ୍ତ ପରିବେଶ ଥିବା କୋଠରୀ ପାଇଁ ଗିନିଜି ବୁକ୍ ଅଫ ରେକର୍ଡରେ ଖୁବ୍ ଶୀଘ୍ର ସ୍ଥାନ ପାଇବାକୁ ଯାଉଛି। ଏହି କୋଠରୀଟି ସମ୍ପୂର୍ଣ୍ଣ ଭାବରେ କମ୍ପନ ନିରୋଧୀ। ପ୍ରତ୍ୟେକ କାନ୍ଥ ଏକ ଫୁଟ୍ ମୋଟା। ଏହି କାରଣରୁ ବାହାରର ଶବ୍ଦ ଭିତରକୁ ଯାଇ ପାରିନଥାଏ। ଏହି କୋଠରୀ ଭିତରର କାନ୍ଥ, ଚଟାଣ ଓ ଛାତରେ ଫାଇବର ଗ୍ଲାସ ବ୍ୟବହାର କରାଯାଇଚି। ରୁମ୍ ଭିତର ଲମ୍ବା, ଚଉଡା ଓ ଉଚ୍ଚତା ୨୧ -୨୧ ଫୁଟର ରହିଛି। ମାଇକ୍ରୋସଫ୍ଟର ଇଞ୍ଜିନିୟର ହୁନ୍ଦ୍ରାଜ ଗୋପାଳ କହିଛନ୍ତି ଏହି ରୁମରେ ହେଡଫୋନ୍ ଓ ମାଉସ୍ ବଟନର ଶବ୍ଦ ପରୀକ୍ଷଣ କରିବା ପାଇଁ ତିଆରି କରାଯାଇଛି।