ପ୍ରମୁଖ ଖବର
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ମନ୍ତ୍ରିମଣ୍ଡଳ ଅସ୍ତ୍ରୋପଚାର ହେବ ! ଖୁବ୍‌ଶୀଘ୍ର ଛାମୁଆ ସଂଗଠନ କର୍ମକର୍ତ୍ତା...

ଭୁବନେଶ୍ୱର,୦୨/୦୭: ବଦଳିବ ନବୀନଙ୍କ ମନ୍ତ୍ରିମଣ୍ଡଳ । ନିଜ ମନ୍ତ୍ରିମଣ୍ଡଳରେ ଅସ୍ତ୍ରୋପଚାର କରି ଆଗକୁ ନବୀନ ଯେ ନୂଆ ଟିମ୍‌ ଗଢ଼ିବାକୁ ମନସ୍ଥ କରିଛନ୍ତି ତାହା ଦଳ ସୂତ୍ରରୁ ସୂଚନା ମିଳିଛି । ନବୀନଙ୍କ ୨୧ ଜଣିଆ ଟିମ୍‌ରୁ କିଏ ବଳି ପଡ଼ିବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ମନ୍ତ୍ରୀଙ୍କ ବାର୍ଷିକ ରିପୋର୍ଟ କାର୍ଡକୁ ତର୍ଜମା କରି ମୁଖ୍ୟମନ୍ତ୍ରୀ ନୂଆ ସହଯୋଗୀ ବାଛିବା ପ୍ରକ୍ରିୟା ଆରମ୍ଭ କରିଥିବା ପାୱାର କରିଡରରେ ଚର୍ଚ୍ଚା ।

ବିଜେଡିର ସାଂଗଠନିକ ପଦବିରେ ଆଜି ନୂଆ ବରିଷ୍ଠ ଉପସଭାପତି ଓ ଉପସଭାପତି ପଦରେ ୧୭ ଜଣଙ୍କୁ ନିଯୁକ୍ତି ମିଳିଛି। ଦଳର ଅଭିଜ୍ଞ ଓ ହେଭିୱେଟ୍‌ମାନଙ୍କୁ ନବୀନ ଭରସା କରିଛନ୍ତି । ଦୀର୍ଘମିଆଦି ଭିତ୍ତିରେ ଭୋଟ୍‌ବ୍ୟାଙ୍କକୁ ସୁଦୃଢ଼ କରିବାକୁ ବିଜେଡି ସୁପ୍ରିମୋ ୯ ଉପସଭାପତିଙ୍କୁ ବିଭିନ୍ନ କ୍ଷେତ୍ରରେ କାମ କରିବାକୁ ଦାୟିତ୍ୱ ଆବଣ୍ଟନ କରିଛନ୍ତି । ଦଳ ଓ ସରକାରକୁ ଲୋକଙ୍କ ସହ ଯୋଡ଼ିବା ଓ ସମତୁଲ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଛନ୍ତି ନୂଆ ବ୍ଲୁପ୍ରିଣ୍ଟ। ଇତିମଧ୍ୟରେ ବିଜେଡି ସରକାରର ୫ମ ପାଳିକୁ ବର୍ଷେ ପୂରିଛି । ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀମାନଙ୍କୁ ନବୀନ ନିର୍ଦ୍ଦେଶ ଦେଇଥିଲାବେଳେ କିଛି ମନ୍ତ୍ରୀଙ୍କ ରିପୋର୍ଟକାର୍ଡକୁ ନେଇ ନବୀନ ବେଶ ଖପ୍ପା । ତେଣୁ ସେମାନଙ୍କ ପଦବିରେ କଇଁଚି ଲାଗିବା ନିଶ୍ଚିତ । ଏହାକୁ ମଉକା ଭାବେ ନେଇ ମନ୍ତ୍ରୀ ଆଶାୟୀମାନେ ଲବି ରାଜନୀତିକୁ ତେଜିଛନ୍ତି ।

କରୋନା ସଂକଟକୁ ମୁକାବିଲା କରିବାକୁ ପୂରା ସରକାରୀ କଳ ଲାଗିଥିଲା ବେଳେ ବହୁ ମନ୍ତ୍ରୀଙ୍କ ଭୂମିକା ଓ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି । ସରକାରଙ୍କ ନିକଟରେ ବିକାଶମୂଳକ କାମର ଲମ୍ବା ତାଲିକା ଥିଲାବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ନବୀନ ନିଜ କ୍ୟାବିନେଟ୍‌ରେ ଏପାଖ ସେପାଖ କରିବା ନିଶ୍ଚିତ ବୋଲି ଦଳର ଭିତିରି ମହଲ ଯୁକ୍ତି କରୁଛି ।

ବିଜେଡିରେ ଆଗରୁ ଜିଲ୍ଲା ସଭାପତି ନିଯୁକ୍ତି ସରିଥିଲା । ୩୩ ସାଂଗଠନିକ ଜିଲ୍ଲାରୁ ଜିଲ୍ଲା ସଭାପତି ଭାବେ ୧୪ ପୁରୁଣା ଓ ୧୯ ନୂଆମୁହଁ ସ୍ଥାନ ପାଇଥିଲେ । ଦଳ ପକ୍ଷରୁ ଆଜି କେବଳ ବରିଷ୍ଠ ଉପସଭାପତି, ଉପସଭାପତି ଓ ସାଧାରଣ ସଂପାଦକ (ମୁଖ୍ୟାଳୟ)ଙ୍କ ନାମ ଜାରି କରାଯାଇଛି । ଖୁବ୍‌ଶୀଘ୍ର ଦଳର ସାଧାରଣ ସଂପାଦକ, ସଂପାଦକ, କୋଷାଧ୍ୟକ୍ଷ ଓ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.