୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ୍‌ ସଂଯୋଗ କରାଯିବ: ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର ୧୯/୯: ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୪ଟି ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ପାଇପ ଲାଇନ୍‌ ସଂଯୋଗ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।

ଏହା ସହ ସମସ୍ତ ପୌରାଞ୍ଚଳରେ ଏଲ୍‌ଇଡି ଲାଇଟ୍‌ରେ ରାସ୍ତା ଆଲୋକୀକରଣ କାର୍ଯ୍ୟ ମଧ୍ୟ ଏହି ସମୟସୀମା ମଧ୍ୟ ସମାପନ କରାଯିବ ବୋଲି ଆଜି ଲୋକସେବା ଭବନଠାରେ ଆୟୋଜିତ ବାଲେଶ୍ୱର ଜିଲ୍ଲାର ୪ଟି ପୌରାଞ୍ଚଳର ସମୀକ୍ଷା ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଅଧ୍ୟକ୍ଷତା କରି କହିଛନ୍ତି । ବିଦୁ୍ୟତ ଖୁଣ୍ଟ ନଥିଲେ ନୂତନ ଖୁଣ୍ଟ ବସାଯାଇ ଏହି ଆଲୋକୀକରଣ ବ୍ୟବସ୍ଥା କରାଯିବ ଏବଂ ୨୦୧୯ ଡିସେମ୍ବର ୩୧ ତାରିଖ ସୁଦ୍ଧା ଉପରୋକ୍ତ କାର୍ଯ୍ୟ ସମାପ୍ତ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର, ସୋର ଓ ଜଳେଶ୍ୱର ପୌରପରିଷଦ ଏବଂ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାନୀୟ ଜଳଯୋଗାଣ, ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଙ୍ଗ୍‌ ସେଣ୍ଟର), ସ୍ମାର୍ଟ ପାର୍କ, ଶ୍ମଶାନ ଆଦି ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା । ସମୀକ୍ଷାରୁ ଜଣାଯାଇଛି ଯେ ନୀଳଗିରିର ସୋନନଦୀରୁ ନୀଳଗିରି ବ୍ଳକ୍‌ ଓ ଏନ୍‌ଏସିକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥି ପାଇଁ ଏକ ବୃହତ୍‌ ପ୍ରକଳ୍ପ କରାଯାଇଛି । ଏହା ସହ ଉତ୍ସ ଓ ଷ୍ଟୋରେଜ୍‌ ଉନ୍ନତିକରଣ ପାଇଁ ଏଷ୍ଟିମେଟ୍‌ ପ୍ରଦାନ ଓ ନୀଳଗିରିର ଜଗନ୍ନାଥ ମନ୍ଦିରକୁ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ନିକଟରେ ପାନୀୟ ଜଳର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବାଲେଶ୍ୱର ପୌରାଞ୍ଚଳରେ ୨୬୦ କିମି ପାଇପ ଲାଇନ୍‌ ବିଛାଯିବାକୁ ଲକ୍ଷ୍ୟ ଥିବାବେଳେ ୧୮୩ କିମିର କାର୍ଯ୍ୟ ସରିଛି । ପୁରୁଣା ପାଇପ ସବୁ ବଦଳାଯାଇଛି । ୪ଟି ଜଳଭଣ୍ଡାରର କାର୍ଯ୍ୟ ଡିସେମ୍ବର ସୁଦ୍ଧା ଓ ୨ଟି ଜଳଭଣ୍ଡାର ଫେବୃଆରୀ ୨୦୨୦ ସୁଦ୍ଧା ଶେଷ ହେବ ବୋଲି ବୈଠକରୁ ଜଣାପଡ଼ିଛି ।

 ସୋର ପୌରପରିଷଦରେ ପାଇପ ଲାଇନ୍‌ ବିଛାଯାଇଛି ଓ ଏଠାରେ ୧୪ଟି ଉତ୍ସ ରହିଥିବାବେଳେ ୨ଟି ଉତ୍ସକୁ ଖୁବ୍‌ ଶୀଘ୍ର ବିଦୁ୍ୟତ ସଂଯୋଗ କରାଯିବ । ଜଳେଶ୍ୱର ପୌରପରିଷଦର ସୁବର୍ଣ୍ଣରେଖା ନଦୀରୁ ପାନୀୟ ଜଳ ପ୍ରକଳ୍ପ କରିବା ପାଇଁ ବ୍ୟବସ୍ଥା କରାଯିବ । ସୋର ଟାଉନ୍‌ହଲ୍‌ର ନବୀକରଣ, ବାଲେଶ୍ୱର ଗାନ୍ଧୀସ୍ମୃତି ଭବନକୁ ଅତ୍ୟାଧୁନିକ ଏବଂ ବି୍ରଟ୍‌ କଲ୍ୟାଣ ମଣ୍ଡପର ଉନ୍ନତିକରଣ କରିବାକୁ ମନ୍ତ୍ରୀ କହିଥିଲେ । ୪ଟି ପୌରାଞ୍ଚଳକୁ ସ୍ମାର୍ଟ ପାର୍କ ଓ ଶ୍ମଶାନ ପାଇଁ ଡିପିଆର୍‌ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ମାର୍ଟ ପାର୍କ ପାଇଁ ୪ଟି ପୌରାଞ୍ଚଳକୁ ୧ କୋଟି ଟଙ୍କା ଯୋଗାଇ ଦିଆଯିବ ।

ଏହି ସମୀକ୍ଷା ବୈଠକରେ ବିଧାୟକ ଅଶ୍ୱିନୀ ପାତ୍ର, ପର୍ଶୁରାମ ଧଡ଼ା, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପି.କେ. ଝା, ପୌରପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ଯନ୍ତ୍ରୀମୁଖ୍ୟ ଜନ୍ମେଜୟ ସେଠୀ, ବାଲେଶ୍ୱର ପୌର ପରିଷଦର ନିର୍ବାହୀ ଅଧିକାରୀ ଅମି୍ରତ ସରକାର, ସୋରୋ ପୌର ପରିଷଦର ନିର୍ବାହୀ ଅଧିକାରୀ ବିଦ୍ୟାଧର ଦଣ୍ଡପାଟ, ଜଳେଶ୍ୱର ପୌର ପରିଷଦର ନିର୍ବାହୀ ଅଧିକାରୀ ହୃଷିକେଶ ପାଣି, ନୀଳଗିରି ଏନ୍‌ଏସି ନିର୍ବାହୀ ଅଧିକାରୀ ସୁବାସ ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ପାରେଶ୍ୱର ଜେନା, ପିଡି (ଡୁଡା) ରାମଚନ୍ଦ୍ର ଜେନା, ଟିମ୍‌ ଲିଡର (ଡୁଡା) ତୁଷାର କାନ୍ତ ରାଜ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।

   ସମ୍ବନ୍ଧିତ ଖବର


ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ