ସମ୍ବଲପୁର ୬/୧୦: ମହାନଦୀକୁ ଗାଧେଇବାକୁ ଯାଇଥିବାବେଳେ ପାଣିରେ ଭାସିଗଲେ ୬ ନାବାଳିକା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ବେଳେ ଜଣେ ନାବାଳିକା ଏବେ ନିଖୋଜ ଅଛି। ନିଖୋଜ ଥିବା ନାବାଳିକାକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନିଖୋଜ ଥିବା ନାବାଳିକାର ପିଙ୍କି ବିଶ୍ବକର୍ମ ହୋଇଥିବା ସୂଚନା ମିଳିଛି।
{"id":49973,"width":717,"height":348}ସୂଚନାଯୋଗ୍ୟ ଯେ, ଅପରାହ୍ନ ଦିନ ପ୍ରାୟ ସାଢେ ୧୧ ଟା ସମୟରେ ବଡବଜାର ଅଞ୍ଚଳର ୬ ଜଣ ନାବାଳିକା ବଡବଜାର ମହାନଦୀ ଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କର ଗୋଡ ଖସିଯିବା ସେ ଗଭୀର ଜଳ ଗଣ୍ଡକୁ ଚାଲିଯିବାରୁ ତାକୁ ଉଦ୍ଧାର କରିବା ପାଇଁ ଯିବା ବେଳେ ମହାନଦୀର ଗଭୀର ଗଣ୍ଡ ସ୍ରୋତରେ ଅନ୍ୟ ନାବାଳିକାମାନେ ପାଣିରେ ଭାସି ଯାଇଥିଲେ । ନାବାଳିକା ମାନେ ସ୍ଥାନୀୟ ଧୋବାପଡ଼ା ଓ ସାହିବଙ୍ଗଳା ସୂଚନା ମିଳିଛି।
{"id":49974,"width":649,"height":1334}ଏବେ ସେଠାରେ ଅଗ୍ନଶମ କର୍ମଚାରୀ ମାନେ ନିଖୋଜ ଥିବା ନାବାଳିକା ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।