ଚୀନ ହାତରୁ ଖସିଯାଇପାରେ ହଂକଂ, ସ୍ବାୟତ୍ତତା ଏବଂ ଗଣତନ୍ତ୍ର ଦାବିରେ ଲକ୍ଷାଧିକ ଲୋକଙ୍କ ବିକ୍ଷୋଭ

ନୂଆଦିଲ୍ଲୀ,୧୮।୮: ହଂକଂରେ ଲୋକତନ୍ତ୍ର ସମର୍ଥକ କର୍ମୀଙ୍କ ଆହ୍ବାନରେ ରବିବାର ଲକ୍ଷାଧିକ ଳୋକ ଏକ ପାର୍କରୁ ଆରମ୍ଭ କରିଥିଲେ ଶୋଭାଯାତ୍ରା। ଯାହାଫଳରେ ହଂକଂର ରାସ୍ତାକୁ ଜାମ୍ କରିଦେଇଥିଲେ। ଗତ ୧୦ ସପ୍ତାହ ଧରି ସେମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଯାହାଫଳରେ ଲାଗୁଛି ଚୀନ ହାତରେ ଖସି ଯାଇପାରେ ହଂକଂ।କାଶ୍ମୀରର ପଥରବାଜ୍‌ଙ୍କ ମାନବାଧିକାର କହୁଥିବା ଚୀନ ହଂକଂବାସୀଙ୍କ ମାନବାଧିକାର ଚିନ୍ତା କରୁ ବୋଲି କହିଛନ୍ତି ସେଠାର ଲୋକେ। ଏମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜ ଦାବି ପାଇଁ ଅଡି ରହିଛନ୍ତି। ଚୀନ୍‌ର କମ୍ୟୁନିଷ୍ଟ ଶାସନରେ ଏମାନେ ଅଣନିଶ୍ବାସୀ ହୋଇଗଲେଣି। ତେଣୁ ଅଧିକ ସ୍ବାୟତ୍ତତା ଏବଂ ଗଣତନ୍ତ୍ର ପାଇଁ ଏମାନେ ଦାବି କରୁଛନ୍ତି।  

ଦୀର୍ଘ ବର୍ଷ ଧରି ବ୍ରିଟିଶ ଶାସନ ଅଧୀନରେ ରହିବା ପରେ ୧୯୯୭ରେ ଯେତେବେଳେ ବ୍ରିଟିଶ ଶାସନରୁ ହଂକଂ ମୁକ୍ତ ହେଲା ସେତେବେଳେ ଚୀନ୍‌ ଅଧିନକୁ ଗୋଟିଏ ରାଷ୍ଟ୍ର, ଦୁଇଟି ବ୍ୟବସ୍ଥା ନିୟମରେ ଆସିଥିଲା । ହଂକଂ ଚୀନ୍‌ ଅଧିନକୁ ଯେବେ ଗଲା ସେତେବେଳେ ତାହା ସ୍ବୟଂଶାସନ ମାନ୍ୟତା ପାଇଲା। ତେବେ ଚୀନର ମାତ୍ରାଧିକ ହସ୍ତକ୍ଷେପକୁ ବିରୋଧ କରୁଛନ୍ତି ହଂକଂର ଲୋକେ।

ଚୀନ୍‌ ପ୍ରତିବର୍ଷ ହଂକଂର ସ୍ବାୟତ୍ତତାରେ ହସ୍ତକ୍ଷେପ କରିବା ସହିତ ଏହାକୁ ସଂପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଆସୁଛି ବୋଲି ସେଠାକାର ଲୋକ ଅଭିଯୋଗ କରିଛନ୍ତି। ଗତ କିଛି ସପ୍ତାହ ଧରି ଜାରି ରହିଥିବା ବିକ୍ଷୋଭରୁ ଏହା ଅନ୍ତଃର୍ଜାତୀୟ ଆର୍ଥିକ କେନ୍ଦ୍ରକୁ ସଙ୍କଟରେ ପକାଇଛି। ଅନ୍ୟପକ୍ଷେ ଚୀନର ବାମପନ୍ଥୀ ଶାସନ କଡା ଅଭିମୁଖ୍ୟ ଜାରି ରଖିଛି ଓ ହିଂସ୍ରକ ପ୍ରଦର୍ଶକାରୀଙ୍କୁ ଆତଙ୍କବାଦୀଙ୍କ ଭଳି ବୋଲି ଘୋଷଣା କରିଦେଇଛି। କିନ୍ତୁ ଆଜି ଚୀନରେ ରବିବାର

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା