ଦୁଇ ସେକେଣ୍ଡ ପାଇଁ ମୃଦୁ ଭୂମିକମ୍ପ ଅନୁଭୂତ, କୌଣସି କ୍ଷୟକ୍ଷତିର ସୂଚନା ନାହିଁ

ଅନୁଗୋଳ ୨୭|୮: ଅନୁଗୋଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଦୁଇ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଫଳରେ ଲୋକମାନେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ବାହାରି ଆସିଥିଲେ । ଭୂମିକମ୍ପର ତୀବ୍ରତା ସଂପର୍କରେ ସଠିକ୍ ଜଣାପଡିନଥିଲେ ନଥିଲେ ଏହା ଦୁଇ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା କୁହାଯାଉଛି ।

ଭୂମିକମ୍ପ ଫଳରେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି । ଥରେ ଭୂମିକମ୍ପ ଅନୁଭୂତ ହେବା ପରେ ପୁଣି ଦ୍ବିତୀୟ ଥର ଭୂମିକମ୍ପ ଅନୁଭୂତ ହେବା ନଜର ରହିଛି ।

ଅନୁଗୋଳ ଜିଲ୍ଲାରେ ବ୍ୟାପକ କୋଇଲା ଖଣି ରହିଥିବାରୁ ଏଠାରେ ସାମାନ୍ୟ ଭୂମିକମ୍ପ ମଧ୍ୟ ବଡ ଧରଣର ଅଘଟଣ ଘଟାଇବା ଆଶଙ୍କା ରହିଛି । ଭୂମିକମ୍ପ ସଂପର୍କରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ତୁରନ୍ତ କୌଣସି ବୁଲେଟିନ୍ ପ୍ରକାଶ ପାଇନାହିଁ ।

   ସମ୍ବନ୍ଧିତ ଖବର


ବେଧଡ଼କ ଚାଲିଛି ଶାଳ ଗଛ କଟା, ଚୁପ୍ ବସିଛି ବନ ବିଭାଗ

ମନ୍ଦିର ପ୍ରାଙ୍ଗଣରେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା, ପୋଲିସର ତଦନ୍ତ ଜାରି

କୋଭିଡ ଗାଇଡ଼ଲାଇନ୍‌ ଉଲ୍ଲଂଘନ: ୧୦ଟି ଦୋକାନକୁ ସିଲ୍‌ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିରରେ ଆସନ୍ତା ୨୫ରୁ ଅକ୍ଟୋବର ୧ ଯାଏଁ ଦୋକାନ ବଜାର ବନ୍ଦ

ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଜବତ, ୨ ଅଭିଯୁକ୍ତ ଗିରଫ

ମଦ ବେପାରୀକୁ ଛାଞ୍ଚୁଣି ମାଡ଼ : ମଦ ପେଟି ଧରାଇ ଚଲାଇ ଚଲାଇ ଥାନାକୁ ନେଲେ ମହିଳା