
Image Courtesy : The Week
ଇସଏଞ୍ଜେଲସ୍,୨୯/ ୧୧: ପୁଣିଥରେ ବକ୍ସିଂ ରିଂକୁ ଫେରିଛନ୍ତି ମାଇକ୍ ଟାଇସନ୍। ଦୀର୍ଘ ୧୫ ବର୍ଷ ପରେ ବକ୍ସିଂ ରିଂରେ ନଜର ଆସିଛନ୍ତି ଟାଇସନ୍। ୫୪ ବର୍ଷୀୟ ଟାଇସନ୍ ଚାରିଟି ଲାଗି ପାଣ୍ଠି ସଂଗ୍ରହ ନିମନ୍ତେ ବକ୍ସିଂ ଆୟୋଜନ କରାଯାଇଥିବା ବେଳେ ହେଭିଓ୍ବେଟ୍ ଚାମ୍ପିୟନ୍ ମାଇକ୍ ଟାଇସନ୍ ୫୧ ବର୍ଷୀୟ ରଏ ଜୋନ୍ସ ଜୁନିୟରଙ୍କ ବିପକ୍ଷରେ ଖେଳିଥିଲେ।
ଉଭୟ ଖେଳାଳି ୨ ମିନିଟରେ ୮ ରାଉଣ୍ଡ ଖେଳିଥିଲେ। ମ୍ୟାଚ ପରେ ଶେଷରେ ଟାଇସନ ତାଙ୍କ କ୍ୟାରିୟରରେ ଅନେକ ଚାମ୍ପିୟନସିପରେ ଭାଗେନଇଥିବା କହିଥିଲେ। ଏଥିସହିତ ପ୍ରଥମଥର ପାଇଁ ଏଭଳି ପ୍ରତିଯୋଗିତାରେ ଭାଗ ନେଇ ଆନନ୍ଦ ଅନୁଭବ କରୁଛି ବୋଲି କହିଥିଲେ।
ସୂଚନାଥାଉକି, ଟାଇସନ ତାଙ୍କ କ୍ୟାରିୟରର ଶେଷ ପ୍ରତିଯୋଗୀତା ୨୦୦୫ ମସିହାରେ ଖେଳିଥିଲେ। ଏହି ମ୍ୟାଚ୍ରେ ସେ କେଭିନ ମେକବ୍ରାଇଡଙ୍କଠାରୁ ସେ ପରାସ୍ତ ହୋଇଥିଲେ।