ଜଳଖିଆରେ କ୍ଷୀର ରକ୍ତ ଶର୍କରା ସ୍ତର ହ୍ରାସ କରେ

ମଧୁମେହ ରୋଗୀଙ୍କ ପାଇଁ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରଖିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । କିନ୍ତୁ ଏକ ସଦ୍ୟ ଅଧ୍ୟୟନ ଏହାର ସହଜ ଉପାୟ ବିଷୟରେ ସ୍ପଷ୍ଟ କରିଛି । ଅଧ୍ୟୟନ ଅନୁସାରେ, କ୍ଷୀର ଦିନ ତମାମ ମଧୁମେହ ରୋଗୀଙ୍କ ଗ୍ଲୁକୋଜ୍‌ ସ୍ତର ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଡାଏରି ସାଇନ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନର ତଥ୍ୟ ଅନୁସାରେ, ସକାଳ ଜଳଖିଆରେ କ୍ଷୀର ପିଇବା ଦ୍ୱାରା ଦିନ ତମାମ ରକ୍ତ ଶର୍କରା ସ୍ତର ହ୍ରାସ ରହେ ।

ରକ୍ତ ଶର୍କରା ସ୍ତର ଉପରେ ଉଚ୍ଚ ପ୍ରୋଟିନ୍‌ଯୁକ୍ତ କ୍ଷୀର ପିଇବାର ପ୍ରଭାବ ଏବଂ ଜଳଖିଆ ଓ ମଧ୍ୟାହ୍ନଭୋଜନ ପରେ ପେଟ ପୂରିବା ସମ୍ପର୍କରେ ଗବେଷକମାନେ ପରୀକ୍ଷା କରିଥିଲେ । ଜଳଖିଆରେ ଖାଦ୍ୟ ସହ କ୍ଷୀର ପିଇବା ଦ୍ୱାରା ରକ୍ତ ଶର୍କରା ସ୍ତର ହ୍ରାସ ପାଇଥାଏ । ଅନ୍ୟପକ୍ଷେ, ସାଧାରଣ ପ୍ରୋଟିନ୍‌ଯୁକ୍ତ ଦୁଗ୍ଧ ଉତ୍ପାଦ ତୁଳନାରେ ଉଚ୍ଚ ପ୍ରୋଟିନ୍‌ଯୁକ୍ତ ଦୁଗ୍ଧ ଉତ୍ପାଦ ମାତ୍ରା ରକ୍ତ ଶର୍କରା ମାତ୍ରା ହ୍ରାସ କରିଥିବା ସେମାନେ ଲକ୍ଷ୍ୟ କରିଥିଲେ ।

କମ୍‌ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ତୁଳନାରେ ଉଚ୍ଚ ପ୍ରୋଟିନ୍‌ ଭୋକ ମଧ୍ୟ କମାଇଥାଏ । ତେଣୁ କ୍ଷୀର ରକ୍ତ ଶର୍କରା ସ୍ତର ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏହା ପରେ ମଧୁମେହ ରୋଗୀଙ୍କ ପାଇଁ ସକାଳ ଜଳଖିଆରେ କ୍ଷୀରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି । କାର୍ବୋହାଇଡ୍ରେଟ୍‌ର ଧୀମା ହଜମ ପକ୍ରିୟାରେ ଏହା ସାହାଯ୍ୟ କରେ, ଯାହା ଦିନ ସାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

   ସମ୍ବନ୍ଧିତ ଖବର


ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଲୁଡୋ’ର ଟ୍ରେଲର ରିଲିଜ୍