କଶ୍ମୀର ବଡଗାମରେ ବାୟୁସେନାର ମିଗ୍ ବିମାନ କ୍ରାଶ୍, ୨ ପାଇଲଟ୍ ସହିଦ !

source:aajtak.intoday.in
ଶ୍ରୀନଗର ୨୭/୨: ଜମ୍ମୁ କଶ୍ମୀରର ବଡଗାମରୁ ୭ କିଲୋମିଟର ଦୂର ଗାରେନ୍ଦ ଗ୍ରାମରେ ଏକ ମିଗ୍ ଲଢୁଆ ବିମାନ କ୍ରାଶ୍ ହୋଇଯାଇଛି । ବିମାନ ଏକ ଚାଷ ଜମିରେ ପଡିଥିଲା ଏବଂ ଏଥିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ଯୁ ହୋଇଥିବା ଅନୁମାନ କରାଯାଉଛି । ଏହି ବିମାନ ଶ୍ରୀନଗର ଏୟାରବେସରୁ ଉଡାଣ ଭରିଥିଲା । ସୂଚନା ଅନୁସାରେ କଶ୍ମୀରରେ ବିମାନ ପେଟ୍ରୋଲିଂ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।