ଏବେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ କରିହେବ ଓଡ଼ିଆ ଭାଷାରେ ଅନୁବାଦ

ଭୁବନେଶ୍ୱର,୧୫/୦୮: ଟେକ୍ନୋଲେଜି କ୍ଷେତ୍ରରେ କାମ କରୁଥିବା ବିଶ୍ୱର ଅନେକ କମ୍ପାନୀ ମଧ୍ୟରୁ ମାଇକ୍ରୋସଫ୍ଟ ଅନ୍ୟତମ । ଏହି ମାଇକ୍ରୋସଫ୍ଟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ସ୍ଥାନ ପାଇଛି ।

ସୂଚନା ଅନୁସାରେ ଓଡ଼ିଆ ଭାଷା ବହୁ ପୁରାତନ । ଏହାର ହଜାର ବର୍ଷର ପରୁଣା ଇତିହାସ ରହିଛି । ୩୬୪ ଓଡ଼ିଆ ଶବ୍ଦକୋଷ ବିଭିନ୍ନ ବିଭାଗରେ ରହିଛି । ଏହି ପୁରାତନ ଓଡ଼ିଆ ଭାଷାକୁ ମାଇକ୍ରେସଫ୍ଟ ଘୋଷଣା କରିଛି ଯେ ଖୁବ୍‌ ଶୀଘ୍ର ଏହି ଭାଷା ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌, ବ୍ୟବସାୟ, ଅଫିସ, ଟ୍ରାନ୍ସଲେଟର ଫର ବିଙ୍ଗ ଓ ଡେଭଲପର୍‌ଙ୍କ ପାଇଁ ଆଜୁର କଗ୍ନିଟିଭ୍‌ ସର୍ଭିସେସ୍‌ ଟ୍ରାନ୍ସଲେଟର ମାଧ୍ୟମରେ ଉପଲବ୍ଧ ହେବ । କମ୍ପାନି ପକ୍ଷରୁ କୁହାଯାଇଥିଲା ପୂର୍ବରୁ ୧୨ଟି ଭାଷା ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡି ହୋଇଥିଲା । ସେଥିରେ ଗୁଜୁରାଟୀ, କନ୍ନଡ, ମାଲାୟାଲମ୍‌, ବଙ୍ଗଳା, ପଞ୍ଜାବୀ, ତାମିଲ, ମରାଠୀ, ତେଲଗୁ, ଇଂରାଜୀ ଏବଂ ଉର୍ଦ୍ଧୁ ଭାଷା ରହିଛି । ୧୨ଟି ଭାଷା ପରେ ବର୍ତ୍ତମାନ ଓଡ଼ିଆ ଭାଷା ଏଥିରେ ଯୋଡି ହେବାକୁ ଯାଉଛି । ନିକଟରେ ଦେଶର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲରେ ମଧ୍ୟ ସ୍ଥାନ ପାଇଥିଲା ଓଡ଼ିଆ ଭାଷା । ନିପ୍ପ୍‌ାଟ ଫର୍ମରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଯାଇ ‘ଗୁଗୁଲ ଡିସ୍କଭର୍‌’ରେ ଏହି ଶାସ୍ତ୍ରୀୟ ଭାଷାକୁ ସାମିଲ କରିଥିଲା ।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍