ପ୍ରମୁଖ ଖବର
  • IPL 2024: ସୁପର ଜାଏଣ୍ଟସ୍-ପଞ୍ଜାବ କିଙ୍ଗସ୍ ଟକ୍କର, ବିଜୟ ଲକ୍ଷ୍ୟରେ ଖେଳିବ ଲକ୍ଷ୍ନୌ
  • ||
  • ଏକ୍‌ଜିଟ୍ ପୋଲ୍‌ରେ ଉପରେ କଟକଣା, ଇସିଙ୍କ ନିର୍ଦ୍ଦେଶ ଏପ୍ରିଲ ୨୧ରୁ ଜୁନ୍ ୧ ଯାଏ ଜନମତ ସର୍ଭେ ବନ୍ଦ
  • ||
  • ଶନିବାର ସନ୍ତୋଷ ଜେନାଙ୍କ ଘର ବାହୁଡ଼ା, ଶତାଧିକକର୍ମୀ ସହ ବିଜେପିରେ ସାମିଲ ହେବେ
  • ||
  • ରେକର୍ଡ ଭାଙ୍ଗୁଛି ସୁନା ଦର: ଦିନକରେ ବଢ଼ିଲା ୧୪ ଶହ, ୬୮,୦୦୦ ଟଙ୍କା ପାର୍‌
  • ||
  • ଆହୁରି ସପ୍ତାହେ ଜଳାଇବ, ୪୨ ଡିଗ୍ରୀ ଟପିବ ପାରଦ: ସକାଳ ୧୦ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଆବଶ୍ୟକ ନ ଥିଲେ ଘରୁ ବାହାନ୍ତୁନି
  • ||

ଗୁଗୁଲ୍‌କୁ ଦେବ ଟକ୍କର -ୟାହୁକୁ କିଣିବ ମାଇକ୍ରୋସଫ

ନୂଆଦିଲ୍ଲୀ : ଏକଦା ବିଶ୍ୱର ନମ୍ବର ୱାନ୍‌ ସର୍ଚ୍ଚ ଇଞ୍ଜିନ ଥିଲା ୟାହୁ । କିନ୍ତୁ ଗୁଗୁଲ୍‌ ଧୀରେ ଧୀରେ ଏହାର ପ୍ରଭୁତ୍ୱକୁ ସମାପ୍ତ କରିଦେଲା । ଏବେ ୟାହୁକୁ ପୁଣିଥରେ ମିଳିବ ଭିଟାମିନ୍‌ । ମାଇକ୍ରୋସଫ୍ଟ କର୍ପୋରେସନ ଏହାକୁ କିଣିବା ପାଇଁ ୪୪୬୦ କୋଟି ଡଲାର(ପ୍ରାୟ ୩.୩ ଲକ୍ଷ କୋଟି ଟଙ୍କା)ର ଅଫର ଦେଇଛି । ଏହି ଚୁକ୍ତି ସଫଳ ହେଲେ ଉଭୟ କମ୍ପାନି ମିଶି ଗୁଗୁଲ୍‌କୁ ବଡ଼ ଧରଣର ଟକ୍କର ଦେବେ । ଏହି ଅଫରକୁ ୟାହୁ ବୋର୍ଡ ବିଚାର କରୁଥିବା ୟାହୁ ପକ୍ଷରୁ ସୂଚନା ଦିଆଯାଇଛି ।

୭୦ କୋଟି ୟୁଜରବିଶିଷ୍ଟ କମ୍ପାନି ୟାହୁର ସେୟାର ମୂଲ୍ୟ ଏବେ ପ୍ରାୟ ୪୮% ବଢ଼ି ୨୮.୩୩ ଡଲାର(ପାଖାପାଖି ୨୦୯୦ ଟଙ୍କା) ହୋଇଛି । ପ୍ରଥମ ଥର ପାଇଁ ମାଇକ୍ରୋସଫ୍ଟ ୟାହୁ ପାଇଁ ଆଗ୍ରହ ପ୍ରକାଶ କରିନାହିଁ । ୨୦୦୮ରୁ ଏହା ଲଗାତର ପ୍ରଚେଷ୍ଟା ଜାରି ରଖି ଆସିଥିଲା । ମାଇକ୍ରୋସଫ୍ଟ ୟାହୁ ବୋର୍ଡକୁ ଏକ ପତ୍ର ଲେଖିଛି, ଯେଉଁଥିରେ ଏହା ସେୟାର ପିଛା ୩୧ ଡଲାର ନଗଦ ଏବଂ ଷ୍ଟକ୍‌ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଯଦି ଏହି ଚୁକ୍ତି ସଫଳ ହୁଏ ତେବେ ୟୁଜରଙ୍କୁ ଅନେକ ଫାଇଦା ମିଳିବ ।

ୟାହୁରେ ପ୍ରତି ମାସ ୫୦ କୋଟି ୟୁଜର ନ୍ୟୁଜ୍‌, ଫାଇନାନ୍ସ ଏବଂ ସ୍ପୋର୍ଟସ କଣ୍ଟେଣ୍ଟ ଦେଖନ୍ତି । କଞ୍ଜ୍ୟୁମର ଇ-ମେଲ ସର୍ଭିସରେ ଏହା ଆଗରେ ଅଛି । ତେବେ ବିଶେଷଜ୍ଞଙ୍କ ମତରେ ଉଭୟ କମ୍ପାନିର କେତେକ ଅଭର୍‌ଲାପିଂ ବିଜ୍‌ନେସ୍‌ ଅଛି ।
ଏଥିରେ ଇନ୍‌ଷ୍ଟାଣ୍ଟ ମେସେଜିଂରୁ ଆରମ୍ଭ କରି ଇ-ମେଲ ଏବଂ ବିଜ୍ଞାପନ ଆଦି ସାମିଲ ଅଛି । ନ୍ୟୁଜ୍‌, ଟ୍ରାଭେଲ ଏବଂ ଫାଇନାନ୍ସ ସାଇଟ୍‌ର ଏକ ବିଶାଳ ୱେବ୍‌ ମାର୍କେଟ୍‌ ଅଛି । ଏହି ସବୁଥିରେ ଗୁଗୁଲ୍‌ର ଦବ୍‌ଦବା ରହିଛି ।

ସମ୍ପ୍ରତି ଇଣ୍ଟର୍‌ନେଟ୍‌ ଦୁନିଆର ବାଦ୍‌ଶାହ ହେଉଛି ଗୁଗୁଲ୍‌ । ଗୁଗୁଲ୍‌ ସର୍ଚ୍ଚ ଇଞ୍ଜିନରୁ ଆରମ୍ଭ କରି ସ୍ମାର୍ଟଫୋନ୍‌ର ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌ ପର୍ଯ୍ୟନ୍ତ ଗୁଗୁଲ୍‌ ସବୁ ନିୟନ୍ତ୍ରଣ କରୁଛି । ଅଧିକାଂଶ ଲୋକ ଗୁଗୁଲ୍‌ର ଆପ୍‌ସ ଏବଂ ସଫ୍ଟୱେର୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ପାଲଟିଛନ୍ତି । ଏହା ହେଉଛି ଏକ କାରଣ ଯେଉଁଥିପାଇଁ ଗୁଗୁଲ୍‌ ଧୀରେ ଧୀରେ ଏହାର ଅନେକ ସେବାକୁ ପେଡ୍‌-ସର୍ଭିସ କରିବାରେ ଲାଗିଛି । କେବଳ ଗୁଗୁଲ୍‌ ଫୋଟୋଜ୍‌ ପାଇଁ ୟୁଜର ମାସକୁ ୧୩୦ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଏଭଳି କ୍ଷେତ୍ରରେ ମାଇକ୍ରୋସଫ୍ଟ ହାତରେ ୟାହୁର କମାଣ ଆସିଗଲେ ଗୁଗୁଲ୍‌ର ଏକାଧିପତ୍ୱ ରହିବ ନାହିଁ । ଗୁଗୁଲ୍‌କୁ ଚ୍ୟାଲେଞ୍ଜ୍‌ ଦେବା ଭଳି ଅନେକ ସେବା ଆସିବ । ଏବେ ୟାହୁ ନିକଟରେ ଏଭଳି ଅନେକ ସର୍ଭିସ ରହିଛି, ଯାହାର ଲାଭ ମାଇକ୍ରୋସଫ୍ଟ ଉଠାଇପାରିବ । ଏହି ସର୍ଭିସେସ୍‌ ମାଧ୍ୟମରେ ମାଇକ୍ରୋସଫ୍ଟ ଗୁଗୁଲ୍‌ ୟୁଜରଙ୍କୁ ନିଜ ଆଡ଼କୁ ଟାଣିପାରିବ ।

ୟାହୁର ସେବା ଯୋଗାଉଥିଲା ଏହା ସବୁ ଇଣ୍ଟରନେଟ୍‌ ସେବା

ୟାହୁ ସର୍ଚ୍ଚ ଇଞ୍ଜିନ, ୟାହୁ ମେଲ୍‌, ୟାହୁ ଏଣ୍ଟର୍‌ଟେନ୍‌ମେଣ୍ଟ, ୟାହୁ ଫାଇନାନ୍ସ, ୟାହୁ ଲାଇଫ୍‌ଷ୍ଟାଇଲ, ୟାହୁ ନ୍ୟୁଜ୍‌, ୟାହୁ ରିସର୍ଚ୍ଚ, ୟାହୁ ସପିଂ, ୟାହୁ ସ୍ମଲ୍‌ ବିଜ୍‌ନେସ୍‌, ୟାହୁ ସ୍ପୋର୍ଟସ, ୟାହୁ ଟ୍ରାଭେଲ ।

୨୦୧୯ରେ ମାଇକ୍ରୋସଫ୍ଟର ବିଙ୍ଗ୍‌ ସର୍ଚ୍ଚ ଇଞ୍ଜିନରେ କେବଳ ଆମେରିକାରେ ୧୨.୬ କୋଟି ୟୁଜର ଥିଲେ । ଏଠାରେ ଗୁଗୁଲ୍‌ ସର୍ଚ୍ଚ ଇଞ୍ଜିନଠାରୁ ଅଧିକ ଲୋକ ବିଙ୍ଗ୍‌ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରନ୍ତି । ଅନ୍ୟପକ୍ଷରେ, ୨୦୧୬ରେ ୟାହୁ ସର୍ଚ୍ଚ ଇଞ୍ଜିନରେ ପ୍ରତି ମାସ ପ୍ରାୟ ୭୦ କୋଟି ୟୁଜର ଆସୁଥିଲେ । ଏଥିରେ ପ୍ରତି ମାସ ସକ୍ରିୟ ୟୁଜର ସଂଖ୍ୟା ୨୨.୫ କୋଟି ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.