ପୁରୀ ଶ୍ରୀମନ୍ଦିର ଆକ୍ଟ ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଆକ୍ଟ ପ୍ରସ୍ତୁତ ହେବ: ପ୍ରତାପ ଜେନା

ଭୁବନେଶ୍ୱର ୧୦/୯: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ଏକ ଆକ୍ଟ ଖୁବ୍‌ ଶୀଘ୍ର ପ୍ରଣୟନ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ ଏହା କହିଛନ୍ତି ।

ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପୁରୀ ଶ୍ରୀମନ୍ଦିର ସମସାମୟିକ ହୋଇଥିବାରୁ ଏପରି ଆକ୍ଟ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୈଠକରେ ମତ ଦେଇଥିଲେ । ଏଥି ସହ ଟ୍ରଷ୍ଟ ବୋର୍ଡର ପୁନର୍ଗଠନ କରିବା, ଆକଫ ପ୍ରସ୍ତୁତି ପାଇଁ ଟ୍ରଷ୍ଟବୋର୍ଡ ଆଇନ ବିଭାଗକୁ ଦେବୋତ୍ତର କମିଶନଙ୍କ ମାଧ୍ୟମରେ ପ୍ରସ୍ତାବ ଦେବେ । ମନ୍ଦିର ଆକଫ ସମ୍ବନ୍ଧରେ ଯଥେଷ୍ଟ ଅଭିଜ୍ଞତା ରହିଥିବା ଆଇନଜ୍ଞମାନଙ୍କୁ ସଂପୃକ୍ତ କରି ଏକ କମିଟି ଗଠନ କରିବା ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ ।

ମନ୍ଦିର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ, ପୁରାତତ୍ତ୍ୱ ବିଭାଗ ଦ୍ୱାରା ରକ୍ଷଣାବେକ୍ଷଣ, ମାର୍କେଟ କମ୍ପ୍ଲେକ୍ସ ସମ୍ବନ୍ଧିତ ସମସ୍ୟାର ସମାଧାନ, ବ୍ୟାଖ୍ୟାନ କେନ୍ଦ୍ର ସମ୍ମୁଖର ବିକାଶ ଓ ଦେବୀ ପାଦହରା ପୁଷ୍କରିଣୀର ଉନ୍ନୟନ ପାଇଁ ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇସାରିଥିବା କଥା ବୈଠକରେ ଆଲୋଚିତ ହୋଇଥିଲା । ଘଟଗାଁ ତାରିଣୀ ମନ୍ଦିର କମିଟି ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିରର ଟ୍ରଷ୍ଟ ବୋର୍ଡର ସଂପୂର୍ଣ୍ଣ ପୁନର୍ଗଠନ ଓ ବିଭିନ୍ନ ସମସ୍ୟା ସଂପର୍କରେ ଦେବୋତ୍ତର ବିଭାଗ ଦ୍ୱାରା ତଦନ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ବଦି୍ରନାରାୟଣ ପାତ୍ର, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା, ରାଜ୍ୟ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶଶୀକାନ୍ତ ମିଶ୍ର, ଦେବୋତ୍ତର କମିଶନର ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ବାରିପଦା ଜଗନ୍ନାଥ ମନ୍ଦିର କାର୍ଯ୍ୟକାରିତା ସଂପର୍କିତ ବୈଠକ
ଆଜି ଅପରାହ୍ନରେ ଲୋକସେବା ଭବନରେ ଅନୁଷ୍ଠିତ ଷୋଡ଼ଶ ଶତାବ୍ଦୀର ବାରିପଦା ଜଗନ୍ନାଥ ମନ୍ଦିର କାର୍ଯ୍ୟକାରିତା ସଂପର୍କରେ ମନ୍ତ୍ରୀ ଶ୍ରୀ ଜେନା ସମୀକ୍ଷା କରିଥିଲେ । ଏହି ମନ୍ଦିର ଅତି ପୁରାତନ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରନିତତ୍ତ୍ୱ ବିଭାଗ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ବାରିପଦା ଉପଜିଲ୍ଲାପାଳ ଏ ଦିଗରେ ପ୍ରନିତତ୍ତ୍ୱ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଦେବୋତ୍ତର ଜମିରେ ବାରିପଦା ମୁନିସିପାଲିଟି ପକ୍ଷରୁ ଅର୍ଥ ଆଦାୟ କରାଯାଉଛି ଓ ତାହାର ଅଂଶ ମନ୍ଦିରକୁ ଦେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ଦେବୋତ୍ତର ଜମି ଯେଉଁମାନଙ୍କ ଅଧୀନରେ ଅଛି ସେମାନେ ୧୯ ଧାରାରେ ନିୟମିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।

ଏଥି ନିମନ୍ତେ ଉଭୟେ ଉପଜିଲ୍ଲାପାଳ ଓ ଦେବୋତ୍ତର ବିଭାଗ ମିଳିତ ଭାବେ କାର୍ଯ୍ୟକରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି କାର୍ଯ୍ୟ କରିବା ପାଇଁ ପ୍ରଥମେ ୨୫ ଧାରାରେ ସେମାନଙ୍କୁ ନୋଟିସ୍‌ ପଠାଇବାକୁ ବୈଠକରେ ସ୍ଥିର ହୋଇଥିଲା । ଆଗାମୀ ଏକ ମାସ ମଧ୍ୟରେ ମନ୍ଦିର ୱେବ୍‌ସାଇଟ୍‌ ଓ ସେବାୟତମାନଙ୍କ ସ୍ୱାସ୍ଥ୍ୟବୀମା କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ସେବାୟତମାନଙ୍କର ଯାହାକିଛି ସମସ୍ୟା ରହିଛି ସେ ସଂପର୍କରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶଶିକାନ୍ତ ମିଶ୍ର, ଦେବୋତ୍ତର କମିଶନର ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର, ପୌରପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍‌ ନାୟକ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ରାଜ୍ୟରେ ପୁଣି ୧୬ ଜୀବନ ନେଲା କୋଭିଡ୍, ମୃତ୍ୟୁସଂଖ୍ୟା ୧୨୪୫କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୩୩ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ପାର୍

ଏଥର ଦଶହରାରେ ଶୁଖିଲା ରହିବ ପାଗ: ୨୯ କିମ୍ବା ୩୦ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା

ପୁଣି ୧୫ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୨୯କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ଟପିଲା