ପ୍ରମୁଖ ଖବର
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ଏହି ଫଟୋକୁ ରେଳ ମନ୍ତ୍ରାଳୟ ଟ୍ୱିଟ୍ କରିବା ପରେ ହୋଇଗଲା ଭାଇରାଲ, ୟୁଜର୍ସ କହିଲେ...

ନୁଆଦିଲ୍ଲୀ ୨୯/୮: ସୋସିଆଲ ମିଡିଆରେ ଏବେ କିଛି ନା କିଛି ଭାଇରାଲ ହେଉଛି । ଏହା ବେଳେବେଳେ ମଜାଦାର ହୋଇଥାଏ ତ ଆଉ କେତେବେଳେ ଆମକୁ ଭାବୁକ କରିଦିଏ । ଏଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ଏକ ପ୍ରେମୀ ଯୁଗଳ ରେଲୱେ ଟ୍ରାକରେ ଠିଆ ହୋଇଥିବା ମାଲଗାଡି ତଳେ ବସିଛନ୍ତି । କିଏ ଜଣେ ତାଙ୍କ ପଛପଟୁ ଏହି ଫଟୋଟି କ୍ଲିକ୍ କରି ସେୟାର କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ଏହି ଭାଇରାଲ ଫଟୋ ରେଳ ମନ୍ତ୍ରାଳୟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଯାଇଛି । ଏହାପରେ ମନ୍ତ୍ରାଳୟ ଟ୍ୱିଟ୍ କରି ଲୋକଙ୍କୁ ଚେତାବନୀ ଦେଇ କହିଛି ଯେ ଏଭଳି କାର୍ଯ୍ଯ ଅତି ବିପଜ୍ଜନକ ଏବଂ ଦଣ୍ଡନୀୟ ଅପରାଧ । ଦୟାକରି ଠିଆ ହୋଇଥିବା ଟ୍ରେନ୍ ଡବା ତଳେ ବସନ୍ତୁ ନାହିଁ । କାରଣ ଟ୍ରେନଟି କେତେବେଳେ ମଧ୍ୟ ବିନା ତେତାବନୀରେ ଆଗକୁ ଗଡିଯାଇପାରେ । ରେଲୱେ ଟ୍ରାକକୁ ସଠିକ୍ ରୂପେ ଅତିକ୍ରମ କରନ୍ତୁ । ଆଲର୍ଟ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

{"id":39714}

ରେଲ ମନ୍ତ୍ରାଳୟ ଦ୍ୱାରା ଟ୍ୱିଟ୍ କରାଯିବାପରେ ଏହି ଟ୍ୱିଟ୍ ଉପରେ ଲୋକମାନେ ମଜା ଉଡାଇଛନ୍ତି । କିଛି ୟୁଜ୍ରସ ଏଥିରେ ରିଟ୍ୱିଟ୍ କରି କହିଛନ୍ତି ଯେ ମୋଦି ସରକାରଙ୍କ ଶାସନରେ ପ୍ରେମ କରିବା କଣ ପାପ । ଅନ୍ଯ କିଛି ୟୁଜର୍ସ କହିଛନ୍ତି ଯେ ନିଜ ପାଇଁ ନହେଲେ ମଧ୍ୟ ଏଭଳି ପ୍ରେମୀ ଯୁଗଳଙ୍କ ପାଇଁ ଗଛ ଲଗାନ୍ତୁ ।

{"id":39713}

କିଛି ୟୁଜର୍ସ ଟ୍ୱିଟ୍ କରି କହିଛନ୍ତି ଯେ ଗାର୍ଡେନରେ ବସିଲେ ପୋଲିସ ଭୟ, ପ୍ଲାଟଫର୍ମରେ ସମ୍ପର୍କୀୟଙ୍କ ଚିନ୍ତା, ରେଳ ଲାଇନରେ ବସିବା ପାଇଁ ଦେଉନାହାଁନ୍ତି । ତେବେ ପ୍ରେମୀଯୁଗଳ କେଉଁଠି ବସିବେ ।

ଅନ୍ଯପଟେ କିଛି ୟୁଜ୍ରସ କହିଛନ୍ତି ଯେ ସରକାରଙ୍କୁ ସୁପାରିଶ କରି ଏମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.