ଶରୀରରେ କ୍ୟାମେରା ଲଗାଇ ଯବାନଙ୍କ ଉପରେ ଆକ୍ରମଣ କରୁଥିଲା ଆତଙ୍କବାଦୀ, ଭିଡିଓ ଜାରି କରି ଦେଖାଇଲା ଶକ୍ତି

ଶ୍ରୀନଗର,୨୧।୮: ଗତ କିଛି ବର୍ଷରେ ଦେଖିବାକୁ ମିଳୁଛି ଜମ୍ମୁ-କଶ୍ମୀରର ବହୁ ଯୁବକ ଗାଏବ୍ ହୋଇଯାଉଛନ୍ତି। ଏହାପରେ  ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଯାଏ।  ଭିଡିଓରେ ଗାଏବ୍ ହୋଇଥିବା ଯୁବକ ଏକ  ରାଫଇଲ ସହିତ ଦେଖିବାକୁ ମିଳେ ଓ କହେ ସେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛି। ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ କରି ଆତଙ୍କ ସୃଷ୍ଟି କରୁଥିବା ଆତଙ୍କବାଦୀ ସଂଗଠନ ଏବେ ଭାରତୀୟ ସେନା ସହିତ ସଂଘର୍ଷର ଲାଇଭ ଭିଡିଓ ଜାରି କରିବାରେ ଲାଗିଛନ୍ତି। ଆତଙ୍କବାଦୀଙ୍କୁ ଲାଗୁଛି ସେ ଏଭଳି ଭାବରେ ଆତଙ୍କ ସୃଷ୍ଟି କରିପାରିବେ। ନିକଟରେ ଆତଙ୍କବାଦୀମାନେ ବାରାମୁଳାର କ୍ରେରି ଅଞ୍ଚଳରେ ହୋଇଥିବା ଏହି ସଂଘର୍ଷରେ ୫ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ଓ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଭିଡିଓ ଜରିଆରେ ଆତଙ୍କବାଦୀମାନେ ଏହା ଦେଖାଇବାକୁ  ଚେଷ୍ଟା କରୁଛନ୍ତି ଯେ ସେମାନେ ଗୋରିଲା ଆକ୍ରମଣରେ କରିବାରେ ଖୁବ୍ ମାହିର।

କଶ୍ମୀରର ଅଧିକାଂଶ ଅଞ୍ଚଳରୁ ଆତଙ୍କବାଦୀଙ୍କ ସଫେଇ ହେବାପରେ ଚିନ୍ତାରେ ଥିବା ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ କଶ୍ମୀରରେ ନୂଆ ଆତଙ୍କବାଦୀ ସଂଗଠନ ଆରମ୍ଭ କରିଦେଇଛି। କଶ୍ମୀରରେ ସୃଷ୍ଟି ହୋଇଥିବା ନୂଆ ଆତଙ୍କବାଦୀ ସଂଗଠନର ନାମ ପିପୁଲସ୍ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ(ଫିଏଏଫଏଫ) ରହିଛି। ଏହା ଲସ୍କର-ଇ-ତୋଇବାର ସଂଗଠନ ଅଟେ, ଯିଏକି ନିକଟରେ ବାରାମୂଳାରେ ହୋଇଥିବା ଆତଙ୍କୀ ଆକ୍ରମଣର ଭିଡିଓ ଜାରି କରିଛି। ଭିଡିଓରେ ୩ ଆତଙ୍କବାଦୀଙ୍କୁ ସିଆରପିଏଫ ଟିମ୍ ଉପରେ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳୁଥିବା ଆତଙ୍କବାଦୀ ଏକ ବଗିଚା ଭିତରେ ଲୁଚି ରହିଛି ଓ ସିଆରପିଏଫର ଟିମ୍ ଲଗାତାର ଭାବରେ ନଜର ରଖିଛନ୍ତି।

୩ ଜଣ ସେଓର ଗଛ ପଛରୁ ବାହାରୁଛନ୍ତି ଓ ସୁରକ୍ଷାବଳଙ୍କ ଉପରେ ଲଗାତାର ଗୁଳି କରୁଛନ୍ତି। ସେମାନେ ସେ ପର୍ଯ୍ୟନ୍ତ ଫାୟାରିଂ କରିବାରେ ଲାଗିଛନ୍ତି, ଯେଉଁ ପର୍ଯ୍ୟନ୍ତ ସେହି   ସ୍ଥାନ ପର୍ଯ୍ୟନ୍ତ ପହଁଞ୍ଚି ନଯାଆନ୍ତି ଯେଉଁଠି   ସୁରକ୍ଷାକର୍ମୀଙ୍କ ଗାଡି ମୁତୟନ ହୋଇଥାଏ। ଭିଡିଓ ତିଆରି କରିବା ପାଇଁ ଜଣେ ଆତଙ୍କବାଦୀ ନୀଜ ଶରୀରରେ କ୍ୟାମେରା ଲଗାଇ ଦେଇଥିଲା। ଦୁଇ ଆତଙ୍କବାଦୀ ଲଗାତାର କରୁଥିଲେ। ସେଭଳି ତୃତୀୟ ଆତଙ୍କବାଦୀ ପଛରୁ କଭର ଫାୟର କରୁଥିଲା। ଏହି ଭିଡିଓକୁ ଜାରି କରିବା ପୂର୍ବରୁ ଗୀତ ଓ ସ୍ପୋଶାଲ ଇଫେକ୍ଟର ବ୍ୟବହାର କରାଯାଇଛି। ୫ ମିନିଟର ଭିଡିଓରେ ଦୁଇ ସିଆରପିଏଫ୍ ଯବାନଙ୍କୁ ଗୁଳି ଲାଗିଥାଏ। ଏହାପରେ ସ୍ପଷ୍ଟ ହୋଇପାରିନଥିଲା ଯେ, ବାହାନ ପାଖରେ ପହଁଞ୍ଚିବା ପରେ କ’ଣ ହୋଇଥିଲା। ଭିଡିଓ ଶେଷରେ ଜଣେ ଯବାନ ‘ଥାବେ’ କହିକି ପାଟିକରନ୍ତି, ଯାହାର ଅର୍ଥ ରହିଯାଅ।

ଏହି ଭିଡିଓକୁ ଦେଖିବା ପରେ ପୋଲିସ ଟୁଇଟ୍ କରି କହିଛି, ଆକ୍ରମଣର ଭିଡିଓ ଜାରି କରି ଆତଙ୍କବାଦମାନେ ଉଗ୍ରବାଦକୁ ପ୍ରୋତ୍ସାହନ ଦେବାକୁ ଚାହାନ୍ତି। କିନ୍ତୁ ସେମାନେ ଏଭଳି କରିପାରିବେ ନାହିଁ। ଆମେ ତାଙ୍କ ଆକ୍ରମଣର ଜବାବ୍ ଦେଇସାରିଛୁ। ଆମେ ୭୨ଘଣ୍ଟା ଭିତରେ ତାଙ୍କର ଶୀର୍ଷ କମାଣ୍ଡର ସଜ୍ଜାଦ ଓରଫ ହାଇଦର ଏଫଟି ତୈମୁର ଖାନ୍ ଓରଫ ଉସ୍ମାନ, ନସିର ଓ ଏଫଟି ଅଲି ଭାଇଙ୍କୁ ମାରି ଦେଇଥିଲେ।

   ସମ୍ବନ୍ଧିତ ଖବର


କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣ, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ଆସନ୍ତା ବର୍ଷ ଠାରୁ ମୋବାଇଲ୍‌ ନମ୍ବର ଡାଏଲ ପୂର୍ବରୁ କରିବା ପାଇଁ ହେବ ଏହି କାମ- ବଦଳିଯିବ ଲ୍ୟାଣ୍ଡ ଲାଇନ୍‌ ଏବଂ ମୋବାଇଲ୍‌ ଫୋନ୍‌ରେ ଡାଏଲ୍‌ କରିବାର ପଦ୍ଧତି

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ