PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଅର୍ଥ ମନ୍ତ୍ରାଳୟ ରିପୋର୍ଟ : କୃଷିରୁ ବଳ ଜୁଟାଇବ ଅର୍ଥନୀତି

ନୂଆଦିଲ୍ଲୀ,୫।୮: କରୋନା ମହାମାରୀର ଭୟଙ୍କର ପ୍ରଭାବ ଅନୁଭବ କରିଥିବା ଭାରତୀୟ ଅର୍ଥନୀତି ଏବେ ସୁଧାର ପଥରେ । ଏପ୍ରିଲରେ ଦେଖାଦେଇଥିବା ଆର୍ଥିକ ସ୍ଥିତାବସ୍ଥାରୁ ଦେଶ ମୁକୁଳିଛି । ଜୁନ୍‌ରେ ଦେଶର ଅନେକ ଆର୍ଥିକ ମାପଦଣ୍ଡରେ ସୁଧାର ପରିଲକ୍ଷିତ ହୋଇଛି । ସରକାର ଏବଂ ଆର୍‌ବିଆଇର ତ୍ୱରିତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଥିବା ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶିତ ଜୁଲାଇ ମାସର ମାକ୍ରେ-ଅର୍ଥନୈତିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ବର୍ତ୍ତମାନ ବର୍ଦ୍ଧିତ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟଗୁଡିକ ନିୟମିତ ବ୍ୟବଧାନରେ ଲକ୍‌ଡାଉନ୍‌ କରୁଛନ୍ତି । ଏସବୁ ଯୋଗୁ ଆର୍ଥିକ ସୁଧାର ମନ୍ଥର ହେଉଥିବା ବିଭାଗ ପ୍ରକାଶ କରିଛି । ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ଅର୍ଥନୀତିକୁ କୃଷି କ୍ଷେତ୍ର ବଳ ଯୋଗାଇବ । ସୁଧାର ପ୍ରକ୍ରିୟାରେ ଗ୍ରାମୀଣ ଭାରତର ଯୋଗଦାନ ସିଂହଭାଗ ରହିବ । କୃଷି କ୍ଷେତ୍ର ଯୋଗୁ ଜିଡିପିରେ ୦.୫ରୁ ୧% ସୁଧାର ଘଟିବ।

ଇତିମଧ୍ୟରେ କୃଷି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ଏ ବର୍ଷ ରେକର୍ଡ କୃଷି ଉତ୍ପାଦନ ହୋଇଥିବା ଅର୍ଥ ମନ୍ତ୍ରାଳୟ ଅଧୀନ ଅର୍ଥନୈତିକ ବ୍ୟାପାର ବିଭାଗ ପ୍ରକାଶ କରିଛି । ଶିଳ୍ପ ଉତ୍ପାଦନ ସୂଚୀ(ଆଇଆଇପି), ପର୍ଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ(ପିଏମ୍‌ଆଇ), ବିଦ୍ୟୁତ୍‌ ଉତ୍ପାଦନ, ଇସ୍ପାତ ଏବଂ ସିମେଣ୍ଟ ଉତ୍ପାଦନ, ରେଳ ପରିବହନ, ବନ୍ଦର ପରିବହନ, ଇ-ୱେ ବିଲ୍‌, ପେଟ୍ରୋଲିୟମ୍‌ ଉତ୍ପାଦ ଚାହିଦା ଏବଂ ମୋଟର ଯାନ ପଞ୍ଜୀକରଣ ସବୁଥିରେ ସୁଧାର ଆସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସରକାର ଜୁଲାଇ ୩୦ରେ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ତୃତୀୟ ପର୍ଯ୍ୟାୟ ଅନ୍‌ଲକ୍‌ରେ ନାଇଟ୍‌ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଅଗଷ୍ଟ ୫ରୁ ଜିମ୍‌ ଏବଂ ଯୋଗ ଶିବିରଗୁଡ଼ିକ ଖୋଲିବ । ଅନ୍ୟପକ୍ଷରେ ସ୍କୁଲ୍‌, କଲେଜ, ଥିଏଟର୍‌, ସ୍ୱିମିଂ ପୁଲ୍‌, ମେଟ୍ରୋ ରେଲ୍‌, ସିନେମା ହଲ୍‌ ଏବଂ ବାର୍‌ ଆଦି ବନ୍ଦ ରହିଛି ।
ରାଜ୍ୟଗୁଡିକ ନିଜ ନିଜର କଟକଣା ଲଗାଇବାର ସ୍ୱାଧୀନତା ପାଇଛନ୍ତି । ରାଜ୍ୟଗୁଡିକର ଅନ୍ତରୀଣ ଲକ୍‌ଡାଉନ୍‌ ଆର୍ଥିକ ସୁଧାରରେ ବାଧକ ସୃଷ୍ଟି କରୁଥିବା ବିଭାଗ ପ୍ରକାଶ କରିଛି । କୋଭିଡ୍‌ ମାମଲା ନିୟମିତ ନୂଆ ରେକର୍ଡ ସୃଷ୍ଟି କରୁଥିବାବେଳେ ଏହା ଆର୍ଥିକ ସୁଧାର ପଥରେ ଅନ୍ତରାୟ ସାଜିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ରାଜ୍ୟଗୁଡିକରେ କୋଭିଡ୍‌ ସ୍ଥିତି କିପରି ରହୁଛି ତାହା ଉପରେ ଆର୍ଥିକ ସୁଧାର ନିର୍ଭର କରେ । ଦେଶର ୧୨ ଅଗ୍ରଣୀ ରାଜ୍ୟରେ ଏବେ କରୋନା ସ୍ଥିତି ସଙ୍ଗୀନ ରହିଛି । ଦେଶର ମୋଟ ମାମଲାରେ ଏହି ରାଜ୍ୟଗୁଡ଼ିକର ଭାଗ ୮୫% ରହିଛି । ମହାରାଷ୍ଟ୍ର ଏବଂ ତାମିଲନାଡୁ ଭଳି ରାଜ୍ୟର ଅବଦାନ ଦେଶର ଅଭିବୃଦ୍ଧିରେ ସିଂହଭାଗ ରହିଥାଏ । ଦେଶର ମୋଟ କରୋନା ମାମଲାରେ ଏହି ଦୁଇ ରାଜ୍ୟର ଭାଗ ୪୦% ରହିଛି । ଏହା ଚିନ୍ତାର ବିଷୟ ବୋଲି ମନ୍ତ୍ରାଳୟ କହିଛି । କରୋନା ମୁକାବିଲାକୁ ଆହୁରି ମଜଭୂତ କରିବାକୁ ପଡ଼ିବ ବୋଲି ଏହା ପ୍ରକାଶ କରିଛି ।

ସୂଚନାଯୋଗ୍ୟ, ଭାରତ ମାର୍ଚ୍ଚ ୨୫ ଲକ୍‌ଡାଉନ୍‌ରୁ ବାହାରି ଅନ୍‌ଲକ୍‌ ହେବା ପରେ ଜୁଲାଇ ଶେଷ ସୁଦ୍ଧା କୋଭିଡ୍‌-୧୯ ମାମଲା ୫.୬ ଲକ୍ଷରେ ପହଞ୍ଚିଥିଲା । ଜୁନ୍‌ ତୁଳନାରେ ମାସକୁ ମାସ ଏଥିରେ ୧୬୬% ବୃଦ୍ଧି ଘଟୁଛି । ଜୁଲାଇରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଝାଡଖଣ୍ଡରେ ସକ୍ରିୟ ମାମଲା ସର୍ବୋଚ୍ଚ ରହିଛି ।
୧୮.୫ ଲକ୍ଷ କରୋନା ମାମଲା ସହ ଭାରତ ସମଗ୍ର ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଏଥିମଧ୍ୟରୁ ୫,୮୬,୨୯୮ ମାମଲା ସକ୍ରିୟ ଥିବାବେଳେ ୩୮,୯୩୮ ଲୋକଙ୍କ ମୃତ୍ୟୁ ଘଟିଛି ।

ସମ୍ବନ୍ଧିତ ଖବର