ଚଦର ଟାଣି ମୃତ ମା’କୁ ଉଠାଇବାକୁ ଚେଷ୍ଟା କରୁଛି ଅଢେଇ ବର୍ଷର ପୁଅ, ଅନାହାରରେ ଟ୍ରେନ ଭିତ​‌ରେ ଚାଳିଗଲା ଜୀବନ

ମୁଜଫରପୁର,୨୭।୫: କରୋନା ଭାଇରସ୍ ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଏବେ ଗରିବଙ୍କ ପାଇଁ ଖୁବ୍ ଭୟଙ୍କର ସ୍ଥିତି ଆଣି ଦେଇଛି। ଶହ ଶହ କିଲୋମିଟର ଚାଲି କିଏ   ଗାଁରେ ପହଁଞ୍ଚିବା ପୂର୍ବରୁ ଆସି ଗାଁରେ ମରିଯାଉଛି ତ ଆଉ କିଏ ଖାଇବାକୁ ନପାଇ ମାରିଯାଉଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ବିହାରର ମୁଜଫରପୁର ରେଲଓ୍ବେ ଷ୍ଟେସନର ଏଭଳି ଏକ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓ ଖୁବ୍ ହୃଦୟ ବିଦାରକ। ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମହିଳାଙ୍କ ମୃତଦେହ ତଳେ ପଡି ରହିଛି। ପାଖରେ ତାଙ୍କର ଦେଢ ବର୍ଷର ପୁଅ ମା’ ଉପରେ ଘୋଡା ହୋଇଥିବା ଚାଦରକୁ ଟାଣି ପକାଉଛନ୍ତି ତ ଆଉ କେତେ ବେଳେ ନିଜ ମା’କୁ ଉଠାଇବାକୁ ଚେଷ୍ଟା କରୁଛି। ପିଲାଟି କିଭଳି ଜାଣିବ ଯେ, ତା’ର ମା’ ସବୁଦିନ ପାଇଁ ଶୋଇଯାଇଛି। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ମିଳିଥିବା ଖବର ଅନୁସାରେ, ମୃତ ମହିଳାଙ୍କ ନାମ ଅରବିନା ଖାତୁନ୍ (୩୫)। ସେ କଟିହାରରେ ରହୁଥିଲେ। ମହିଳା ଜଣକ ନିଜର ଭଉଣୀ ଓ ଭିଣୋଇ ସହିତ ଶ୍ରମିକ ସ୍ପେଶାଲ ଏକ୍ସପ୍ରେସରେ ଅହମ୍ମଦାବାଦରୁ ବିହାର ଆସୁଥିଲେ। ଗତ ରବିବାର ଟ୍ରେନରେ ସେ ବସିଥିଲେ। ଖାଇବା ପିଇବାକୁ ନମିଳି ଚଳନ୍ତା ଟ୍ରେନରେ ମହିଳାଙ୍କ ସ୍ଥିତି ଖୁବ୍ ଖରାପ ହୋଇଯାଇଥିଲା। ସୋମବାର ମଧ୍ୟାହ୍ନ ପ୍ରାୟ୧୨ଟା ବେଳେ ଟ୍ରେନ ଭିତରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା।  ଟ୍ରେନ ମୁଜଫରପୁର ଜଙ୍କସନରେ ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ ପହଁଞ୍ଚିଥିଲା। ଏହାପରେ ରେଲଓ୍ବେ ପୋଲିସ ମହିଳାଙ୍କ ମୃତଦେହକୁ ଟ୍ରେନରୁ ବାହାର କରିଥିଲେ। ମହିଳାଙ୍କ ଶବକୁ ଯେତେବେଳେ ପ୍ଲାଟଫର୍ମରେ ରଖାଯାଇଥିଲା ସେତେବେଳେ ତାଙ୍କର କୁନି ପୁଅଟି ପାଖକୁ ଆସି ନିଜର ମା’ ସହିତ ଖେଳିବାକୁ ଲାଗିଥିଲା। ଏହା ସହିତ ମା’କୁ ନିଦରୁ ଉଠାଇବାକୁ ଚେଷ୍ଟା କରିଥିଲା। ତେବେ ତା’ର ଏହି ଚେଷ୍ଟା ବିଳଫ ହୋଇଥିଲା। କାରଣ ପିଲାଟିର ମା’ ଚିର ଦିନ ପାଇଁ ଆଖିବୁଜି ଦେଇଥିଲେ।

   ସମ୍ବନ୍ଧିତ ଖବର


ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !