ବିନା ପଞ୍ଜୀକରଣରେ ଗାଁକୁ ଆସିବା ମନା, ୨୪ରୁ ଖୋଲିବ ଅନ୍‌ଲାଇନ୍‌ ପୋର୍ଟାଲ

ଭୁବନେଶ୍ୱର ୨୩/୪: ରାଜ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରି ବିନା ପଞ୍ଜୀକରଣରେ କେହି ନିଜ ଗାଁକୁ ଯାଇପାରିବେ ନାହିଁ । ଏମିତି ଫତ୍‌ୱା ଜାରି କରିଛନ୍ତି ରାଜ୍ୟ ସରକାର । ଲକଡାଉନ୍‌ ହଟିବା ପରେ ବାହାର ରାଜ୍ୟରୁ ଯିଏ ଗାଁକୁ ଫେରିବାକୁ ଚାହିଁବେ ତାଙ୍କୁ ନିଜ ସଂପର୍କରେ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି । ଫେରିବାକୁ ଚାହୁଁଥିବା ବ୍ୟକ୍ତି ଅନଲାଇନ୍‌ ପୋର୍ଟାଲରେ ନିଜର ପଞ୍ଜୀକରଣ କରିପାରିବେ କିମ୍ବା ତାଙ୍କ ପରିବାର ଲୋକ ସଂପୃକ୍ତ ପଞ୍ଚାୟତ ଅଫିସରେ ପଞ୍ଜୀକରଣ କରାଇବେ । ଅନଲାଇନ୍‌ ପୋର୍ଟାଲ ଆସନ୍ତା ୨୪ (ଶୁକ୍ରବାର)ରୁ କାର୍ଯ୍ୟକ୍ଷମ ହେବ ।ଏ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ସଚିବ ଦେଓରଂଜନ କୁମାର ସିଂହ ।

ଶ୍ରୀ ସିଂହ କହିଛନ୍ତି, ବାହାର ରାଜ୍ୟରେ ପ୍ରାୟ ସାଢ଼େ ୭ ଲକ୍ଷ ଓଡ଼ିଆ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଥିବାରୁ ସେମାନେ ଘରକୁ ଫେରିବାକୁ ବ୍ୟଗ୍ର ଅଛନ୍ତି । ଲକଡାଉନ୍‌ ହଟିବା ପରେ ବାହାରେ ଥିବା ପ୍ରାୟ ୫ ଲକ୍ଷ ଓଡ଼ିଆ ଘରକୁ ଫେରିବାର ସମ୍ଭାବନା ରହିଛି । ସେମାନଙ୍କ ଠାରୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ୪ର୍ଥ ପର୍ଯ୍ୟାୟ କରୋନା ଲଢ଼େଇ ଗାଁରୁ ହିଁ ହେବ । ଏଥିରେ ସରପଞ୍ଚମାନେ ହେବେ ଆଗଧାଡ଼ିର ଯୋଦ୍ଧା । ଯେଉଁମାନେ ପଞ୍ଜୀକରଣ କରିବେ ସେମାନଙ୍କ ସହ ଦାୟିତ୍ୱରେ ଥିବା ଅଧିକାରୀ ଯୋଗାଯୋଗରେ ରହିବେ । ପଞ୍ଜୀକୃତ ବ୍ୟକ୍ତି ଆସି ଷ୍ଟେସନ କିମ୍ବା ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ସେମାନଙ୍କୁ ବ୍ଲକ ଓ ପଞ୍ଚାୟତୱାରୀ ବିଭକ୍ତ କରାଯାଇ ସ୍ୱତନ୍ତ୍ର ଗାଡ଼ିରେ ନିର୍ଦ୍ଦିଷ୍ଟ ପଞ୍ଚାୟତକୁ ଅଣାଯିବ । ଏଥିପାଇଁ ବ୍ଲକ ଓ ପଞ୍ଚାୟତର ଦାୟିତ୍ୱରେ ଥିବା ଅଧିକାରୀ ସ୍ୱତନ୍ତ୍ର ଗାଡ଼ି ନେଇ ଷ୍ଟେସନ କିମ୍ବା ବସଷ୍ଟାଣ୍ଡ ଯିବେ। ପ୍ରତି ପଞ୍ଚାୟତ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତି ହେବେ । ବିଡିଓମାନେ ପ୍ରତି ପଞ୍ଚାୟତ ପାଇଁ ଏକ ୫ ଜଣିଆ ଟିମ୍‌ ଗଠନ କରିବେ ।

ପଞ୍ଚ।।ୟତକୁ ଫେରିବା ପରେ ପ୍ରବାସୀ ଓଡ଼ିଆମାନେ ନିଜ ଘରକୁ ସିଧାସଳଖ ଯାଇପାରିବେ ନାହିଁ । ସେମାନେ ପଞ୍ଚାୟତଦ୍ୱାରା ପ୍ରସ୍ତୁତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ । ଏହାପରେ ସେମାନେ ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ସେଠାରେ ସେମାନଙ୍କୁ ମାଗଣା ରହିବା, ଖାଇବା ପିଇବା ସହ ଚିକିତ୍ସା ସେବା ମିଳିବ । ୧୪ ଦିନ ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିଲେ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସହ ନିଜ ଘରକୁ ଯିବାକୁ ଅନୁମତି ମିଳିବ । ସରକାରଙ୍କ ଏ ଆଗୁଆ ପ୍ରସ୍ତୁତି ଆଗାମୀ ଦିନରେ ଗାଁ ଗୁଡ଼ିକରେ କରୋନା ସଂକ୍ରମଣକୁ ଏଡ଼ାଇପାରିବ ବୋଲି କୁହାଯାଉଛି ।

   ସମ୍ବନ୍ଧିତ ଖବର


ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ହିରୋ ଲଞ୍ଚ କଲା ନୂଆ ଇଲେକ୍ଟ୍ରିକ ସ୍କୁଟର, ଫୁଲ୍ ଚାର୍ଜ କଲେ ଯିବ ୨୧୦ କିଲୋମିଟର

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର