ଏଠାରେ ଲାଗୁ ହେବ ନୂଆ ଆଇନ: ଲିଭ୍ ଇନ୍ ରିଲେସନ୍ ଓ ଏକ୍ସର୍ଟା ମ୍ୟାରିଟାଲ ଆଫେୟାର୍ସ ଥିଲେ ଯିବେ ଜେଲ

ନୂଆଦିଲ୍ଲୀ,୨୧।୯; ଲକ୍ଷାଧିକ ଲୋକଙ୍କ ପାଇଁ ଏବେ ଜେଲ ଯିବାର ବିପଦ ସୃଷ୍ଟି ହୋଇପାରେ। କାରଣ ଇଣ୍ଡୋନେସିଆରେ ବିବାହ ନକରି ଏକାଠି ରହିବା ଏବଂ ବିବହତ୍ତୋର ସମ୍ପର୍କ ବା ଲିଭ୍ ଇନ୍ ରିଲେସନ୍  ଓ ଏକ୍ସର୍ଟା ମ୍ୟାରିଟାଲ ଆଫେୟାର୍ସ ଥିଲେ  ତାକୁ ବେଆଇନ ଘୋଷଣା କରିଦିଆଯିବ। ଏଭଳି ଏକ ଆଇନ ଇଣ୍ଡୋନେସିଆରେ ଆସନ୍ତା ସପ୍ତାହରେ ଲାଗୁ ହେବାକୁ ଯାଉଛି। ଦେଶର ୪ ଜଣ ସାଂସଦ ଏ ସମ୍ପର୍କରେ ଗତ ବୁଧବାର ସୂଚନା ଦେଇଛନ୍ତି। ସୀକାର ଓ ସଂସଦ ଭିତରେ ଶେଷ ଡ୍ରାଫ୍ଟ ଉପରେ ସହମତି ପ୍ରକାଶ ପାଇଛି।

ଏହି ନିୟମ ଅନୁସାରେ ଦୁଇ ଲୋକଙ୍କ ଭିତରେ ପାରସ୍ପାରିକ ସହମତିରେ ସୃଷ୍ଟି ହୋଇଥିବା ବିବାହତ୍ତୋର ସମ୍ପର୍କକୁ ଏବେ ଅପରାଧ ଭାବରେ ପରିଗଣିତ ହେବ। ଏଭଳି ହେବା ଦ୍ବାରା ବହୁ ସଂଖ୍ୟାରେ ଇଣ୍ଡୋନେସିଆର ବାଲି ଦ୍ବୀପକୁ ବୁଲିବାକୁ ଆସୁଥିବା ଟୁରିଷ୍ଟଙ୍କୁ ଜେଲ ଯିବାର ବିପଦ ବଢିଯିବ। ଅଷ୍ଟେ୍ରଲିଆର ସରକାର ଟୁରିଷ୍ଟଙ୍କ ପାଇଁ ଚେତାବନୀ ମଧ୍ୟ ଜାରି କରିଛନ୍ତି।

ଇଣ୍ଡୋନେସିଆର ପ୍ରସପେରସ୍ ଜଷ୍ଟିସ୍ ପାର୍ଟିର ନେତା ନାସିର ଜାମିଲ କହିଛନ୍ତି, ସବୁପ୍ରକାର ଧର୍ମର ନେତାଙ୍କ ସହିତ ଏହି ପରିବର୍ତ୍ତନ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା। ଇଣ୍ଡୋନେସିଆର ସ୍ବାଧୀନତା ସମୟରୁ ଏଭଳି ଆଇନ ଲାଗୁ କରିବା ନେଇ ଦାବି କରାଯାଉଥିଲା।  

ନୂଆ ପ୍ରସ୍ତାବିତ ଆଇନ ଅନୁସାରେ, ଯଦି ଅବିବାହିତ କପଲ ସ୍ବାମୀ-ସ୍ତ୍ରୀ ଭଳି ରୁହନ୍ତି ତେବେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ହୋଇପାରେ କିମ୍ବା ୫୦ ହଜାର ଟଙ୍କା ଜରିମନା ଦେବାକୁ ହେବ। ଅବିଭାବକ, ପିଲା, ସ୍ବାମୀ-ସ୍ତ୍ରୀ କିମ୍ବା ଗାଁର ମୁଖ୍ୟ ପୋଲିସକୁ ଆଇନ ଭାଙ୍ଗିବା ସମ୍ପର୍କରେ ସୂଚନା ଦେଇପାରିବେ। ଦ ଇନଷ୍ଟିଚ୍ୟୁଟ୍ ଫର କ୍ରିମିନାଲ ଜଷ୍ଟିସ୍ ରିଫର୍ମ ନାମରେ ଏକ ଏନଜିଓ କହିଛି, ନୂଆ ଆଇନ ଦ୍ବାରା ଲକ୍ଷାଧିକ ଲୋକଙ୍କୁ ଫଶଯାଇ ପାରେ। ନୂତନ ଏକ ଷ୍ଟଡିରୁ ଜଣାପଡିଛି ଯେ, ସେଠାରେ ୪୦ ପ୍ରତିଶତ କିଶେର ବିବାହ ପୂର୍ବରୁ ସେକ୍ସ କରନ୍ତି।

ନୂଆ ଆଇନରେ କୁହାଯାଇଛି, ଯଦି କେହି ମହିଳା କିମ୍ବା ପୁରୁଷ, ଅନ୍ୟ ମହିଳା କିମ୍ବା ପୁରୁଷଙ୍କ ସହିତ ସମ୍ପର୍କ ରଖୁଛନ୍ତି, ଯାହାଙ୍କ ସହିତ ତାଙ୍କ ବିବାହ ହୋଇନାହିଁ ତେବେ ପରିବାର ସଦସ୍ୟଙ୍କ ପକ୍ଷରୁ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇଣ୍ଡୋନେସିଆରେ ହୋମୋ ସେକ୍ସୁଆଲିଟି ମଧ୍ୟ ଅପରାଧ। ସେଭଳି ପର୍ଯ୍ୟଟକଙ୍କ ଉପରେ ମଧ୍ୟ ନୂଆ ଆଇନ ଲାଗୁ ହେବ। ନୂଆ ଆଇନ ଅନୁସାରେ, ଯଦି ଦୁଷ୍କର୍ମ ଭଳି ଘଟଣା ଘଟେ ଓ ମେଡିକାଲ ଏମର୍ଜେନ୍ସି ନଥାଇ ମହିଳା ଜଣକ ନିଜର ଗର୍ଭପାତ କରନ୍ତି ତେବେ ୪ ବର୍ଷର ଜେଲଦଣ୍ଡ ହୋଇପାରେ।

ତାଜା ସୂଚନା ଅନୁସାରେ, ନୂଆ ଆଇନ ଉପରେ ପ୍ରଶ୍ନ ଉଠିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପଅତି ଜୋକା ଓ୍ବିଡୋଡୋହ ଏହାକୁ କିଛି ଦିନ ପର୍ଯ୍ୟନ୍ତ ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ମାସ ସଂସଦ ଆରମ୍ଭ ହେବାପରେ ଏହା ଉପରେ ବିଚାର କରାଯିବ। ଏହାର ଅର୍ଥ ହେଉଛି ପୁଣିଥରେ ଏହି ନୂଆ ଆଇନ ଉପରେ ଚର୍ଚ୍ଚା ଏବଂ ଭୋଟିଂ ମଧ୍ୟ କରାଯିବ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now